Posted inଜାତୀୟ

ବାୟୋଟେକ୍‌ କ୍ଷେତ୍ରରେ ଭାରତ ଖୁବ୍‌ ଶୀଘ୍ର ଶୀର୍ଷ ୧୦ ଦେଶ ମଧ୍ୟରେ ସ୍ଥାନୀତ ହେବ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୬ : ଭାରତ ବାୟୋଟେକ୍‌ କ୍ଷେତ୍ରରେ ଖୁବ୍‌ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନୀତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ର ଉଦଘାଟନ କର ଏଭଳି କହିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ, ପୀୟୁଷ ଗୋୟଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ ହେଉଛି ବାୟୋଟେକ କ୍ଷେତ୍ରର ବ୍ୟାପକ ବିକାଶର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଆଠ ବର୍ଷ ମଧ୍ୟରେ ଭାରତର ଜୈବ ଅର୍ଥନୀତି ଆଠ ଗୁଣ ବୃଦ୍ଧି ପାଇଛି। ୧୦ ବିଲିୟନରୁ ଏହା ୮୦ ବିଲିୟନ ଡଲାରରେ ପହଞ୍ଚିଛି। ନୂଆ ଭାରତର ଏହି ନୂତନ ସଫଳତାରେ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ବାୟୋଟେକ କ୍ଷେତ୍ରରେ ଭାରତକୁ ସୁଯୋଗର ଦେଶ ଭାବେ ବିବେଚନା କରାଯାଉଛି। ଏହାର ମୁଖ୍ୟତ ପାଞ୍ଚଟି କାରଣ ଅଛି। ଏଥିରେ ଭାରତର ବିଭିନ୍ନ ଜନସଂଖ୍ୟା, ବିବିଧ ଜଳବାୟୁ ଜୋନ, ପ୍ରତିଭାବାନ ମାନବ ପୁଞ୍ଜି ପୁଲ, ବ୍ୟବସାୟ କରିବା ସହଜତା ଏବଂ ଜୈବ ଉତ୍ପାଦର ଚାହିଦା ଅନ୍ତର୍ଭୁକ୍ତ ।

ଗତ ୮ ବର୍ଷ ମଧ୍ୟରେ, ଆମ ଦେଶରେ ଷ୍ଟାର୍ଟ ଅପ ସଂଖ୍ୟା ପ୍ରାୟ ୬୦ ଟି ବିଭିନ୍ନ ଶିଳ୍ପରେ ୭୦,୦୦୦କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୫୦୦୦ରୁ ଅଧିକ ଷ୍ଟାର୍ଟ ଅପ ବାୟୋଟେକ ସେକ୍ଟର ସହିତ ଜଡିତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଣୋଇଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗିରଫ ହେଲେ ଶଳା

ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା…

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର…

ହାଇଜମ୍ପ ମାରିଲା ସୁନା ଦର: ଏକାଥରକେ ହଜାର ହଜାର ଟଙ୍କା ବଢ଼ିଲା, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୧୩।୫: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ…

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ୱର,୧୩।୫: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ…

ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri