ଗଞ୍ଜାମ ଜିଲା ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‌ ଅସୁରକ୍ଷିତ

ଛତ୍ରପୁର,୯ା୬(ଡି.ଏନ୍‌.ଏ.): ଛତ୍ରପୁରଠାରେ ଥିବା ଗଞ୍ଜାମ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଷ୍ଟ୍ରଙ୍ଗରୁମ୍‌ର ଛାତ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ଅଛି। ଛାତର ପ୍ଲାଷ୍ଟର ଛୋଟ ଛୋଟ ଖଣ୍ଡ ତଳକୁ ଝଡୁଛି। କଂକ୍ରିଟରୁ ବାହାରି ରଡ୍‌ ଦେଖାଯାଉଛି। ଟ୍ରେଜେରି ଅଫିସର କୋଠା ବାହାରକୁ ଚକାଚକ୍‌ ଦେଖାଯାଉଥିଲେ ମଧ୍ୟ ଷ୍ଟ୍ରଙ୍ଗରୁମ୍‌ର ଅବସ୍ଥା ଦୟନୀୟ ା ଏହି ଷ୍ଟ୍ରଙ୍ଗରୁମ୍‌ରେ ସରକାରୀ ସମ୍ପତ୍ତିକୁ ରଖାଯାଇଥାଏ। ବାହାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥାଏ। ଏପରିକି ଉକ୍ତ ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ୍‌ର ନିରୀକ୍ଷଣ ଏଜି ଅଡିଟ୍‌ କରିଥିଲେ ା ସରକାରୀ ସମ୍ପତ୍ତିକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ର ଯଥେଷ୍ଟ ଯତ୍ନ ନେବା ଜରୁରୀ ବୋଲି ନିରୀକ୍ଷଣ ପରେ ଏଜି ଅଡିଟ୍‌ ମନ୍ତବ୍ୟ ଦେଇଛନ୍ତି। ବର୍ଷା ଦିନେ ଷ୍ଟ୍ରଙ୍ଗରୁମ୍‌ ଛାତରୁ ପାଣି ଗଳୁଛି ା ଫଳରେ ସେଥିରେ ସରକାରୀ ସମ୍ପତ୍ତି ଥିବା ବାକ୍ସଗୁଡିକ ନଷ୍ଟ ନହେବା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡୁଛି ା ତେଣୁ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ର ପୁନରୁଦ୍ଧାର ଆବଶ୍ୟକ ା ଏଥିଲାଗି ଜିଲା ଟ୍ରେଜେରି କାର୍ଯ୍ୟାଳୟର ଟ୍ରେଜେରି ଅଫିସରଙ୍କ ପକ୍ଷରୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆର ଆଣ୍ଡ ବି ଡିଭିଜନ-୨ ର ନିର୍ବାହୀଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ା ଷ୍ଟ୍ରଙ୍ଗରୁମ୍‌ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉକ୍ତ ଚିଠି ଜରିଆରେ ଟ୍ରେଜେରି ଅଫିସର ଅନୁରୋଧ କରିଛନ୍ତି। ଏହାର ପୁନରୁଦ୍ଧାର ହେଲେ ସରକାରୀ ସମ୍ପତ୍ତି ସୁରକ୍ଷିତ ଭାବେ ଗଛିତ ରଖାଯାଇପାରିବ ବୋଲି କୁହାଯାଇଛି ା ଏ ସମ୍ପର୍କରେ ଜିଲାପାଳ ଓ ଭୁବନେଶ୍ୱରସ୍ଥିତ ଓଡିଶା ଟ୍ରେଜେରୀଜ୍‌ ଓ ଇନ୍ସପେକ୍ସନର ନିର୍ଦ୍ଦେଶକଙ୍କୁ ମଧ୍ୟ ଟ୍ରେଜେରି ଅଫିସର ଚିଠି ଦ୍ୱାରା ଦୃଷ୍ଟି ଆକର୍ଷଣ କରିଛନ୍ତି ା ଆହୁରି ଜଣାଯାଇଛି ଯେ ଛତ୍ରପୁର ରିକାପଲ୍ଲୀ ସ୍ଥିତ ଟ୍ରେଜରୀ କଲୋନୀ ଠାରେ ଆଉ ୬ଟି ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣର ଆବଶ୍ୟକତା ରହିଛି। ଏନେଇ ପ୍ଲାନ୍‌ ଓ ଏଷ୍ଟିମେଟ୍‌ ପ୍ରସ୍ତୁତ କରି ଦେବାକୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆର.ଆଣ୍ଡ.ବି ଡିଭିଜନ-୨ ର ନିର୍ବାହୀଯନ୍ତ୍ରୀଙ୍କୁ ମଧ୍ୟ ଟ୍ରେଜରୀ ଅଫିସର ଚିଠି କରିଛନ୍ତି। ଏହି ପ୍ଲାନ୍‌ ଓ ଏଷ୍ଟିମେଟ୍‌ ପ୍ରସ୍ତୁତ ହେଲେ ଏହାକୁ ବିଭାଗକୁ ପ୍ରଶାସନିକ ମଞ୍ଜୁରୀ ଓ ଅର୍ଥ ବ୍ୟବସ୍ଥା ପାଇଁ ପଠାଯିବ ବୋଲି କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି...

ଛାତ ପଡ଼ି ଶିଶୁପୁତ୍ରର ଜୀବନଗଲା, ମା’ ଗୁରୁତର

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ମାଟିଖାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍‌ ସମୟରେ ମା ଓ ପୁଅ ଶୋଇଥିବା...

ଆକ୍ରମଣ ମାମଲା:ସାନଭାଇଙ୍କୁ ମାଡ଼ ମାରି ବଡ଼ ଗଲେ ଜେଲ

ଦିଗପହଣ୍ଡ,୧୩ା୧(ଡି.ଏନ.ଏ.)-ସାନଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ ସୋମବାର ପୋଲିସ ଦିଗପହଣ୍ଡି ବ୍ଲକ କୁମରଡ଼ା ଗ୍ରାମ ବଡ ସାହିର ସନ୍ତୋଷ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲା ନଂ....

୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୮: ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ୍‌ ନମ୍ବର ୨୩୬/୨୦ ଅନୁସାରେ ଗିରଫ କରିଛି।...

ଏତଲା ଦେଲେ ତହସିଲଦାର, ଜରିମାନା ଆଦାୟ କରୋନାରେ କ୍ରିକେଟ ଟୁର୍ନାମେଣ୍ଟ

ହିଞ୍ଜିଳିକାଟୁ, ୩୧ା୭(ଡ଼ି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ହିଞ୍ଜିଳିକାଟୁ ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗାଁରେ ରବିବାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏଥିରେ ଅନ୍ତରିଗାଁ...

କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ବନ୍ଦ କୋଠରୀରୁ ମିଳିଲା ଯୁବକଙ୍କ ମୃତଦେହ

ଗଞ୍ଜାମ,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୱାର୍ଡ ନଂ. ୪ ରାଉଳସାହିର ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ...

ଦର୍ଶକଙ୍କୁ ବିମୋହିତ କଲେ ଅର୍‌ମାନ

ବ୍ରହ୍ମପୁର ଅଫିସ/ଗୋପାଳପୁର, ୨୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ୍‌ର ଖ୍ୟାତନାମା...

Advertisement
Archives

Model This Week