ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ ଏଥିରୁ ଗୋଟିଏ ଗାରକୁ ଛୋଟ କିପରି କରିବ। ଆମ ମୁଣ୍ଡକୁ ହଠାତ୍‌ କିଛି ସମାଧାନ ଜୁଟିଲା ନାହିଁ। ଆମକୁ ଆଉ ବେଶି ସମୟ ଦ୍ୱନ୍ଦ୍ୱରେ ନ ରଖି ସାର୍‌ କହିଲେ, ଯଦି ତୁମେ ଗୋଟିଏ ଗାରକୁ ପୁନଶ୍ଚ ଆଗକୁ ଟାଣି ବଡ଼ କରିଦେବ, ତେବେ ଅନ୍ୟ ଗାରଟି ଆପେ ଆପେ ଛୋଟ ହୋଇଯିବ। ସାର୍‌ ବି ସେପରି କରି ଦେଖାଇଦେଲେ। ଆମ ମନରେ ଏହା ଗଭୀର ପ୍ରଭାବ ପକାଇଥିଲା। ଅନ୍ୟକୁ ଛୋଟ କରିବା ପାଇଁ ତାକୁ ଲିଭେଇବା ବା ଭାଙ୍ଗିବା ଦରକାର ନାହିଁ, ନିଜେ ବଡ଼ ହୋଇଗଲେ ଅନ୍ୟଟି ଛାଏଁ ଛାଏଁ ଛୋଟ ହୋଇଯିବ। ଏହା କେବଳ ଶ୍ରେଣୀଗୃହର ଗୋଟେ ଉଦାହରଣ ନୁହେଁ, ଜୀବନର ଏକ ନୀତିଶିକ୍ଷା। କିନ୍ତୁ ଆଜି ଦେଶରେ ସରକାରଙ୍କ କାମକୁ ଦେଖିଲେ ଏହି ନୀତିଶିକ୍ଷାର ଠିକ୍‌ ବିପରୀତ ହେଉଥିବା ଦେଖିବାକୁ ମିଳୁଛି। ସରକାର ନିଜର ଟାଣିଥିବା ଗାରକୁ ବଡ଼ ନ କରି ପୂର୍ବ ସରକାରଙ୍କର ଗାରକୁ ଛୋଟ କରୁଥିବାର ନିମ୍ନମାନର ଘଟଣାସବୁ ଦେଖିବାକୁ ମିଳୁଛି। ଏହାକୁ ବୁଝିବାକୁ ବେଶି ପଛକୁ ଯିବାକୁ ପଡ଼ିବ ନାହିଁ।
ସମ୍ପ୍ରତି କେନ୍ଦ୍ର ସରକାର ଦେଶର ବହୁଳ ଲୋକପ୍ରିୟ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ’ (ଏମ୍‌ଜିଏନ୍‌ଆର୍‌ଇଜିଏ)ର ନାମ ବଦଳାଇ ଦେଇଛନ୍ତି। କେବଳ ନାମ ବଦଳ ହୋଇନି, ସେହି ଆଇନର ଅନେକ ଭଲ ଦିଗକୁ ମଧ୍ୟ ମୋଡ଼ି ମକଚି ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏର ନାମ ବଦଳାଇ ସରକାର ଏହାକୁ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଣ୍ଡ ଆଜୀବିକା ମିଶନ ବା ‘ଭିବି ଜି ରାମ ଜି’ ନାମ ଦେଇଛନ୍ତି। ପ୍ରଥମେ ଏହି ଭିବି ଜି ରାମ ଜିର ପୂର୍ଣ୍ଣ ନାମକୁ ଟିକେ ଲକ୍ଷ୍ୟ କରିବା। ପ୍ରଥମେ ବିକଶିତ ଭାରତ, ଯାହା ହିନ୍ଦୀ ଶବ୍ଦ, ତା’ପରେ ଗ୍ୟାରେଣ୍ଟି- ଇଂଲିଶ ଶବ୍ଦ, ରୋଜଗାର-ହିନ୍ଦୀ ଶବ୍ଦ, ଆଣ୍ଡ- ଇଂଲିଶ ଶବ୍ଦ, ପୁଣି ଆଜୀବିକା- ହିନ୍ଦୀ ଶବ୍ଦ ଓ ଶେଷରେ ମିଶନ- ଇଂଲିଶ ଶବ୍ଦ। ଏପରି ହିନ୍ଦୀ ଓ ଇଂଲିଶ ଶବ୍ଦ ମିଶେଇ ଘାଣ୍ଟ କରି ନଁା ଦେଇ ପୂର୍ବରୁ ତିଆରି ହୋଇଥିବା ଏକ ଆଇନର ନାମରୁ ମହାତ୍ମା ଗାନ୍ଧୀଙ୍କ ନାମ ଲିଭେଇବାର ଯଥାର୍ଥତା ନିଶ୍ଚୟ ସନ୍ଦେହ ଘେରରେ। ଗୋଟିଏ ବଳବତ୍ତର ଆଇନର ନାମକୁ ଏପରି ବଦଳାଗଲା କାହିଁକି? ଏଥିରୁ ବୁଝିହେଉଛି ଯେ, ସରକାର ନିଜେ ବଡ଼ ହୋଇ ନ ପାରି ଅନ୍ୟକୁ ଛୋଟ କରି ନିଜେ ବଡ଼ ହେବାର ଆଶା ପୋଷଣ କରୁଛନ୍ତି। ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅନୁସାରେ ଲୋକମାନେ ନିଜ ଚାହିଦା ମୁତାବକ କାମ ପାଇବାର ବ୍ୟବସ୍ଥା ଥିଲା, ଯାହା ଏହି ଭିବି ଜି ରାମ ଜିରେ ବଦଳେଇ ଦିଆଯାଇଛି। ଲୋକମାନେ ଯେବେ ଓ ଯେତେଦିନ କାମ ମାଗିବେ, ସେବେ ଓ ସେତେଦିନ କାମ ପାଇବାର ଯେଉଁ ବ୍ୟବସ୍ଥା ଥିଲା, ତାହା ବର୍ତ୍ତମାନ ଆଉ ନାହିଁ। ପୂର୍ବରୁ ଏମ୍‌ଜିଏନ୍‌ଆର୍‌ଇଜିଏରେ ଲୋକଙ୍କ ଚାହିଦା ମୁତାବକ ବଜେଟ ବଢ଼ିବାର ବ୍ୟବସ୍ଥା ଥିଲା, ବର୍ତ୍ତମାନ ସରକାର ଭିବି ଜି ରାମ ଜିରେ ଏକାଥରେ ବଜେଟ ସ୍ଥିର କରିବେ। କ୍ଷମତା ଧୀରେ ଧୀରେ ଗଣଙ୍କ ପାଖରୁ ତନ୍ତ୍ରଙ୍କ ପାଖକୁ ଚାଲିଯିବାର ସୁନ୍ଦର ବ୍ୟବସ୍ଥା କରାଯାଇଛି ଏଥିରେ। ଏହାକୁ ହିଁ ତ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌ କୁହାଯାଏ। ଯଦିଓ ଏହି ମାଷ୍ଟର ଷ୍ଟ୍ରୋକ୍‌ ସାଧାରଣ ଲୋକଙ୍କ ପିଠିରେ ବାଜୁଛି, ସେଥିରେ କାହାର ଯାଏ ଆସେ ନାହିଁ।
ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତବର୍ଷରେ ହୋଇଥିବା ଯୁଗାନ୍ତକାରୀ ଜନବାଦୀ ଆଇନର ତାଲିକା କରିବା ତେବେ ନିର୍ବିବାଦୀୟ ଭାବେ ତାଲିକାର ଉପର ଭାଗରେ ରହିବ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ’ (ଏମ୍‌ଜିଏନ୍‌ଆର୍‌ଇଜିଏ), ‘ଜଙ୍ଗଲ ଅଧିକାର ଆଇନ’, ‘ସୂଚନା ଅଧିକାର ଆଇନ’ ଓ ‘ଶିକ୍ଷା ଅଧିକାର ଆଇନ’। ଏହି ସବୁ ଆଇନ ବାସ୍ତବରେ ଆମ ଗଣତନ୍ତ୍ରକୁ ମଜଭୁତ କରୁଛି। କାରଣ ଏହା ସାଧାରଣ ଲୋକଙ୍କ ଅଧିକାରକୁ ନିଶ୍ଚିତ କରିବା ସହ ବାସ୍ତବରେ ଦେଶକୁ ମଜଭୁତ ଦିଗରେ ନେବା ପାଇଁ ରାସ୍ତା ପ୍ରଶସ୍ତ କରୁଛି। କିନ୍ତୁ ଏହିସବୁ ଆଇନ ଚଳନ୍ତି ସରକାର ଶାସନ କରିଥିବା ଗତ ବାର ବର୍ଷ ପୂର୍ବରୁ ହିଁ ଆସିଛି । ବର୍ତ୍ତମାନର ସରକାର ତାଙ୍କ ଶାସନ କାଳ ମଧ୍ୟରେ ଏପରି କିଛି ବି ଆଇନ ବା ଯୋଜନା ଆଣିନାହାନ୍ତି, ଯାହା ଉପରୋକ୍ତ ଆଇନଗୁଡ଼ିକର ସମକକ୍ଷ ବା ସେଗୁଡ଼ିକ ପରି ଲୋକଙ୍କ ଅଧିକାରକୁ ମାନ୍ୟତା ଦେଉଛି। ଏହା ନୁହେଁ ଯେ ବର୍ତ୍ତମାନର ସରକାର କିଛି ଭଲ ଯୋଜନା ଆଣିନାହାନ୍ତି, କିନ୍ତୁ ତାହା ଏମ୍‌ଜିଏନ୍‌ଆର୍‌ଇଜିଏ, ଏଫଆର୍‌ଏ, ଆର୍‌ଟିଆଇ ଓ ଆର୍‌ଟିଇ ପରି ଯୁଗାନ୍ତକାରୀ ହୋଇପାରିନାହିଁ। ଏହା ନିଶ୍ଚିତ ଭାବେ ସରକାରଙ୍କ ସଫଳତା ପ୍ରତି ଲୋକଙ୍କ ମନରେ ସଂଶୟ ସୃଷ୍ଟି କରୁଥିବ। ଏହା ତ ଠିକ୍‌ ସେହିପରି କଥା ହେଲା, ଯେ ନିଜେ ବଡ଼ ଗାର ଟାଣିବାକୁ ଅକ୍ଷମ ଥିବାରୁ ଅନ୍ୟର ଗାରକୁ ଛୋଟ କରିଦିଅ। କେବଳ ଏହି ଏମ୍‌ଜିଏନ୍‌ଆର୍‌ଇଜିଏ ନୁହେଁ, ସରକାର ଆହୁରି ଅନେକ ଯୋଜନାର ନାମକୁ ବଦଳେଇ ସେଥିରେ ନିଜର ଛାପ ଛାଡ଼ିଛନ୍ତି। ନିର୍ମଳ ଭାରତ ଅଭିଯାନର ନାମ ବଦଳେଇ ସ୍ବଚ୍ଛ ଭାରତ ମିଶନ, ଇନ୍ଦିରା ଆବାସର ନାମ ବଦଳେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମଧ୍ୟାହ୍ନ ଭୋଜନର ନାମ ବଦଳେଇ ପିଏମ୍‌ ପୋଷଣ ଶକ୍ତି ନିର୍ମାଣ ଅଭିଯାନ ଇତ୍ୟାଦି ଏହାର କିଛି ଉଦାହରଣ।
ଏହି ପରିପ୍ରେକ୍ଷୀରେ ପିଲାଦିନେ ଶୁଣିଥିବା ଆଉ ଗୋଟେ ମଜାଳିଆ ଗପର ଅବତାରଣା କରାଯାଇପାରେ। ଥରେ ଗୋଟେ ଆସରରେ ଆମେରିକା, ଚାଇନା ଓ ଭାରତର ତିନିଜଣ ବୈଜ୍ଞାନିକ ବସିଥିଲେ। ପ୍ରଥମେ ଆମେରିକାର ବୈଜ୍ଞାନିକ ଗୋଟେ ଅତି ସରୁ ଛୁଞ୍ଚି ଦେଖାଇ କହିଲେ, ଏହା ଦୁନିଆର ସବୁଠାରୁ ସରୁ ଓ ସୂକ୍ଷ୍ମଜିନିଷ। ଏହାଠାରୁ ସରୁ ଜିନିଷ ଏପର୍ଯ୍ୟନ୍ତ ଉଦ୍ଭାବନ ହୋଇନାହିଁ। ଉପସ୍ଥିତ ଲୋକମାନେ ତାଳିମାରିଲେ। ଚାଇନା ବୈଜ୍ଞାନିକ କହିଲେ ଏଇ ଗୋଟେ କଥା, ଆମ ପାଖରେ ଏପରି ସୂକ୍ଷ୍ମ ଓ ସରୁ ଜିନିଷ ଅଛି ଯାହା ଏହି ଛୁଞ୍ଚିରେ ବି କଣା କରିଦେଇ ପାରିବ। ସେ ଛୁଞ୍ଚିଟିକୁ ନେଇ ସେଥିରେ ଗୋଟେ କଣା କରିଦେଲେ। ଏଥର ଭାରତୀୟ ବୈଜ୍ଞାନିକଙ୍କ ପାଳି। ସେ ଛୁଞ୍ଚତ୍ଟିକୁ ହାତକୁ ନେଇ ତାକୁ ପ୍ୟାକିଂ କରି ସେଥିରେ ଲେଖିଦେଲେ, ମେଡ୍‌ ଇନ୍‌ ଇଣ୍ଡିଆ। ଏହି ମଜାଳିଆ କାଳ୍ପନିକ କଥାରେ ଭାରତୀୟ ବୈଜ୍ଞାନିକଙ୍କ ପରି ବର୍ତ୍ତମାନର ସରକାର ନିଜର ଦକ୍ଷତା ନ ଦେଖାଇ ଅନ୍ୟର କାମକୁ ନିଜ ନାମରେ କରିବାର ପ୍ରୟାସ କରୁଛନ୍ତି।

ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri