୪ ଦିନିଆ ଓଡ଼ିଶା ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରଦୂତ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍‌ ଲେନାଇନ୍‌ଙ୍କ ସହ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ା ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କନ୍‌ଭେନଶନ୍‌ ହଲ୍‌ଠାରେ ଏମ୍‌ଏସ୍‌ଏମ୍‌ଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧିକାରୀଙ୍କ ସହ ଦ୍ବିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା। ବୈଠକରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଫ୍ରାନ୍ସ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ସହିତ ପରିଚିତ କରାଇଛନ୍ତି। ଓଡ଼ିଶାରେ ରହିଥିବା ନୀଳ ଅର୍ଥନୀତି (ସାମୁଦ୍ରିକ ଏବଂ ଉପକୂଳ ଉତ୍ପାଦ), ଅକ୍ଷୟ ଶକ୍ତି, ସ୍ମାର୍ଟ ସିଟି ପରିଚାଳନା ଉପରେ ଆଲୋକ ଚିତ୍ର ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଛି। ମନ୍ତ୍ରୀ ମିଶ୍ର ଓଡ଼ିଶାର ସୁଦୀର୍ଘ ଉପକୂଳରେ ଅନେକ ପର୍ଯ୍ୟଟନ ସମ୍ଭାବନା ରହିଥିବା ଦର୍ଶାଇ ଫ୍ରାନ୍ସରେ କରାଯାଇଥିବା ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଭଳି ଏଠାରେ ବିକାଶ କରାଇବାକୁ ପ୍ରସ୍ତାବ ରଖିଛନ୍ତି। ଏହାଛଡ଼ା ରାଜ୍ୟର ବଳକା ବିଦ୍ୟୁତ୍‌ ଶକ୍ତି, ଗମନାଗମନର ସୁବିଧା, ରାଜ୍ୟରେ ଆନ୍ତର୍ଜାତିକ ବିମାନବନ୍ଦର, ଭରପୂର ଖଣିଜ ସମ୍ପଦ ଏବଂ କୁଶଳୀ ମାନବ ସମ୍ବଳ ପ୍ରଭୃତି ରାଜ୍ୟକୁ ବହୁ କ୍ଷେତ୍ରରେ ଅଗ୍ରଣୀ କରିପାରିଛି ବୋଲି ସେ ଦର୍ଶାଇଛନ୍ତି ା ସେହିପରି ଆମେ ଆମର ଉନ୍ନତ ଭିତ୍ତିଭୂମି ବିକାଶ କରି କ୍ରୀଡ଼ା ମାନଚିତ୍ରରେ ବିଶ୍ବରେ ଆମର ଉପସ୍ଥିତି ଜାହିର କରିପାରିଥିବା ଦୃଷ୍ଟିରୁ ଏହିସବୁ କ୍ଷେତ୍ରରେ ଆମେ ଫ୍ରାନ୍ସ ସହ ସହଯୋଗ କରି ଆଗକୁ ବଢ଼ିପାରିବୁ ା ଆମେ ବିଶ୍ବର ସବୁ ଦେଶ ସହ ବାଣିଜି୍ୟକ କାରବାର ପାଇଁ ଦ୍ବାର ଉନ୍ମୁକ୍ତ ରଖିଛୁ ବୋଲି ସେ କହିଛନ୍ତି ା ଏହି ଦ୍ବିପାକ୍ଷିକ ଆଲୋଚନା ବୈଠକରେ ଓଡ଼ିଶା ସରକାରଙ୍କ ତରଫରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର୍‌. ରଘୁପ୍ରସାଦ, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ବଲେ ପ୍ରମୁଖ ଯୋଗ ଦେଇଛନ୍ତି। ଫ୍ରାନ୍ସ ପ୍ରତିନିଧି ଦଳ ତାଙ୍କର ଓଡ଼ିଶା ରହଣି କାଳରେ ପୁରୀ, କୋଣାର୍କ, ଭୁବନେଶ୍ବରର ସି-ଫୁଡ୍‌ ପାର୍କ, ଇନ୍‌ଫୋଭ୍ୟାଲି, ଜାଭିୟର ୟୁନିଭର୍ସିଟି, ଧଉଳିଗିରି, ଉଦୟଗିରି ପ୍ରଭୃତି ସ୍ଥାନ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri