ଚାରି ଥାକିଆ ହେବ କେନ୍ଦୁଝର-ଡୁବୁରୀ ରାସ୍ତା

କେନ୍ଦୁଝର, ୮।୭(ସ୍ବ.ପ୍ର.) କେନ୍ଦୁଝର (ନରଣପୁର)ରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଚାରି ଥାକିଆ ହେବ। ଏଥିପାଇଁ ଜମି ଅଧିଗ୍ରହଣ କମିଟି ଅନୁମୋଦନ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ସବିଶେଷ ରିପୋର୍ଟ ପଠାଯାଇଛି। ଏହି ରାସ୍ତା ହେଲେ ଦୁଇଟି ସ୍ଥାନରେ ଟୋଲ ପ୍ଲାଜା ପ୍ରତିଷ୍ଠା ହୋଇ ଟୋଲ ଆଦାୟ ହେବ ବୋଲି ଜଣାପଡିଛି। ନିକଟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି ବୈଠକ (ଦିଶା)ରେ ଆଲୋଚନା ହୋଇଛି। ଏହି ରାସ୍ତା ନିର୍ମାଣ କେବେ ଆରମ୍ଭ ହେବ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ସୂଚନା ମିଳି ନ ଥିବା ବେଳେ ଏହି ରାସ୍ତା ନିର୍ମାଣ ହେଲେ ଯୋଡ଼ା, ବଡ଼ବିଲ, ଶୁଆକାଟି ଖଣି ଅଞ୍ଚଳରୁ ସିଧାସଳଖ ପାରାଦୀପ ବନ୍ଦରକୁ ଲୁହାପଥର ପରିବହନ ସୁରୁଖରେ ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଦୀର୍ଘ ପ୍ରାୟ ୮୮ କି.ମି.ରାସ୍ତା ଏନ୍‌ଏଚ୍‌ ୭୨୦ରେ ନାମିତ ହେବ। ଏହି ରାସ୍ତାରେ ଯାତାୟାତ ସୁବିଧା ପାଇଁ ୨ଟି ସ୍ଥାନରେ ଫ୍ଲାଇ ଓଭର ହେବା ସହ ୨ ଟି ସ୍ଥାନରେ ଗାଡି ଯାତାୟାତ ପାଇଁ ଅଣ୍ଡରପାସ ନିର୍ମାଣ ହେବ। ସେହିପରି ୨ଟି ସ୍ଥାନରେ ଗୋଟିଏ ପାର୍ଶ୍ୱରୁ ଅପରପାର୍ଶ୍ୱକୁ ହାଲୁକା ଯାନ ଚଳାଚଳ ପାଇଁ ଅଣ୍ଡରପାସ ଏବଂ ୧୮ ଟି ସ୍ଥାନରେ ଛୋଟ ଯାନ ଯାତାୟାତକୁ ମିଶାଇ ସମୁଦାୟ ୨୮ଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେବ। ସେହିପରି ଏହି ରାସ୍ତାରେ ୪ଟି ବଡ ପୋଲ, ୮ଟି ଛୋଟ ପୋଲ ନୂଆ ଭାବେ ନିର୍ମାଣ ହେବ। ସେହିପରି ୨ ଛୋଟ ପୋଲକୁ ପ୍ରଶସ୍ତିିକରଣ କରାଯିବ। ଏହା ଛଡା ୧୪୫ ନୂଆ କଲଭର୍ଟ ନିର୍ମାଣ ହେବ। ଏହାଛଡ଼ା ୫ଟି କଲଭର୍ଟର ପ୍ରଶସ୍ତିିକରଣ କରାଯିବ ବୋଲି ଏକ ରିପୋର୍ଟରୁ ଜଣାପଡିଛି ା
ଏହି ରାସ୍ତା ଏନ୍‌ଏଚ୍‌ ୨୦ (ପାଣିକୋଇଲି-ରିମୁଳି)ର ଶିରିଶପାଳ (ବାଇପାସ୍‌) ଗ୍ରାମରୁ ହରିଚନ୍ଦନପୁର, ବ୍ରାହ୍ମଣୀପାଳ ଦେଇ ଡୁବୁରି – ଚଣ୍ଡିଖୋଲ ରାସ୍ତାର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନା ସୀମା ପର୍ଯ୍ୟନ୍ତ ୮୮ କି.ମି.୨୦୦ ମିଟର ଦୀର୍ଘ ନିର୍ମାଣ ହେବ ବୋଲି ଜଣାପଡିଛି। ତେବେ କେନ୍ଦୁଝର ଜିଲାରେ ପୂର୍ବରୁ ଏନ୍‌ଏଚ୍‌ ୨୦, ଏନ୍‌ଏଚ୍‌ ୪୯ ଆଦି ନିର୍ମାଣରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିଲେ ହେଁ ଅଦ୍ୟାବଧି ସେସବୁର ଭରଣା ପାଇଁ ବନୀକରଣ ହୋଇ ନ ଥିବା ବେଳେ ଏହି ରାସ୍ତା ନିର୍ମାଣ ହେଲେ ବହୁ ଅଧିକ ଜଙ୍ଗଲ ନଷ୍ଟ ହେବାକୁ ଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଉକ୍ତ ରାସ୍ତା ପାଇଁ ବହୁ ପୁରୁଣା ବଡ଼ ବଡ଼ ମୂଲ୍ୟବାନ ଗଛ କଟିବା ଫଳରେ ଜିଲାରେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି ା ଯାହାର ପରିଣାମ ଜିଲାବାସୀ ଭୋଗୁଛନ୍ତି। ସେହିପରି ସମଗ୍ର ରାସ୍ତାପାର୍ଶ୍ୱରେ ବନୀକରଣ କରାଯିବା ବ୍ୟବସ୍ଥା ଥିବାବେଳେ ହେଉ ନ ଥିବାରୁ ଅସନ୍ତୋଷ ବଢୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri