Posted inଖେଳ

ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି। ଜନ୍ମରୁ ପୋଲିଓ ରୋଗର ଶିକାର ହୋଇଥିବା ଦୀନେଶ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ଭିନ୍ନକ୍ଷମ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ ଦଳର ଅଧିନାୟକତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ତାଙ୍କୁ ୩୫ ବର୍ଷ ବୟସ। ଆର୍ଥିକ ସଂକଟ ଯୋଗୁ ତାଙ୍କର ସ୍ତ୍ରୀ ଓ ୧ ବର୍ଷର ପିଲାକୁ ନେଇ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ଦୀନେଶ କହିଛନ୍ତି ଦ୍ୱାଦଶ ଷ୍ଟାଣ୍ଡାର୍ଡ ପରେ ସେ କେବଳ କ୍ରିକେଟ ଖେଳୁଥିଲେ। ଭାରତରୁ ପ୍ରତିନଧିତ୍ୱ ମଧ୍ୟ କରିଥିଲେ। ବର୍ତ୍ତମାନ ଗ୍ରାଜୁଏଶନର ପ୍ରଥମ ବର୍ଷ ଛାତ୍ର। ପରିବାର ଖର୍ଚ୍ଚ ତୁଲାଇବା ପାଇଁ ବର୍ତ୍ତମାନ ସମ୍ଭବ ହେଉନାହିଁ। ନାଡାରେ ଗୋଟିଏ ପିଅନ ଚାକିରି ଖାଲିପଡ଼ିଥିବା ଜାଣିବା ପରେ ସେ ଆବେଦନ କରିଛନ୍ତି। ଏପର୍ଯ୍ୟନ୍ତ ଦୀନେଶଙ୍କ ବଡ଼ ଭାଇ ପରିବାର ଖର୍ଚ୍ଚ ତୁଲାଇ ଆସୁଥିଲେ। ବର୍ତ୍ତମାନ ସେ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ତେବେ ସେ ନାଡାରେ ଚାକିରି କରିବା ପାଇଁ କାହିଁକି ଆଗ୍ରହୀ ବୋଲି ତାଙ୍କୁ ପଚରାଯିବାରେ ସେ କହିଛନ୍ତି ସାଧାରଣ ବର୍ଗରେ ପିଅନ ଚାକିରି ପାଇଁ ବୟସ ସୀମା ୨୫ବର୍ଷ ରହିଛି। ହେଲେ ଭିନ୍ନକ୍ଷମ କାଟାଗୋରିରେ ଏହା ୩୫ ବର୍ଷ ରଖାଯାଇଛି। ସରକାରୀ ଚାକିରି ପାଇଁ ତାଙ୍କ ଲାଗି ଏହା ହେଉଛି ଶେଷ ସୁଯୋଗ। ଦୀନେଶ କହିଛନ୍ତି ଏହା ପୂର୍ବରୁ ସେ ଜିଲା କୋର୍ଟରେ ପିଅନ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଥିଲେ। ଦେଶ ତରଫରୁ ଖେଳିଥିଲେ ମଧ୍ୟ ପ୍ରସିଦ୍ଧି ଓ ଅର୍ଥ ତାଙ୍କଠାରୁ ଦୂରେଇ ଯାଇଛି। ଦୀନେଶ ତାଙ୍କର ଅତୀତ କଥା ମନେ ପକାଇ କହିଛନ୍ତି, ସେ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତା। ଏହି ଖେଳ ପାଇଁ ସେ ନିଜକୁ କେବଳ ଭିନ୍ନକ୍ଷମ ବୋଲି ମନେ କରିନାହାନ୍ତି। ୨୦୧୫ରେ ବାଂଲାଦେଶରେ ଏକ ପଞ୍ଚରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ସେ ୪ଟି ଗେମ୍‌ରେ ସର୍ବାଧିକ ୮ଟି ଉଇକେଟ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ସେ ଦୁଇଟି ଉଇକେଟ ନେଇଥିଲେ। ଏହି ଟୁର୍ନାମେଣ୍ଟର ୨୦୧୯ ସଂସ୍କରଣ ଇଂଲଣ୍ଡରେ ହୋଇଥିଲା। ଏଥିରେ ଭାରତ ଚାମ୍ପିୟନ ହୋଇଥିଲା। ଅବଶ୍ୟ ସେତେବେଳେ ଦୀନେଶ ଜଣେ ଖେଳାଳି ହିସାବରେ ନୁହେଁ ଜଣେ ଅଫିସିଆଲ ଭାବେ ଦଳ ସହିତ ଯାଇଥିଲେ। ନୂଆ ପିଲାମାନଙ୍କୁ ଗାଇଡ୍‌ କରିବା ଲାଗି ତାଙ୍କୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?