ଉଷୁନା ନୁହେଁ, ଅରୁଆ ନେବ ଏଫ୍‌ସିଆଇ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଉଷୁନା ବଦଳରେ ଅରୁଆ ଚାଉଳ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି। ଏ ସମସ୍ତ ଚାଉଳ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ ହେବ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ଇଥାନଲ ଶିଳ୍ପକୁ ସମସ୍ତ ଅରୁଆ ଚାଉଳ ଯୋଗାଣ କରାଯିବ। ଏଥିପାଇଁ ଓଡ଼ିଶାରୁ ଅରୁଆ ଚାଉଳ ସଂଗ୍ରହ କରିବାକୁ ଏଫ୍‌ସିଆଇ ଆଗ୍ରହ ଦେଖାଇଛି। ଅରୁଆ ଚାଉଳ ସଂଗ୍ରହ କରିବାକୁ ଓଡ଼ିଶାରେ ଥିବା ସମ୍ବଲପୁର, ଟିଟିଲାଗଡ଼, ଜୟପୁର, ବ୍ରହ୍ମପୁର, କଟକ, ବାଲେଶ୍ୱର ଏବଂ ଭୁବନେଶ୍ୱର ଏଫ୍‌ସିଆଇ ଡିଭିଜନାଲ ମ୍ୟାନେଜରଙ୍କୁ ଏଫ୍‌ସିଆଇ ଚିଠି ଲେଖିଛି। ୨୦୨୩ ଅକ୍ଟୋବର ମଧ୍ୟରେ ୨.୫ ଲକ୍ଷ ମେଟ୍ରିକ ଟନ୍‌ ଅରୁଆ ଚାଉଳ ସଂଗ୍ରହ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଫ୍‌ସିଆଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଧ୍ୟ ଏ ନେଇ ସୂଚନା ଦେଇଛି। ଅରୁଆ ଚାଉଳ କରିବାକୁ ରାଜ୍ୟ ସରକାର ମିଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉଷୁନା ଚାଉଳ କରୁଥିବା ମିଲରଙ୍କୁ ଅରୁଆ ଚାଉଳ କରିବାକୁ ହେଲେ ଆହୁରି ୩୦ରୁ ୪୦ ଲକ୍ଷ ଟଙ୍କା ପୁଞ୍ଜିବିନିଯୋଗ କରିବାକୁ ହେବ। ଆଗାମୀ ଦିନରେ ଉଷୁନା ବଦଳରେ ଅରୁଆ ଚାଉଳ କରିବାକୁ ମିଲରମାନଙ୍କୁ କୁହାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଖରିଫ ଋତୁରେ ୪୪ ଲକ୍ଷ ଟନ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାରେ ପ୍ରଦାନ କରାଯାଉଛି। ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ରହିଯାଇଛି। ଏହି ଚାଉଳକୁ ଏଫ୍‌ସିଆଇ ନେଉ ନ ଥିବାରୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ଗତ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ୫୪ ଲକ୍ଷ ମେଟ୍ରିକ ଟନ ଧାନ ଅର୍ଥାତ୍‌ ୪୪ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଜନକଲ୍ୟାଣ କାର୍ଯ୍ୟକ୍ରମରେ ମୋଟ ୨୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଖର୍ଚ୍ଚ ହେଉଛି। ପ୍ରାୟ ୨୦ ଲକ୍ଷ ଟନ୍‌ ଚାଉଳ ବଳକା ରହିଯାଉଛି। ଏଫ୍‌ସିଆଇ ଚଳିତ ଆର୍ଥିକ ବର୍ଷରେ ୧୦.୩୩ ଲକ୍ଷ ଟନ ଉଷୁନା ଚାଉଳ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବଳକା ଚାଉଳ ରାଜ୍ୟର ଧାନ ସଂଗ୍ରହ ଉପରେ ଗୁରୁତର ପ୍ରଭାବ ପକାଇବ । ଏଥିରେ ହସ୍ତକ୍ଷେପ କରିବା ସହ ଏଫ୍‌ସିଆଇକୁ ଚାଉଳ ଉଠାଇବାକୁ ନିର୍ଦ୍ଦେଶ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଥିଲେ। ଏଥିସହିତ ବିଭିନ୍ନ ସମୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଜେଡି ଏମ୍‌ପିମାନେ ମଧ୍ୟ ବଳକା ଉଷୁନା ଚାଉଳ ଉଠାଇବା ନେଇ ପାର୍ଲାମେଣ୍ଟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ୱେ ଏଫ୍‌ସିଆଇ ବଳକା ଧାନକୁ ଅରୁଆ ଚାଉଳରେ ପରିଣତ କଲେ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri