ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ

ଡାବୁଗାଁ, ୨୮।୩ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହାତୀବେଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝିଙ୍କ ବଡ଼ପୁଅ ନିତ୍ୟାନନ୍ଦ ଶନିବାର ଡ଼ାବୁଗାଁ ଥାନାରେ ଏତଲା ଦେଇଛନ୍ତି। ବଡ଼ପାଞ୍ଜିରିଗୁଡ଼ାର ଜଣେ ଅଣହିନ୍ଦୁ ଯୁବକ ତଥା ବଡ଼ପାଞ୍ଜିରିଗୁଡ଼ା ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସଞ୍ଜିତ ହରିଜନ ଗ୍ରାମବାସୀଙ୍କୁ ମତାଇ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିବା ଏତଲାରେ ଉଲ୍ଲେଖ ରହିଛି। ଡାବୁଗାଁ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପାପଡ଼ାହାଣ୍ଡି ବ୍ଲକ ହାତୀବେଡ଼ା ପଞ୍ଚାୟତରେ ୨୦୧୨ ରେ ରାମଚନ୍ଦ୍ର ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ତ୍ରୀ ବାସନ୍ତୀ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ରାମଚନ୍ଦ୍ରଙ୍କ ସାନପୁଅ ଗୁପ୍ତ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ। ତେବେ ବଡ଼ପାଞ୍ଜିରିଗୁଡ଼ା ନିକଟସ୍ଥ ସିନ୍ଧିଭଟ୍ଟା ଗ୍ରାମ ଜଙ୍ଗଲକୁ ନେଇ ପୂର୍ବରୁ ଦୁଇ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧିଭଟ୍ଟା ଗ୍ରାମବାସୀ ଜଙ୍ଗଲ ଉପରେ ଅଧିକାର ଜାହିର କରୁଥିବାବେଳେ ବଡ଼ପଞ୍ଜାରିଗୁଡ଼ା ଗ୍ରାମବାସୀ ମଧ୍ୟ ଏହି ଜଙ୍ଗଲ ଉପରେ ନିଜ ଅଧିକାର ଥିବା ଦାବି କରି ଆସୁଛନ୍ତି। ସିନ୍ଧିଭଟ୍ଟା ଗ୍ରାମର ରବି ଗୌଡ଼ଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ରାମଚନ୍ଦ୍ରଙ୍କ ପୁଅ ନିତ୍ୟାନନ୍ଦ ଓ ତାଙ୍କ ମାମୁ ଭଗବାନ ନାୟକ ସମର୍ଥନ କରିବା ପରେ ବିବାଦ ବଢ଼ିଛି। ଏହି ଘଟଣା ପରେ ବଡ଼ପଞ୍ଜାରିଗୁଡ଼ାରେ ଏକ ବୈଠକ ବସି ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରିିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ଗ୍ରାମର କୌଣସି କାର୍ଯ୍ୟରେ ସାମିଲ କରାଯାଉନାହିଁ। ଗ୍ରାମର କୌଣସି ପରିବାର ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରୁନାହାନ୍ତି। ଯଦି କେହି ତାଙ୍କ ପରିବାରକୁ କୌଣସି କ୍ଷେତ୍ରରେ ସାହାଯ୍ୟ କରନ୍ତି ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଛି। ତେଣୁ କେହି ତାଙ୍କ ପରିବାରକୁ ସହଯୋଗ କରୁନାହାନ୍ତି ତେଣୁ ପୂର୍ବତନ ସରପଞ୍ଚଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ଥିବା ଅଭିଯୋଗ ହୋଇଛି। ପରିବାରକୁ ନ୍ୟାୟ ଦେବାକୁ ରାମଚନ୍ଦ୍ରଙ୍କ ପୁଅ ଏତଲାରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri