ବୈତରଣୀରେ ବନ୍ୟା ସ୍ଥିତି ଗମ୍ଭୀର

ଯାଜପୁର ଅଫିସ/ କୋରେଇ/ ବିଞ୍ଝାରପୁର/ ଯାଜପୁର ଟାଉନ/ବରୀ/ ଧର୍ମଶାଳା, ୨୭ା୮ (ସ୍ବ.ପ୍ର./ଡି.ଏନ୍‌.ଏ.)

ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଜିଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ଦଶରଥପୁର ବ୍ଲକର କମଳପୁର, ଦତ୍ତପୁର ଏବଂ ଯାଜପୁର ବ୍ଲକର ସିମିଳିଆଠାରେ ଘାଇ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସେଠାରେ ୨୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ସେଠାରେ ୩୯.୬୪ ମିଟର, ବଲ୍ଲଭିଘାଟଠାରେ ବିପଦସଙ୍କେତ ୧୩.୩୪ ମିଟର ସ୍ଥଳେ ୧୪.୩୬ ମିଟର ଓ ଦଶରଥପୁରଠାରେ ବିପଦ ସଙ୍କେତ ୯.୫୨ ମିଟର ସ୍ଥଳେ ୧୨.୦୫ ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମର ୩ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଫଳରେ ଗୁରୁବାର ଅପରାହ୍ନ ସୁଦ୍ଧା ବ୍ରାହ୍ମଣୀର ଜେନାପୁରଠାରେ ବିପଦ ସଙ୍କେତ ୬୭ଫୁଟ ଥିବା ବେଳେ ୬୭.୩୦ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଏଥିଯୋଗୁ ନଦୀ ତଟବର୍ତ୍ତୀ ବହୁ ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ବହୁ ଚାଷଜମି ଜଳମଗ୍ନ ହୋଇଛି। ସେହିଭଳି ଖରସ୍ରୋତା ନଦୀର ବିଞ୍ଝାରପୁର ଓ ସିଂହପୁରଠାରେ ବନ୍ୟାଜଳ ବିପଦ ସଙ୍କେତ ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି।
ଜିଲା ଜରୁରିକାଳୀନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ବ୍ରାହ୍ମଣୀ ନଦୀ ସହ ଏହାର ଉପନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। କୋରେଇ ବ୍ଲକର ୭ଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବନ୍ୟାପାଣି ଲହଡ଼ି ମାରୁଛି। ଏହି ବ୍ଲକର ଗୌରପୁର ପଞ୍ଚାୟତ ନୟାହାଟପାଟଣା, ବରପାଟଣା, ମଙ୍ଗଳପୁର, ଗୌରପୁର ଓ ସାହାସପୁର ଗ୍ରାମର ଅଧିକାଂଶ ପନିପରିବା ଚାଷ ବନ୍ୟାପାଣିରେ ବୁଡ଼ି ରହିଛି। ସେହିପରି ବନ୍ଦାଳ ପଞ୍ଚାୟତର ବନ୍ଦାଳ, ମୁକୁନ୍ଦପୁର, ମୂଳାପାଳ ଓ ସାଲଦା, ଅମୃତିଆ ପଞ୍ଚାୟତର ହଟପୁର, ବଗିରିଆ, ଭାଟସୋଲପଦା, ବଢେଇଜଳନ୍ଦା, ଝଟିଆସାହି ଓ ହାଟପୁର, ରଣପୁର ପଞ୍ଚାୟତର ସାଆଁଳା, ମହଲିଆ, ଗୋପାଳପୁର, ଅସଂଝର ପଞ୍ଚାୟତର ରାମକୃଷ୍ଣପୁର, ରଘୁପୁର ଓ ବେଲଦା ପ୍ରଭୃତି ଗ୍ରାମର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବ୍ଲକର ୩୫୦୦ ଏକରରୁ ଊର୍ଦ୍ଧ୍ୱ ଜମି ବନ୍ୟାପାଣିରେ ବୁଡି ରହିଛି। ଏହାଛଡ଼ା ପ୍ରାୟ ୨୫୦ କଚ୍ଚା ଘର ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି।
ଦଶରଥପୁର ବ୍ଲକ ଦତ୍ତପୁର, ମଲ୍ଲିକାପୁର, ସୁସୁଆ, କଇଁଆ, କମାରଡ଼ିହ, ଖନନଗର, ଥାଲକୁଡ଼ି, ମଙ୍ଗଳପୁର, କସମା, ଦୁଦୁରାଅଣ୍ଟା, ନିଜାମପୁର, ତରପଦା, କଷପା ପ୍ରଭୃତି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିପନ୍ନ ପରିବାରଗୁଡ଼ିକ ବାତ୍ୟା ଆଶ୍ରୟସ୍ଥଳୀ ଓ ନିକଟସ୍ଥ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍‌ ଓ ୨ଟି ବୋଟ ଯୋଗାଇ ଦିଆଯାଇଛି। ସେହିପରୁ ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ନାହିଁ ନ ଥିବା କ୍ଷତି କରିଥିବା ବେଳେ ଶତାଧିକ ଲୋକଙ୍କ ଘର କାନ୍ଥ ଭୁଶୁଡିବା ସହ ଛପର ନଷ୍ଟ ହୋଇଯାଇଛି। ବିପନ୍ନ ଲୋକେ ପାଲ ପାଇଁ ଗୁରୁବାର ବିଞ୍ଝାରପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ ବି ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ପଚାରିବାରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ଉଦ୍ୟମ ଚାଲିଛି। ଏହାପରେ ବିପନ୍ନ ପରିବାରକୁ ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅପରପକ୍ଷେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆଇଏଏସ ପ୍ରୋବେଶନର ସଚିନ ପାୱାର ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri