Posted inଜାତୀୟ

ବାୟୋଟେକ୍‌ କ୍ଷେତ୍ରରେ ଭାରତ ଖୁବ୍‌ ଶୀଘ୍ର ଶୀର୍ଷ ୧୦ ଦେଶ ମଧ୍ୟରେ ସ୍ଥାନୀତ ହେବ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୬ : ଭାରତ ବାୟୋଟେକ୍‌ କ୍ଷେତ୍ରରେ ଖୁବ୍‌ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନୀତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ର ଉଦଘାଟନ କର ଏଭଳି କହିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ, ପୀୟୁଷ ଗୋୟଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ ହେଉଛି ବାୟୋଟେକ କ୍ଷେତ୍ରର ବ୍ୟାପକ ବିକାଶର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଆଠ ବର୍ଷ ମଧ୍ୟରେ ଭାରତର ଜୈବ ଅର୍ଥନୀତି ଆଠ ଗୁଣ ବୃଦ୍ଧି ପାଇଛି। ୧୦ ବିଲିୟନରୁ ଏହା ୮୦ ବିଲିୟନ ଡଲାରରେ ପହଞ୍ଚିଛି। ନୂଆ ଭାରତର ଏହି ନୂତନ ସଫଳତାରେ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ବାୟୋଟେକ କ୍ଷେତ୍ରରେ ଭାରତକୁ ସୁଯୋଗର ଦେଶ ଭାବେ ବିବେଚନା କରାଯାଉଛି। ଏହାର ମୁଖ୍ୟତ ପାଞ୍ଚଟି କାରଣ ଅଛି। ଏଥିରେ ଭାରତର ବିଭିନ୍ନ ଜନସଂଖ୍ୟା, ବିବିଧ ଜଳବାୟୁ ଜୋନ, ପ୍ରତିଭାବାନ ମାନବ ପୁଞ୍ଜି ପୁଲ, ବ୍ୟବସାୟ କରିବା ସହଜତା ଏବଂ ଜୈବ ଉତ୍ପାଦର ଚାହିଦା ଅନ୍ତର୍ଭୁକ୍ତ ।

ଗତ ୮ ବର୍ଷ ମଧ୍ୟରେ, ଆମ ଦେଶରେ ଷ୍ଟାର୍ଟ ଅପ ସଂଖ୍ୟା ପ୍ରାୟ ୬୦ ଟି ବିଭିନ୍ନ ଶିଳ୍ପରେ ୭୦,୦୦୦କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୫୦୦୦ରୁ ଅଧିକ ଷ୍ଟାର୍ଟ ଅପ ବାୟୋଟେକ ସେକ୍ଟର ସହିତ ଜଡିତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ମାସ ପରେ ଏହି ଦିନ ଖୋଲିବ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର

ଜମ୍ମୁ,୬।୮: ଜମ୍ମୁ-କଶ୍ମୀର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା  କରିବାକୁ ଇଛା ପ୍ରକାଶ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଖୁବ୍‌ଶୀଘ୍ର ସେମାନଙ୍କର ଅପେକ୍ଷାର ଅନ୍ତ ଘଟିବାକୁ...

ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…

ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା...

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

ପ୍ରମୋଶନ ପାଇଲେ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ,୩ା୧୧: ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍‌ରେ ୨୦୧୯ ଫେବୃୟାରୀରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ହିରୋ ତଥା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରୁପ୍‌ କ୍ୟାପ୍‌ଟେନ୍‌...

ଭାରତୀୟ ଉପଗ୍ରହକୁ ଟାର୍ଗେଟ୍‌ କରୁଛି ଚାଇନା

ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନଷ୍ଟଚ୍ୟୁଟ୍‌(ସିଏଏସ୍‌ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

୨ ଭଉଣୀଙ୍କୁ ଗଣବଳାତ୍କାର

ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ...

ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ, କମ୍ୟୁନିଟି କିଚେନ ଯୋଜନା ନେଇ କେନ୍ଦ୍ରକୁ ଶେଷ ଚେତାବନୀ…

ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ...

Advertisement
Archives

Model This Week