ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛେଳିକୁ ଦେଖିବାକୁ ମିଳୁଛି। ଛେଳିଟିକୁ ଭୋକ ଲାଗୁଥିବା ବେଳେ ସେ ଗଧର ସାହାରା ନେଇଛି। ଗଧ ଉପରେ ଚଢ଼ି ସେ ଏକ ଗଛରୁ ପତ୍ର ଖାଉଛି। ଭିଡିଓକୁ ୟୋଗ ଟୁଇଟରରେ ଶେୟାର କରାଯାଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Teamwork..🐴🐐🌳😍 pic.twitter.com/x2vSmv0Wp3
— 𝕐o̴g̴ (@Yoda4ever) February 3, 2022