ଶିକ୍ଷାନୁଷ୍ଠାନରୁ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ୱର,୧୨ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ-୨୦୨୩ର ଶୁଭାରମ୍ଭ କରିଛନ୍ତି। ତୃଣମୂଳ ସ୍ତରରୁ ପୁଞ୍ଜିନିବେଶକ ଏବଂ ଉଦ୍ୟୋଗୀ ସୃଷ୍ଟି ସହ ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କର ମୂଳ ଲକ୍ଷ୍ୟ।
ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ରାଜ୍ୟର ୨୬୦ ଶିକ୍ଷାନୁଷ୍ଠାନର ୨୫ ହଜାର ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ନୂତନ ଆଇଡିଆ ସଂଗ୍ରହ କରିବ। ତାହାକୁ ଭିତ୍ତିକରି ୩୫୦୦ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟାର୍ଟଅପ୍‌ ଓଡ଼ିଶାର ୪ଟି ଭ୍ୟାନ୍‌ ୩୦ ଜିଲାରେ ଭିନ୍ନ ଭିନ୍ନ ଭାବେ ଭ୍ରମଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ନିର୍ଦ୍ଦେଶକ ଓମ୍‌କାରେ ରାୟ ଯୋଗ ଦେଇଥିଲେ। ଷ୍ଟାର୍ଟଅପ୍‌ ଯାତ୍ରାର ୩ ଦିନିଆ କାର୍ଯ୍ୟକ୍ରମରେ ୫୦-ଟି ଉତ୍ତମ ଚିନ୍ତାଧାରାକୁ ତାଲିକାଭୁକ୍ତ କରାଯିବ। ଏହାପରେ ୨୫ଟି ନୂତନ ଚିନ୍ତାଧାରାକୁ ଓ-ହବ୍‌କୁ ଆମନ୍ତ୍ରଣ କରାଯିବ। ସେଥିରୁ ୧୦ଟିକୁ ପୁରସ୍କୃତ କରାଯିବ। ସେହି ନୂତନ ଚିନ୍ତାଧାରାକୁ ନେଇ ହେବାକୁ ଥିବା ଉଦ୍ୟୋଗଗୁଡିକ ପାଇଁ ପ୍ରତ୍ୟେକକୁ ୩ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ଷ୍ଟାର୍ଟଅପ୍‌ ଏକ୍ସପ୍ରେସ ୨୦୨୩କୁ ୨୦ଟି ଚିନ୍ତାଧାରକୁ ଆମନ୍ତ୍ରଣ କରାଯିବ। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେଥିରୁ ୧୦ଟିକୁ ୧୦ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ଯୁବ ଉଦ୍ୟୋଗୀମାନେ ଏକ ଶକ୍ତି ଭାବେ ରାଜ୍ୟର ଭବିଷ୍ୟତ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ପାଇଁ କାର୍ଯ୍ୟ କରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଷାର୍ଟଅପ୍‌ ପଲିସି-୨୦୧୬ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟର ଷ୍ଟାର୍ଟଅପ୍‌ ସୃଷ୍ଟି କରିବା କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଏଇ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ରାଜ୍ୟରେ ଏକ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ ଦେଶର ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ ସୃଷ୍ଟି କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଓଡ଼ିଶାର ଯୁବଗୋଷ୍ଠୀ ନଯୁକ୍ତି ସୃଷ୍ଟିକର୍ତ୍ତା ହେବା ସହ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରିବେ। ଷ୍ଟାର୍ଟଅପ୍‌ ନୀତି କାର୍ଯ୍ୟକାରୀ ହେବା ପରଠାରୁ ୧୭୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୬୦୦ ମହିଳା ନିର୍ଦ୍ଦେଶକ, ପ୍ରତିଷ୍ଠାତା ଏବଂ ସହ ପ୍ରତିଷ୍ଠାତା ହୋଇ ପାରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶା ଦେଶରେ ପ୍ରମୁଖ ସର୍ବୋତ୍ତମ ଷ୍ଟାର୍ଟଅପ୍‌ ହବ୍‌ର ମାନ୍ୟତା ପାଇଆସୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଷ୍ଟାର୍ଟଅପ ଓଡିଶା ସ୍ବୀକୃତି ପ୍ରାପ୍ତ ଷ୍ଟାର୍ଟଅପଗୁଡିକୁ ମାସିକ ଭତ୍ତା, ଉତ୍ପାଦର ବିକାଶ ସହ ବଜାର ସୁବିଧା, ରିହାତି, ଆର୍ଥିକ ସହାୟତା ଓ ଆନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଆସୁଛି। ରାଜ୍ୟରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ୪ ଲକ୍ଷ ବର୍ଗଫୁଟର ଓ-ହବ୍‌ ଇନ୍‌କ୍ୟୁବେଶନ ସେଣ୍ଟର ସ୍ଥାପନ କରାଯାଇଛି। ଏଥିସହିତ ୨୭ ଇକ୍ୟୁବେଟର, ୧୫ ନୋଡାଲ ଏଜେନ୍ସି, ୨୦୦ରୁ ଊର୍ଦ୍ଧ୍ୱ ମେଣ୍ଟର, ୭୫ରୁ ଊର୍ଦ୍ଧ୍ୱ ଇ-ସେଲ, ୧୫ଟି ଆର ଆଣ୍ଡ ଡି ସେଣ୍ଟର ହୋଇଥିବାବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୫୦.୪୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇପାରିଛି। ଏହାଛଡା ୧୦୦ କୋଟି ଟଙ୍କାର ଓଡ଼ିଶା ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ପାଣ୍ଠି ଗଠନ କରାଯାଇଛି। ଏଥିସହିତ ଷ୍ଟାର୍ଟଅପ ଦ୍ୱାରା ୩୫୭ କୋଟିି ଟଙ୍କାର ବାହ୍ୟ ନିବେଶ ମଧ୍ୟ ବୃଦ୍ଧି ପାଇଛି। ଓଡ଼ିଶା ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଅଗ୍ରଗତି ହେଉଛି। ବିଭିନ୍ନ କ୍ଷେତ୍ର ଯଥା-ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି, ପୁଞ୍ଜିିନିବେଶ ଆଦି କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିବା ଆଶା

ଭୁବନେଶ୍ୱର,୧୮ା୭(ଶର୍ମିଷ୍ଠା ପାଣିଗ୍ରାହୀ)ସମସ୍ୟା, ବିବାଦରେ ଫସି ରହିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଶେଷକରି ନୂଆ ସରକାର ଆସିବା ପରେ ଓଲିଉଡ୍‌...

୫ ନୁହେଁ, ୨୫ ବର୍ଷ ପର୍ଯ୍ୟନ୍ତ ଶାସନ କରିବ ଭାଜପା: ଉସେଣ୍ଡି

ଭୁବନେଶ୍ୱର, ୧୮।୭(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି....

ଦେବେ ଯଦି ଦେବେ, ନ ଦେଲେ ନାହିଁ: ବାହିନୀପତି

ଜୟପୁର, ୧୮ା୭(ପବନ ପାଣିଗ୍ରାହୀ)କଂଗ୍ରେସ ଦଳରେ ବିଧାୟକ ଦଳ ନେତାଙ୍କ ନାମ ଏଯାଏ ଘୋଷଣା ହୋଇନାହିଁ। ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଭୁବନେଶ୍ୱରରେ...

ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୧୮ା୭(ଅନିଲ ଦାସ): ଲୋକସେବା ଭବନରେ ଗୁରୁବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

ସର୍ବନିମ୍ନସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ)ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା ଯୋଗୁ କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ...

୪ ମାସ ପାଇଁ ଶୟନ ଗଲେ ମହାପ୍ରଭୁ

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବୁଧବାର ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ପୌରାଣିକ କଥାବସ୍ତୁ ଅନୁଯାୟୀ ଏହି ଦିନଠାରୁ ଦୀର୍ଘ...

ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri