ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର ୭୫ ପ୍ରତିଶତ ନିୟନ୍ତ୍ରଣ କରିପାରିବେ ବୋଲି ଆକଳନ କରାଯାଉଛି। ତଥାପି ପ୍ରାୟ ପ୍ରତ୍ୟେକ ଶିଳ୍ପ ସେମାନେ ଆବଶ୍ୟକ କରୁଥିବା ଉତ୍ପାଦ ଯୋଗାଇପାରୁନାହାନ୍ତି। ଅନେକ ଦଶନ୍ଧି ଧରି କମ୍ପାନୀଗୁଡ଼ିକ ପିଙ୍କ୍‌ ପ୍ୟାକେଜିଂ, ଟୋକୋନ ପିମେଲ୍‌ ଫ୍ରେଣ୍ଡ୍‌ଲି କ୍ୟାମ୍ପେନ ଏବଂ ତଥାକଥିତ ପିଙ୍କ୍‌ ଟ୍ୟାକ୍ସ ଭଳି ଭାବନାତ୍ମକ ଧାରଣା ଉପରେ ନିର୍ଭରକରି ଆସିଛନ୍ତି, ଯେଉଁଥିରେ ଉତ୍ପାଦ ପାଇଁ ମହିଳାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଏଗୁଡ଼ିକ ମଧ୍ୟରୁ ଅନେକ ବ୍ୟକ୍ତିଗତ ଉତ୍ପାଦ ମାକେର୍ଟି ଆଢୁଆଳରେ ରହିଯାଉଛି। ପରିଣାମ ସ୍ବରୂପ ମହିଳାଙ୍କ ଆବଶ୍ୟକ ଉତ୍ପାଦ ଓ କମ୍ପାନୀ ଯୋଗାଣ ମଧ୍ୟରେ ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୂରକରିବାକୁ ହେଲେ ମହିଳାଙ୍କ ପ୍ରାଥମିକତା, ନିଷ୍ପତ୍ତି, କ୍ୟାରିୟର ଏବଂ ବ୍ୟକ୍ତିଗତ ଜ୍ଞାନକୁ ବିଚାରକୁ ନେଇ ଉତ୍ପାଦ ଓ ସେବା ଢାଞ୍ଚା ଗଢ଼ି ତୋଳିବାକୁ ପଡ଼ିବ। ଅତୀତରୁ ମହିଳାମାନେ ଯେଉଁ ସେବା ଓ ଉତ୍ପାଦ ଗ୍ରହଣକରି ଆସୁଛନ୍ତି ବାସ୍ତବରେ ସେସବୁ ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇ ନ ଥିବା ମନେହେଉଛି। ଏହାର ପ୍ରମାଣ ସବୁଠି ଦେଖିବାକୁ ମିଳେ। ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଉପକରଣ ପ୍ରାୟତଃ ସେମାନଙ୍କ ଲାଗି ଉପଯୁକ୍ତ ହୋଇ ନ ଥାଏ। ଉଦାହରଣ ସ୍ବରୂପ, ଧରିବା ପାଇଁ ସ୍ମାର୍ଟଫୋନଗୁଡ଼ିକ ଆକାର ବଡ଼ ହୋଇଥାଏ। ପୁରୁଷଙ୍କ ଡେଟାକୁ ସାଧାରଣ ମାନଦଣ୍ଡ ଭାବେ ବ୍ୟବହାର କରାଯାଉଥିବାବେଳେ ମହିଳାଙ୍କୁ ଅଣଦେଖା କରାଯାଉଛି ଏବଂ ମାର୍କେଟ ବିକଶିତ ହୋଇପାରୁନାହିଁ। ଏହି ଦୃଷ୍ଟିକୋଣ ଏବକାର ଅନିୟୋଜିତ ଅଭିନବତ୍ୱ ବା ନୂତନତ୍ୱ ବିକାଶକୁ ସୂଚିତ କରୁଛି।
ବିତ୍ତୀୟ ସେବା କଥା ବିଚାର କରାଯାଉ। ବିଶ୍ୱରେ ସମ୍ପତ୍ତି କ୍ଷେତ୍ରକୁ ପ୍ରତିବର୍ଷ ମହିଳାଙ୍କ ଯୋଗଦାନ ହେଉଛି ୫ ଟ୍ରିଲିୟନ ଡଲାର, କିନ୍ତୁ ଉତ୍ପାଦଗୁଡ଼ିକ ଏଯାବତ ପୁରୁଷଙ୍କ ରୋଜଗାର ଧାରା ଓ ପ୍ରାଥମିକତାକୁ ଦେଖି ଯୋଗାଇ ଦିଆଯାଉଛି। ପରିବାର ବଜେଟର ଏକ ବୃହତ୍‌ ଅଂଶକୁ ମହିଳାମାନେ ପରିଚାଳନା କରୁଥିବା ସତ୍ତ୍ୱେ ପୁରୁଷଙ୍କ ତୁଳନାରେ ସେମାନେ କମ୍‌ ବିତ୍ତୀୟ କୁଶଳ ବୋଲି ଅନୁଭବ କରୁଛନ୍ତି। ଏପରିକି ବିଉଟି, ପର୍ସନାଲ କେୟାର ଏବଂ ଗ୍ରୋସରି ଭଳି ପାରମ୍ପରିକ ମହିଳାକୈନ୍ଦ୍ରିକ ଶିଳ୍ପଗୁଡ଼ିକ ମହିଳାଙ୍କର କେବଳ ଦୁଇ ତୃତୀୟାଂଶ ଆବଶ୍ୟକତା ପୂରଣ କରୁଛି ବୋଲି ସେମାନେ ଅନୁଭବ କରନ୍ତି। ଅନେକ ବ୍ରାଣ୍ଡ୍‌ ଲଗାତର ଗୁଣବତ୍ତା ବଦଳରେ ମାର୍କେଟିଂକୁ ଗୁରୁତ୍ୱ ଦେଉଥିବାବେଳେ ଅଧିକାଂଶ ମହିଳା କହନ୍ତି ଯେ, ସେମାନେ ସୁରକ୍ଷିତ,ଉଚ୍ଚ ଗୁଣବତ୍ତା କିମ୍ବା ଅଧିକ ସୁବିଧାଜନକ ବିକଳ୍ପ ପାଇଁ ୧୫% ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଏହାକୁ ବନ୍ଦ କରିବା ପାଇଁ କମ୍ପାନୀଗୁଡ଼ିକ ମହିଳାଙ୍କ ସହ ଜଡ଼ିତ ଏବକାର ଉତ୍ପାଦଗୁଡ଼ିକ ବଦଳରେ ବାସ୍ତବରେ ସେମାନେ ଯାହା ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଉପରେ ନଜର ଦେବା ଉଚିତ।
ସ୍ବାସ୍ଥ୍ୟସେବାରେ କମ୍ପାନୀଗୁଡ଼ିକର ଭାଗୀଦାରି ଅନ୍ୟ ତୁଳନାରେ ଅଧିକ ରହିଛି, ଯେଉଁଠାରେ ମହିଳାଙ୍କ ଅଭିଜ୍ଞତାକୁ ଅଣଦେଖା କରିବା ଜୀବନ ପରିବର୍ତ୍ତନକାରୀ ପରିଣାମ ହୋଇପାରେ। ପରିବାରର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହିଳାମାନେ ୮୩% ନିଷ୍ପତ୍ତି ନେଉଥିବାବେଳେ କେବଳ ୪୧% ମହିଳା କହନ୍ତି ଯେ, ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁଛି। ହୃଦ୍‌ରୋଗ, ଅସ୍ଥି, ମାନସିକ ଓ ଋତୁସ୍ରାବ ସମ୍ବନ୍ଧିତ ସ୍ବାସ୍ଥ୍ୟ ସମସ୍ୟାର କମ୍‌ ପରୀକ୍ଷଣ ଓ ଚିକିତ୍ସା ହେଉଛି। ଆମେରିକାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାର ଉତ୍ପାଦ ଓ ସେବା ୧୦୦ ବିଲିୟନ ଡଲାରରୁ ଅଧିକ। ହେଲେ ହୃଦ୍‌ରୋଗ ଯୋଗୁ ମହିଳାଙ୍କର ଅଧିକ ମୃତ୍ୟୁ ହେଉଛି ,ଯାହା ଦର୍ଶାଉଛି ଏଥିରେ ବଡ଼ ସମସ୍ୟା ଅଛି। ଏହାର ଚିହ୍ନଟ ଓ ଚିକିତ୍ସା କମ୍‌ ହେଉଛି କାରଣ ସ୍କ୍ରିନିଂ ଓ ପ୍ରୋଟୋକଲ ପୁରୁଷଙ୍କ ଲକ୍ଷଣ ଆଧାରରେ ପ୍ରସ୍ତୁତ କରାଯାଇଛି। ଏହି ଭେଦଭାବ ଦୂରକରାଯାଇପାରିଲେ ହୃଦ୍‌ଜନିତ ରୋଗର ମାର୍କେଟ ୭୪% ବୃଦ୍ଧି ଘଟି ୨୦୩୦ ସୁଦ୍ଧା ୨୦ ବିଲିୟନ ଡଲାରରେ ପହଞ୍ଚିଯିବ। ଏହି ପ୍ରକାର ଗତିବିଧି ପ୍ରାୟ ସବୁ ଶିଳ୍ପରେ ଚାଲୁଛି। ମହିଳାଙ୍କୁ ବାଦ୍‌ଦେବା ଯୋଗୁ ମାର୍କେଟଗୁଡ଼ିକର କ୍ଷମତା କମ୍‌ ରହୁଥିବା ଲକ୍ଷ୍ୟ କରାଯାଉଛି। ଯେତେବେଳେ ମହିଳାଙ୍କ ସମସ୍ୟା ସମାଧାନ କରାଯିବ ସେତେବେଳେ ସେମାନଙ୍କ ସ୍ବାସ୍ଥ୍ୟକ୍ଷେତ୍ରରେ ସୁଧାରହେବା ସହ ଅଧିକ ଲାଭ ମଧ୍ୟ ମିଳିବ। କିନ୍ତୁ ଏଥିପାଇଁ ଏକ ମୌଳିକ ପରିବର୍ତ୍ତନ ଲୋଡ଼ା। ମହିଳାଙ୍କ ସ୍ବାସ୍ଥ୍ୟ, କ୍ୟାରିୟର, ପରିବାର ଏବଂ ପରିଚୟ ଲଗାତର ଭାବେ ବିକଶିତ ହୋଇ ଚାଲିଛି ଏବଂ ଏହି କ୍ରମବିକାଶକୁ ଧ୍ୟାନରେ ରଖି ମହତ୍ତ୍ୱପୂର୍ଣ୍ଣ ନୂତନତ୍ୱ ଆଧାରରେ ସବୁକିଛି ପ୍ରସ୍ତୁତ କରାଯିବା ଉଚିତ। ଏହା ହାସଲ କରିବାକୁ ହେଲେ ମହିଳାଙ୍କ ଜନସାଂଖିକ ତଥ୍ୟ ସହ ଆହୁରି ଅଧିକ ଗବେଷଣା ଦରକାର। କମ୍ପାନୀଗୁଡ଼ିକ ଅଧିକ ମହିଳାକୈନ୍ଦ୍ରିକ ନିବେଶ କରିବା ଆବଶ୍ୟକ। ଏହାସହ ମହିଳାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ଉପରେ ଗବେଷଣା କରାଗଲେ ସେମାନଙ୍କ ଜୀବନ ସମ୍ପର୍କରେ ବ୍ୟାପକ ଅଭିଜ୍ଞତା ମିଳିପାରିବ। ବିଶ୍ୱବିଦ୍ୟାଳୟ, ସ୍ବାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଏବଂ ଡେଟା ବୈଜ୍ଞାନିକଙ୍କ ସହଭାଗିତାରେ ନୂଆ ଦୃଷ୍ଟିକୋଣ ମିଳିବା ସହ ସମ୍ମିଳିତ ନୂତନତ୍ୱକୁ ଆଗକୁ ନିଆଯାଇପାରିବ।
ଋତୁସ୍ରାବ, ପ୍ରଜନନ ଏବଂ ବିତ୍ତୀୟ ସ୍ବାଧୀନତା ଭଳି ବିଷୟଗୁଡ଼ିକୁ ମଧ୍ୟ ସମାଧାନ କରାଯିବା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସମସ୍ୟର ସମାଧାନ କରାଯାଇପାରିଲେ ମହିଳାଙ୍କୁ ସଶକ୍ତ କରିବା ସହ ନୂଆ ଚିକିତ୍ସା ଓ ମାର୍କେଟ ସୁବିଧା ଚିହ୍ନଟ କରିବାରେ କମ୍ପାନୀଗୁଡ଼ିକ ସକ୍ଷମ ହୋଇପାରିବେ। ମହିଳାଙ୍କ ପ୍ରକୃତ ଅଭିଜ୍ଞତା ସାମ୍ନାକୁ ଆଣିବା ପାଇଁ ଗବେଷଣା ଓ ବିକାଶ ନିଶ୍ଚିତ କରିବାକୁ ପଡ଼ିବ। କମ୍ପାନୀଗୁଡ଼ିକ ଗବେଷଣା ଓ ବିକାଶ ପରମ୍ପରାକୁ ଗ୍ରହଣ କରିବାକୁ ହେବ। ଏହାସହ ପ୍ରାରମ୍ଭରୁ ଉତ୍ପାଦ ପରୀକ୍ଷଣରେ ମହିଳାଙ୍କୁ ସାମିଲ କରାଗଲେ ତାହାର ବିକ୍ରି ବଢ଼ିବ ଏବଂ ଉତ୍ତମ ମାର୍କେଟ ସୃଷ୍ଟିହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଯେତେବେଳେ ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନେ ସେବା ପାଇବା ଲୋକଙ୍କ ସମସ୍ୟାକୁ ଠିକ୍‌ ଭାବେ ବୁଝିପାରିବେ ସେତେବେଳେ ନୂତନତ୍ୱର ବିକାଶ ଘଟିବ। ଯେତେବେଳେ ମହିଳାମାନେ ଯୋଜନା,ନିବେଶ ଓ ଉତ୍ପାଦ ଡିଜାଇନ କରିବେ ତାହା ପ୍ରଭାବୀ ହେବ ଓ ସମସ୍ୟା ସମାଧାନ ସହଜ ହେବ। ଲଗାତର ଗବେଷଣାରୁ ଜଣାପଡ଼ିଛି, ବିବିଧତାକୁ ନେଇ ସଂସ୍ଥାଗୁଡ଼ିକ ଯୋଜନାରେ ଆଗକୁ ବଢ଼ିପାରିବେ।
ଶେଷରେ, ଅନେକ ଶତାବ୍ଦୀର ଅବହେଳା ପରେ ନୂତନତ୍ୱ ଓ ନିବେଶ ଏବେ ଆଗକୁ ବଢ଼ିବା ଆରମ୍ଭ ହୋଇଛି। ଆମେରିକାରେ ଗବେଷଣା ପାଇଁ ଯୋଗାଇ ଦିଆଯାଉଥିବା ପାଣ୍ଠିରୁ ୪%ରୁ କମ୍‌ ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ଯାଉଥିଲେ ମଧ୍ୟ ମିଡି ହେଲ୍‌ଥ ଓ ଆଲାରା ହେଲ୍‌ଥ ଭଳି ଷ୍ଟାର୍ଟଅପ୍‌ ମହିଳାଙ୍କ ପାଇଁ ମଧ୍ୟ ବୟସରେ ହର୍ମୋନ ସେବା ଯୋଗାଇଦେଉଛନ୍ତି। ଏହା ବ୍ୟତୀତ ପ୍ରମୁଖ ସ୍ବାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ମହିଳାଙ୍କ ହୃଦ୍‌ସମସ୍ୟା ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଅନେକ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏଲିଭେଷ୍ଟ ଲିଙ୍ଗଗତ ବେତନ ପାର୍ଥକ୍ୟ, ଦୀର୍ଘ ଆୟୁଷ ଏବଂ ଛାଡ଼ପତ୍ର ସମସ୍ୟା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଲିନେଆ ଜେନ୍‌ ଜି ମହିଳାଙ୍କୁ ନିବେଶ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଏଆଇଚାଳିତ ସାଧନ ବ୍ୟବହାର କରୁଛି। ଏହି ପରିବତ୍ତର୍ର୍ନ ମଧ୍ୟ ଉପଭୋକ୍ତା ସାମଗ୍ରୀଗୁଡ଼ିକରେ ଦେଖିବାକୁ ମିଳୁଛି। ଏହା ସ୍ପଷ୍ଟ ବାର୍ତ୍ତା ଦିଏ ଯେ, ଅଭିନବତ୍ୱ ପ୍ରକ୍ରିୟାରେ ମହିଳାଙ୍କୁ ସାମିଲକରି କମ୍ପାନୀଗୁଡ଼ିକ ମାର୍କେଟରେ ପ୍ରବେଶ କରିପାରିବେ। ମହିଳାଙ୍କୁ ଉତ୍ତମ ସେବା ଯୋଗାଇଦେବା ଅତ୍ୟନ୍ତ ଯୁକ୍ତିଯୁକ୍ତ, ଯାହା ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧିର ଲହର ସୃଷ୍ଟି କରିପାରିବ।

ଆଲେକ୍ସ ଫ୍ରିଏଡ୍‌ମ୍ୟାନ

ମ୍ୟାନେଜିଂ ଡାଇରେକ୍ଟର ଆଣ୍ଡ ପାଟର୍ନର, ବୋଷ୍ଟନ୍‌
କନ୍‌ସଲଣ୍ଟିଂ ଗ୍ରୁପ୍‌ ଏକ୍ସ

ତ୍ରିଶ ଷ୍ଟ୍ରୋମ୍ୟାନ

ମ୍ୟାନେଜିଂ ଡାଇରେକ୍ଟର ଆଣ୍ଡ ସିନିୟର ପାଟର୍ନର,ବୋଷ୍ଟନ୍‌ କନ୍‌ସଲଣ୍ଟିଂ ଗ୍ରୁପ

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri