Posted inଖେଳ

ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି। ଜନ୍ମରୁ ପୋଲିଓ ରୋଗର ଶିକାର ହୋଇଥିବା ଦୀନେଶ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ଭିନ୍ନକ୍ଷମ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ ଦଳର ଅଧିନାୟକତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ତାଙ୍କୁ ୩୫ ବର୍ଷ ବୟସ। ଆର୍ଥିକ ସଂକଟ ଯୋଗୁ ତାଙ୍କର ସ୍ତ୍ରୀ ଓ ୧ ବର୍ଷର ପିଲାକୁ ନେଇ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ଦୀନେଶ କହିଛନ୍ତି ଦ୍ୱାଦଶ ଷ୍ଟାଣ୍ଡାର୍ଡ ପରେ ସେ କେବଳ କ୍ରିକେଟ ଖେଳୁଥିଲେ। ଭାରତରୁ ପ୍ରତିନଧିତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ଗ୍ରାଜୁଏଶନର ପ୍ରଥମ ବର୍ଷ ଛାତ୍ର। ପରିବାର ଖର୍ଚ୍ଚ ତୁଲାଇବା ପାଇଁ ବର୍ତ୍ତମାନ ସମ୍ଭବ ହେଉନାହିଁ। ନାଡାରେ ଗୋଟିଏ ପିଅନ ଚାକିରି ଖାଲିପଡ଼ିଥିବା ଜାଣିବା ପରେ ସେ ଆବେଦନ କରିଛନ୍ତି। ଏପର୍ଯ୍ୟନ୍ତ ଦୀନେଶଙ୍କ ବଡ଼ ଭାଇ ପରିବାର ଖର୍ଚ୍ଚ ତୁଲାଇ ଆସୁଥିଲେ। ବର୍ତ୍ତମାନ ସେ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ତେବେ ସେ ନାଡାରେ ଚାକିରି କରିବା ପାଇଁ କାହିଁକି ଆଗ୍ରହୀ ବୋଲି ତାଙ୍କୁ ପଚରାଯିବାରେ ସେ କହିଛନ୍ତି ସାଧାରଣ ବର୍ଗରେ ପିଅନ ଚାକିରି ପାଇଁ ବୟସ ସୀମା ୨୫ବର୍ଷ ରହିଛି। ହେଲେ ଭିନ୍ନକ୍ଷମ କାଟାଗୋରିରେ ଏହା ୩୫ ବର୍ଷ ରଖାଯାଇଛି। ସରକାରୀ ଚାକିରି ପାଇଁ ତାଙ୍କ ଲାଗି ଏହା ହେଉଛି ଶେଷ ସୁଯୋଗ। ଦୀନେଶ କହିଛନ୍ତି ଏହା ପୂର୍ବରୁ ସେ ଜିଲା କୋର୍ଟରେ ପିଅନ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଥିଲେ। ଦେଶ ତରଫରୁ ଖେଳିଥିଲେ ମଧ୍ୟ ପ୍ରସିଦ୍ଧି ଓ ଅର୍ଥ ତାଙ୍କଠାରୁ ଦୂରେଇ ଯାଇଛି। ଦୀନେଶ ତାଙ୍କର ଅତୀତ କଥା ମନେ ପକାଇ କହିଛନ୍ତି, ସେ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତା। ଏହି ଖେଳ ପାଇଁ ସେ ନିଜକୁ କେବଳ ଭିନ୍ନକ୍ଷମ ବୋଲି ମନେ କରିନାହାନ୍ତି। ୨୦୧୫ରେ ବାଂଲାଦେଶରେ ଏକ ପଞ୍ଚରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ସେ ୪ଟି ଗେମ୍‌ରେ ସର୍ବାଧିକ ୮ଟି ଉଇକେଟ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ସେ ଦୁଇଟି ଉଇକେଟ ନେଇଥିଲେ। ଏହି ଟୁର୍ନାମେଣ୍ଟର ୨୦୧୯ ସଂସ୍କରଣ ଇଂଲଣ୍ଡରେ ହୋଇଥିଲା। ଏଥିରେ ଭାରତ ଚାମ୍ପିୟନ ହୋଇଥିଲା। ଅବଶ୍ୟ ସେତେବେଳେ ଦୀନେଶ ଜଣେ ଖେଳାଳି ହିସାବରେ ନୁହେଁ ଜଣେ ଅଫିସିଆଲ ଭାବେ ଦଳ ସହିତ ଯାଇଥିଲେ। ନୂଆ ପିଲାମାନଙ୍କୁ ଗାଇଡ୍‌ କରିବା ଲାଗି ତାଙ୍କୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

ଆଖି ପିଛୁଳାକେ ଏମିତି କାମ କରିଦେଲେ କୋହଲି: ଭାଇରାଲ ହେଉଛି ଭିଡିଓ

ଧର୍ମଶାଳା,୧୦।୫: ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୧ ରନ...

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

ଖୁବ୍ ଶୀଘ୍ର ନୂତନ କୋଚ୍ ପାଇଁ ବିଜ୍ଞାପନ ପ୍ରକାଶ କରିବ ବିସିସିଆଇ, ସୂଚନା ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୦।୫: ବିସିସିଆଇ ଖୁବ ଶୀଘ୍ର ଏକ ନୂତନ କୋଚ୍ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିବ। ବୁଧବାର ମୁମ୍ବାଇରେ ବିସିସିଆଇ ସଚିବ ଜୟ ଶାହା ଏହା...

ତେନ୍ଦୁଲକରଙ୍କ ୩୦ ବର୍ଷର ଓ୍ବାର୍ଲଡ ରେକର୍ଡ ଭାଙ୍ଗିଲେ ଶେଫାଳି ବର୍ମା

ନୂଆଦିଲ୍ଲୀ,୯।୫: ଭାରତୀୟ ମହିଳା କ୍ରିକେଟ ଦଳର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ବାଂଲାଦେଶ ବିପକ୍ଷ ପଞ୍ଚମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏକ ବଡ଼ ରେକର୍ଡ...

ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ନୂଆଦିଲ୍ଲୀ,୯।୫: ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ନିଜ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri