ରାଣୀପଥର ଘାଟିରେ ଜଳୁଛି ଜଙ୍ଗଲ

ଫୁଲବାଣୀ ଅଫିସ/ ବଲସକୁମ୍ପା, ୯ା୫: ଫୁଲବାଣୀ-ବୌଦ୍ଧ ଜିଲା ୧୫୭ ଜାତୀୟ ରାଜପଥ ରାଣୀପଥର ଘାଟିର ପୁରୁଣାପାଣିଠାରେ ଶାଗୁଆନ ଓ ବାଉଁଶ ଜଙ୍ଗଲ ରବିବାର ୧୦ଟାରୁ ହୁତୁ ହୁତୁ ହୋଇ ଜଳୁଛି। ରାଣୀପଥର ଫରେଷ୍ଟରଙ୍କ ଏଥିପ୍ରତି ନିଘା ନାହିଁ। ଫୁଲବାଣୀ ବନବିଭାଗ ଖଣ୍ଡ ସୁଡ୍ରୁକୁମ୍ପା ବନାଞ୍ଚଳ ଅଧୀନ ରାଣୀପଥର ବନପାଳଙ୍କ ଅଧୀନରେ ଥିବା ପୁରୁଣାପାଣି ଶାଗୁଆନ ଓ ବାଉଁଶ ଜଙ୍ଗଲ ଜାତୀୟ ରାଜପଥ କଡଠାରୁ ମାତ୍ର ୨୦ ମିଟର ଦୂର ଭିତରକୁ ୨/୩ ଜାଗାରେ ନିଆଁଲାଗିଛି। ଏହା ପୂର୍ବରୁ ଏହି ଫରେଷ୍ଟ ଏରିଆରେ ଅଧିକାଂଶ ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଯାଇଛି। ସ୍ବଳ୍ପ ମୂଲ୍ୟ ପାରିଶ୍ରମିକ ପାଇ ଦିନରାତି ଜଙ୍ଗଲକୁ ଜଗି ସୁରକ୍ଷା ଦେଉଥିବା ବିଭାଗୀୟ କର୍ମଚାରୀ ଟିମ ଓ ମହିଳା ଫରେଷ୍ଟ ଗାର୍ଡ ମୁକ୍ତାଳୀ ବେହେରାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଚଳିତ ବର୍ଷ ଚାରିଆଡ଼େ ଜଙ୍ଗଲରେ ନିଆଁ ଲାଗି ପାରି ନ ଥିବା ଅଞ୍ଚଳର ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୪୦ ରୁ ୫୦ ହଜାର ଟଙ୍କା ମାସକୁ ଦରମା ପାଉଥିବା ବଡ ବଡ ଅଧିକାରୀମାନେ କେବଳ ଲାଭଖୋର ମନଭାବ ଦିଗରେ ମାତି ଜଙ୍ଗଲ ସୁରକ୍ଷାକୁ ଉପେକ୍ଷା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋପ ପାଇଲାଣି ଶ୍ରମଜୀବୀଙ୍କ ଟନିକ୍‌

ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ।...

ଦିଅଁ ଦର୍ଶନରେ କଟିଲା ଦିନ: କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧।୧: ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ...

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ...

ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ; ରାତିକ ଭିତରେ ୫ ଗାଡ଼ିରୁ ଚୋରି

ପରଜଙ୍ଗ, ୫।୮(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ ଦେଖାଦେଇଛି। ଡିହଡୋଳ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରଖାଯାଇଥିବା ୫ଟି ଗାଡ଼ିରୁ...

ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର...

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ : ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର, ୧୦।୬ (ବ୍ୟୁରୋ) : ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁସଜ୍ଜିତ ବିମାନରେ ଉପବିଷ୍ଟ ହୋଇ ରବିବାର ଗୋଧୂଳି ଲଗ୍ନରେ ସ୍ବ ମନ୍ଦିର...

ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ...

Advertisement
Archives

Model This Week