ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାଧାରଣତହଃ ସାପ ବେଙ୍ଗକୁ ଗିଳି ଦେଇଥାଏ। ମାତ୍ର ଏଠି ତାହାର ବିପରୀତ ଦେଖିବାକୁ ମିଳିଛି। ଯେଉଁଥିରେ ବେଙ୍ଗ ଏକ ସାପକୁ ଖାଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Frog swallows a snake🙄
Everything is possible in food chain in the wild pic.twitter.com/yFJagDhUo5— Susanta Nanda IFS (Retd) (@susantananda3) November 24, 2020

