ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା ନିର୍ମାଣ ପରିକଳ୍ପନା କରାଯାଇଥିଲା। ତେବେ ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ଡିମାରକେଶନରେ ବିଳମ୍ବ ହେଉଥିବାରୁ କାମ ଆରମ୍ଭ ହୋଇ ପାରୁନାହିଁ। ଏହି ରାସ୍ତା ନିର୍ମାଣ ହେଲେ ଗଞ୍ଜାମ ଓ କନ୍ଧମାଳ ଜିଲାର ବ୍ଲକଗୁଡିକ ମଧ୍ୟରେ ସଂଯୋଗ ହୋଇପାରିବ ଏବଂ ଆଦିବାସୀ ବହୁଳ ଗାଁର ଲୋକେ ଉପକୃତ ହୋଇପାରିବେ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ରାସ୍ତା ନିର୍ମାଣ ପାଇଁ ମାର୍ଚ୍ଚ ୧୭ ତାରିଖରେ ଏଗ୍ରିମେଣ୍ଟ ହୋଇସାରିଛି। ତେବେ ଉକ୍ତ ରାସ୍ତାରେ ଜଙ୍ଗଲ ଜମି ଓ ସରକାରୀ ଜମି ରହିଥିବା ଏବଂ ଡିମାରକେଶନ ହୋଇ ନ ଥିବାରୁ ରାସ୍ତା କାମ ଆରମ୍ଭରେ ବିଳମ୍ବ ହେଉଛି ା କନ୍ଧମାଳ ଜିଲା ବାଲିଗୁଡା ଗ୍ରାମ୍ୟ କାର୍ଯ୍ୟ ଡିଭିଜନର ସୁପରିଡେଣ୍ଟ ଇଂଜିନିୟରଙ୍କ ପକ୍ଷରୁ ଗଞ୍ଜାମ ଜିଲା ସୋରଡା ତହସିଲଦାର ଓ କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାରଙ୍କୁ ୧୮ ତାରିଖରେ ଚିଠି ଲେଖାଯାଇଛି। ସେହିପରି ସୁପରିଡେଣ୍ଟ ଇଂଜିନିୟରଙ୍କ ପକ୍ଷରୁ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ଆଉ ଏକ ଚିଠି ଗଞ୍ଜାମ ଜିଲା ଭଞ୍ଜନଗର ଡିଭିଜନାଲ ଫରେଷ୍ଟ ଅଫିସର ଓ କନ୍ଧମାଳ ଜିଲା ବାଲିଗୁଡା ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ଚିଠି କରାଯାଇଛି। ଏଥିସହ ଏ ସମ୍ପର୍କରେ ଗଞ୍ଜାମ ଓ କନ୍ଧମାଳ ଜିଲାପାଳଙ୍କୁ ଅବଗତ କରାଯିବା ସହ ଏହା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ନିମନ୍ତେ ସୋରଡା ଓ ଦାରିଙ୍ଗବାଡି ତହସିଲ ଅନ୍ତର୍ଗତ ରାଜସ୍ବ ନିରୀକ୍ଷକମାନଙ୍କ ଯୁଗ୍ମ ତଦନ୍ତ ଆବଶ୍ୟକ ପଡୁଛି। ଯୁଗ୍ମ ତଦନ୍ତ କରି ସରକାରୀ ଜମି ଓ ଜଙ୍ଗଲ ଜମିର ଡିମାରକେଶନ କରିବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି।ଏଥିପାଇଁ ଏକ ତାରିଖ ନିର୍ଦ୍ଧାରିତ କରିବା ସହ ଏ ସମ୍ପର୍କରେ ପୂର୍ବରୁ ଜଣାଇବାକୁ କୁହାଯାଇଛି। ସେହିପରି ସମ୍ପୃକ୍ତ ଅଞ୍ଚଳର ଫରେଷ୍ଟ ରେଞ୍ଜର ଓ ଇଂଜିନିୟରଙ୍କ ସହ ସମନ୍ବୟ ରଖି ଏହାକୁ ତ୍ୱରାନ୍ବିତ କରିବାକୁ ଅନୁରୋଧ କରାଯାଇଛି। ଭଞ୍ଜନଗର ଓ ବାଲିଗୁଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଫରେଷ୍ଟ ରେଞ୍ଜରମାନେ ଜଙ୍ଗଲ ଜମିର ଡିମାରକେଶନ କରିବେ। ଏଥିରେ ସମ୍ପୃକ୍ତ ଅଞ୍ଚଳର ୨ ତହସିଲରଦାର ଓ ସ୍ଥାନୀୟ ଇଞ୍ଜିନିୟରମାନଙ୍କ ସହ ସମନ୍ବୟ ରଖି ଏହାକୁ ଅତିଶୀଘ୍ର ତ୍ୱରାନ୍ବିତ କରିବାକୁ ଚିଠିରେ କୁହାଯାଇଛି ା ଡିମାରକେସନ ଯେଭଳି ଶୀଘ୍ର ହେଲେ କାମ ଆରମ୍ଭ ହେବ ଏବଂ ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିବ ବୋଲି ଉକ୍ତ ଚିଠିରେ ଉଲ୍ଳେଖ ରହିଛି ା ସୂଚନାଯୋଗ୍ୟ, ଉକ୍ତ ରାସ୍ତାରେ ଗମନାଗମନ ସୁବିଧା ନ ଥିବା ଯୋଗୁଁ ଆଦିବାସୀ ବହୁଳ ଗାଁର ଲୋକେ ଶିକ୍ଷା, ସ୍ବାସ୍ଥ୍ୟରୁ ବଞ୍ଚିତ ରହିଆସୁଛନ୍ତି। ଅନ୍ୟପକ୍ଷରେ ସରକାରୀ ଅଫିସର ଓ କର୍ମଚାରୀ ଚାହିଁଲେ ମଧ୍ୟ ଉକ୍ତ ଅଂଚଳକୁ ଯାଇପାରୁନାହାନ୍ତି ା ଆଦିବାସୀ ଲୋକେ ଜଙ୍ଗଲ ରାସ୍ତା ଦେଇ ଗଞ୍ଜାମ ଓ କନ୍ଧମାଳ ଜିଲାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆଡିପଙ୍ଗା ଓ ଆଖପାଖ ଆଦିବାସୀ ଗାଁର ଲୋକେ ସୋରଡା ବ୍ଲକ ଗାଜଲବାଡି ପଞ୍ଚାୟତ ଅଫିସକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଉଭୟ ଆଡିପଙ୍ଗା ଓ କେରୁବାଡି ଅଞ୍ଚଳ ସମେତ ମହୁଲପଲ୍ଳୀ, ବାଙ୍ଗରା, ରମନାବାଡି, ଗୋବାଙ୍ଗି, ମାଙ୍କଡଖାରି, ଆଡିଗୁଡ ଅଞ୍ଚଳର ଆଦିବାସୀମାନେ ଗାଜଲବାଡି ଉପରେ ବଜାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri