ଜୀବନବାଦୀ କାବ୍ୟଧାରାର କାଣ୍ଡାରି

ପଦାର୍ଥ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ଅଧ୍ୟାପନା ଜୀବନକୁ ବାଛିଥିବା ଜୟନ୍ତ ମହାପାତ୍ର କିନ୍ତୁ ଜୀବନବ୍ୟାପୀ ବୁଡ଼ି ରହିଥିଲେ କାବି୍ୟକ ଦୁନିଆରେ। ଇଂଲିଶ୍‌ ଏବଂ ଓଡ଼ିଆ ଭାଷାରେ ଲିଖିତ ତାଙ୍କ ପ୍ରତିଟି କବିତା ମାନବୀୟ ସ୍ବର ବହନ କରି ଚାଲିଥିଲା। ବିଜ୍ଞାନର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କ କବିତାରେ ଦୈନନ୍ଦିନ ଜୀବନର ଗତି ଓ ପ୍ରଗତି ଯେଭଳି ସମ୍ମିଳିତ ହୋଇଯାଇଥିଲା। ବିଶ୍ୱ ସାହିତ୍ୟରେ କ୍ୱଚିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହିଭଳି ସଂଯୋଗ ଦେଖିବାକୁ ମିଳିଥାଏ। ଜୀବନର ଶେଷଯାଏ ସୃଜନମନସ୍କ ରହି ସମାଜର ପ୍ରତିଟି ଶ୍ରେଣୀର ବ୍ୟକ୍ତିଙ୍କ ସହ ମିଶି ସେ ଏକ ସାର୍ବଜନୀନ ବ୍ୟକ୍ତି ପାଲଟି ଯାଇଥିଲେ। ମୃତ୍ୟୁର ଚାରି ଦିନ ପୂର୍ବରୁ କବିତା ପୁସ୍ତକ ‘ଝାଞ୍ଜି’ ପ୍ରକାଶ ପାଇଥିଲା। ଏଥିରୁ କବିଟିଏ ଜୀବନର ଶେଷଯାଏ କିଭଳି କର୍ମଚଞ୍ଚଳ ରହିଥାଏ ସେ ଥିଲେ ତାର ଏକ ବଳିଷ୍ଠ ପ୍ରମାଣ। କଥାଟିଏ କହିବା ଢଙ୍ଗରେ ତାଙ୍କ କବିତାର ରଙ୍ଗ ବେଶ୍‌ ନିଆରା। ଜୀବନ ପାଇଁ ସକଳ ଜିଜ୍ଞାସା ଓ ଜିଜୀବିଷା ହେଉଛି ଜୟନ୍ତୀୟ କବିତାର ପ୍ରାଣ। ସେ ସତେ ଯେମିତି ଥିଲେ ଜୀବନବାଦୀ କାବ୍ୟଧାରାର କାଣ୍ଡାରି।

ସାହିତ୍ୟକୃତି

୨୭ଟି ଇଂଲିଶ୍‌ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହିତ ଗୋଟିଏ ଗପ ବହି ଏବଂ ଆତ୍ମଜୀବନୀ ‘ପାହିନି ରାତି’ ପ୍ରକାଶିତ ହୋଇଛି। ୧୯୭୧ରେ ତାଙ୍କର ପ୍ରଥମ କବିତା ସଂକଳନ ସ୍ବୟଂବର ଏବଂ କବିତାସମୂହ ଓ ପରେ ପରେ ଇଂଲିଶ୍‌ ପୁସ୍ତକ ‘କ୍ଲୋଜ ଦି ସ୍କାଇ’, ‘ଟେନ ବାଇ ଟେନ୍‌’ ‘ଏ ଫାଦର୍ସ ଆୱାର’, ‘ଏ ରେନ ଅଫ ରାଇଟ୍ସ’, ‘ୱେଟିଂ’, ‘ଦ ଫଲ୍ସ ଷ୍ଟାର୍ଟ’, ‘ରିଲେସନଶିପ’, ‘ଲାଇଫ ସାଇନ୍ସ’ ପ୍ରମୁଖ ପ୍ରକାଶିତ ହୋଇଥିଲା। ଓଡ଼ିଆ କବିତା ପୁସ୍ତକ ‘କହିବି ଗୋଟିଏ କଥା’, ‘ବାୟାରଜା’, ‘ଟିକିଏ ଛାଇ’, ‘ବଳି’, ‘ଚାଲି’, ‘ଯଦିବା ଗପଟିଏ’, ‘କେବଳ ଭାଗ୍ୟ ହିଁ ମୋତେ ଜୀବନ ଦିଏ’ ପ୍ରମୁଖ କବିତା ଲେଖିଥିଲେ।

ଇଂଲିଶରେ ପ୍ରଥମ କବି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ

ଭାରତୀୟ ସାହିତ୍ୟରେ ସେ ଥିଲେ ପ୍ରଥମ କବି, ଯିଏ ଇଂଲିଶ ଭାଷାରେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୧୯୮୧ ମସିହାରେ ତାଙ୍କୁ ଏହି ସମ୍ମାନ ମିଳିଥିଲା। ୧୯୭୬-୭୭ ମଧ୍ୟରେ ଶିକାଗୋରେ ତାଙ୍କୁ ଇଣ୍ଟରନ୍ୟାଶନାଲ ହୁଜସ ହୁଜ ଇନ ପୋଏଟ୍ରି, ଲଣ୍ଡନର ଜାକୋବ ଗ୍ଳାଷ୍ଟେଇନ ମୋମୋରିଆଲ ଆୱାର୍ଡ, ୧୯୭୮ରେ ଅଷ୍ଟ୍ରେଲିଆରେ କଲଚରାଲ ଆୱାର୍ଡ ଭିଜିଟର, ଗଙ୍ଗାଧର ଜାତୀୟ ପୁରସ୍କାର, ରାମକୃଷ୍ଣ ଜୟଦୟାଲ ହାର୍ମୋନି ଆୱାର୍ଡ, ଭୈକୋମ ମହମ୍ମଦ ବାସିର ଚେୟାର, ବିଷୁବ ପୁରସ୍କାର, ୨୦୦୯ରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡି.ଲିଟ, ୨୦୦୯ରେ ପଦ୍ମଶ୍ରୀ, ସାର୍କ ସାହିତ୍ୟ ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ହୋଇଥିଲେ।

ବିଶ୍ୱ ସାହିତ୍ୟରେ ପାଠକୀୟ ଆଦୃତି ହାସଲ କରିଛନ୍ତି
ତାଙ୍କୁ ମୁଁ ଛାତ୍ର ଜୀବନରୁ ଜାଣିଛି। ମୁଁ ରେଭେନ୍ସାରେ ପଢ଼ିବା ବେଳେ ସେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ। ତାଙ୍କର ଇଂରାଜୀ ଏବଂ ଓଡ଼ିଆ କବିତାଗୁଡ଼ିକ ପାଠକ ମହଲରେ ଅତ୍ୟନ୍ତ ପରିଚିତ। ସେହିପରି ଜଣେ ପ୍ରସିଦ୍ଧ କବି କେବଳ ଭାରତୀୟ ସାହିତ୍ୟରେ ନୁହନ୍ତି, ସମଗ୍ର ବିଶ୍ୱ ସାହିତ୍ୟରେ ନିଜର ପ୍ରସିଦ୍ଧି ପାଇଁ ଅଶେଷ ପାଠକୀୟ ଆଦୃତି ହାସଲ କରିଛନ୍ତି।
– ପ୍ରଫେସର ବିଜୟ ଶତପଥୀ
ଶେଷନିଃଶ୍ୱାସ ପର୍ଯ୍ୟନ୍ତ ଲେଖନୀ ଚଳଚଞ୍ଚଳ ଥିଲା
କବି ଜୟନ୍ତ ମହାପାତ୍ରଙ୍କ ବିୟୋଗ ଓଡ଼ିଆ ତଥା ଭାରତୀୟ ସାହିତ୍ୟ ପାଇଁ ଅତ୍ୟନ୍ତ ଦୁଃଖଦ। ଜୀବନର ଶେଷନିଃଶ୍ୱାସ ପର୍ଯ୍ୟନ୍ତ ତାଙ୍କ ଲେଖନୀ ଚଳଚଞ୍ଚଳ ଥିଲା। ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ କବିତା ଲେଖି ସେ ଅନ୍ତର୍ଜାତୀୟ ଖ୍ୟାତିର ଅଧିକାରୀ ହୋଇ ପାରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ଗୁରୁତ୍ୱପୂର୍ଣ୍ଣ ସାରସ୍ବତ କାର୍ଯ୍ୟକ୍ରମରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ।
– ହୃଷୀକେଶ ମଲ୍ଲିକ,
କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି
ମାନବବାଦୀ ଆନ୍ଦୋଳନର ପ୍ରମୁଖ ଅଗ୍ରଦୂତ
ଓଡ଼ିଶାର ଗର୍ବ, ଭାରତୀୟ ସାହିତ୍ୟର ଗୌରବ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ତିରୋଧାନରେ ଏକ ଯୁଗର ଅବସାନ ଘଟିଲା। ସେ ଥିଲେ ମାନବବାଦୀ ଆନ୍ଦୋଳନର ପ୍ରମୁଖ ଅଗ୍ରଦୂତ। ତାଙ୍କ ପରଲୋକରେ ଭାରତୀୟ ସାହିତ୍ୟର ଅପୂରଣୀୟ କ୍ଷତି ଘଟିଲା।
– ପ୍ରଫେସର
ବିଜୟାନନ୍ଦ ସିଂହ
ଓଡ଼ିଶା ମାଟି ପାଇଁ ଏକ ଅପୂରଣୀୟ କ୍ଷତି
ମହାପାତ୍ରଙ୍କ ବିୟୋଗ କେବଳ କଟକ ପାଇଁ ନୁହଁ, ବରଂ ଓଡ଼ିଶା ମାଟି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କୁ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର ଲାଗିଥିଲା। କଟକ ତା’ର ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା।
– ସୁବାସ ସିଂ, ମେୟର, କଟକ

ଉପସ୍ଥାପନା: ଶର୍ମିଷ୍ଠା ପାଣିଗ୍ରାହୀ/ ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?