ପ୍ରେମିକ ସହ ଫେରାର ହୋଇଗଲେ ଝିଅ, ଜିଅଁନ୍ତା ଶୁଦ୍ଧି ହେଲେ ପରିବାର ଲୋକେ

ପାଟ୍‌ନା,୫ା୭: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି। ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା। ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏପରି ଘଟଣା ବିହାରର ପୁର୍ନିଆଠାରେ ଦେଖିବାକୁ ମିଳିଛି। ଝିଅଙ୍କ ପିତା ଏବଂ ଭାଇ ସେମାନଙ୍କ ଛାତିକୁ ପଥର କରି ଏସବୁ ରୀତିନୀତି କରିଥିଲେ। ବିବାହର ଗୋଟିଏ ମାସ ପୂର୍ବରୁ ଝିଅ ଏରି କରିଥିବାରୁ ପିତାଙ୍କୁ ଅପମାନ ଲାଗିଥିଲା। ତେଣୁ ସେ ରାଗି କି ଝିଅକୁ ଜିଅନ୍ତା ଶୁଦ୍ଧି ହୋଇପଡ଼ିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ସଦସ୍ୟ ଝିଅର ଏକ କୁଶପୁତ୍ତଳିକା କରି କୋକେଇରେ ରଖିଥିଲେ। ଆଉ କହିଥିଲେ ଘର ଏବଂ ସମାଜ ପାଇଁ ସେମାନଙ୍କ ଝିଅ ଏବଂ ଭଉଣୀର ମୃତ୍ୟୁ ହୋଇଛି।

ଭାଇ ପ୍ରଶାନ୍ତ ଜୁଇରେ ନିଆଁ ଲଗାଇଥିଲେ। ପ୍ରିୟଙ୍କାଙ୍କ ପିତା କିଶୋର ସିଂ କହିଛନ୍ତି, ତାଙ୍କ ଝିଅର ବିବାହ ଏକ ଭଲ ପରିବାରରେ ସ୍ଥିର ହୋଇଥିଲା। କିନ୍ତୁ ଜୁନ୍‌ ୨୭ରେ ଝିଅ ସ୍ନାତକୋତ୍ତର ମାର୍କ ସିଟ୍‌ ଆଣିବା ବାହାନା କରି ପୁର୍ନିଆ କଲେଜକୁ ଯାଇଥିଲେ, ସେଠାରୁ ସେ ଚମ୍ପାନଗରର ନିରଜଙ୍କ ସହ ଫେରାର ହୋଇଯାଇଥିଲେ।

ସେ କହିଛନ୍ତି, ଯଦି ଯିବାର ଥିଲା ତେବେ ସେ ବିବାହ ପୂର୍ବରୁ କହିପାରିଥାନ୍ତେ। ବର୍ତ୍ତମାନ ଏହି ଲୋକମାନଙ୍କର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ। ସେଥିପାଇଁ ସେ ପୂରା ପରିବାର ସହିତ ପ୍ରିୟଙ୍କାଙ୍କ ଜିଅଁନ୍ତା ଶୁଦ୍ଧି କର୍ମ ସାରିଛନ୍ତି।

ପ୍ରିୟଙ୍କାଙ୍କ ମାମୁ କହିଛନ୍ତି, ତାଙ୍କ ମାତାପିତା ଝିଅ ଏବଂ ପୁଅକୁ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଆନ୍ତି। କିନ୍ତୁ ପ୍ରିୟଙ୍କା ଆଜି ଯେଉଁଭଳି ଭାବରେ ତାଙ୍କ ମାତାପିତା ଏବଂ ପରିବାରର ନାକ କାଟିଛନ୍ତି, ସେପରି ପିଲାଙ୍କ ସହ ପରିବାର ଲୋକେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଆଜି ତାଙ୍କ କୋକେଇ ସଜାଇବା ପରେ ତାଙ୍କୁ ହିନ୍ଦୁ ରୀତିନୀତିରେ ଶବଦାହ କରାଯାଇଥିଲା। ଏବେ ମଧ୍ୟ ଶ୍ରାଦ୍ଧ କର୍ମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।…

ଫେରି ଆସିଲା ରୋଷେଇ ଗ୍ୟାସର ପୁରୁଣା ଦିନ! ବୁକିଂ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ସମାନ ଭୟ: ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ ମହଙ୍ଗା…

ମା’ଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କଲେ ପୁଅ: ସାରା ରାତି ରହିବା ପରେ ଘଟିଲା…

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀର ବୁରାରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୬ ବର୍ଷୀୟ ପୁଅ ନିଶାଗ୍ରସ୍ତ ଅବସ୍ଥାରେ ନିଜ ୭୦ ବର୍ଷୀୟା ବୃଦ୍ଧା…

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌, ମହିଳାଙ୍କ ପାଇଁ ୪୦,୦୦୦ ଟଙ୍କା ପେନସନ: ବଡ଼ ଘୋଷଣା କଲେ…

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସୋମବାର ଏକ ବଡ଼ ନିର୍ବାଚନୀ ଘୋଷଣା କରି କହିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି ୨୦୨୭ରେ ରାଜ୍ୟରେ…

ଶ୍ୱଶୁରଘର ଗାଁ ଗଛରେ ଝୁଲୁଛି ରାଜସ୍ଥାନୀ ଯୁବକଙ୍କ ମୃତଦେହ, ସ୍ତ୍ରୀଙ୍କ ସହ…

ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ସାଉଦି ଆରବର ଗୋଟିଏ ନିଷ୍ପତ୍ତି!

ଇସଲାମାବାଦ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ସକ୍ରିୟ ଭାବରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri