ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରିଛି। ଜିଲାର ୫ ବ୍ଲକ ଅଞ୍ଚଳର ୪୭ ପଞ୍ଚାୟତରେ ବନ୍ୟା ଜଳ ଜମି ରହି ଖରିଫ ଚାଷ ସହ ପନିପରିବା ଫସଲକୁ ଉଜାଡ଼ି ଦେଇଛି। ଏବେ ସୁଦ୍ଧା ବନ୍ୟା ପ୍ରଭାବିତ ୧୧୮ ଗ୍ରାମ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବନ୍ୟା ଜଳ ରହିଛି। ଋଣ ଶୁଝିବା ଚିନ୍ତା ଏବେ ଚାଷୀଙ୍କ ମନକୁ ଘାରିଛି। ଚାଷ କ୍ଷତିର ଆକଳନ ଆସନ୍ତା ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ କପା, ସୂର୍ଯ୍ୟମୁଖୀ, ନଳିତା, ଆଖୁ ଆଦି ଉତ୍ପାଦନ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିଲା। ଏହାଦ୍ୱାରା ଆର୍ଥିକ ପ୍ରଗତି ମଧ୍ୟ ହେଉଥିଲା। ତେବେ ଦୁଇ ଦଶନ୍ଧି ଧରି କୃଷି ଏବେ ଲାଭଜନକ ଓ ଅର୍ଥ ଆମଦାନୀର ପଥ ହୋଇନାହିଁ। ଏହି ଜିଲାର ଅର୍ଥନୀତିକୁ ସୁଦୃଢ଼ ପାଇଁ ଅର୍ଥକରୀ ଫସଲର ଆବଶ୍ୟକତା ରହିଛି। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ସହ ଯୁବବର୍ଗଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଆବଶ୍ୟକ। ଜିଲାକୁ ଏକ ୟୁନିଟ୍‌ ଭାବେ ଗ୍ରହଣ କରି ଫସଲ ଉତ୍ପାଦନ କଲେ ଫସଲଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ଯୁବବର୍ଗଙ୍କୁ ନିଜ ଜିଲାରେ କର୍ମନିଯୁକ୍ତି ମିଳିବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ବାନାମ୍ବର ସାହୁ, ମୀର ଅବୁ ଓବେଦା, ଲକ୍ଷ୍ମୀକାନ୍ତ ନାୟକ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି, ଜିଲାର ଅଧିକାଂଶ ଯୁବବର୍ଗ ସୂତାକଳରେ କାମ କରୁଥିବା ଲକ୍ଷ୍ୟ କରାଯାଉଛି। ଏହି ଜିଲାରେ କପା ଚାଷ କଲେ କଞ୍ଚାମାଲର ଅଭାବ ରହିବ ନାହିଁ। ଫଳରେ ସୂତା ମିଲ ହୋଇପାରିବ। ସେହିପରି ବାଉଁଶ ପ୍ରତି ଗ୍ରାମରେ ଅଛି। ଭିତ୍ତିଭୂମି ଓ ପରିବେଶ ବାଉଁଶ ଚାଷ ପ୍ରତି ଅନୁକୂଳ ଅଛି। ଏହା ପ୍ରାକୃତିକ ବିପର୍ଯ୍ୟୟ ସହଣି ମଧ୍ୟ। ଜିଲାରେ ବ୍ୟାପକ ଭାବେ ବାଉଁଶ ଚାଷ ଦ୍ୱାରା ଆମେ କାଗଜକଳର ସ୍ବପ୍ନ ଦେଖିପାରିବା। ନଳିତା ଚାଷରେ କେନ୍ଦ୍ରାପଡ଼ା ଜିଲା ବହୁ ଅଗ୍ରଗତି କରିଥିଲା। ଏଥିପାଇଁ ଜଜାଙ୍ଗଠାରେ ଝୋଟ ଗବେଷଣାଗାର ହୋଇଥିଲା। ଏଠାରେ ମଧ୍ୟ ୩ ପ୍ରକାର ନଳିତାର ନୂତନ ବିହନ ଉତ୍ପାଦନ ହୋଇଥିଲା। ତେବେ ଝୋଟ ବିକ୍ରି ସମସ୍ୟା ହେବାରୁ ଏହି ଫସଲକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ପ୍ଲାଷ୍ଟିକ ପରିବର୍ତ୍ତେ ପରିବେଶ ଅନୁକୂଳ ଝୋଟ ଓ କପଡ଼ା ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ଝୋଟ କଳ ସ୍ଥାପନ ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବା ସହ ଏକକ ଚାଷ କ୍ଷେତ୍ରରେ ଆମେ ସ୍ବାବଲମ୍ବୀ ହୋଇପାରିବା। ସାମୁଦ୍ରିକ ଝଡ଼, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଏହି ଜିଲାରେ ବ୍ୟାପକ ଭାବେ ଟମାଟୋ ଚାଷ ହେଉଛି। ତେବେ ଅଧିକ ଅମଳ ପରେ ବିକ୍ରି ନ ହେବାରୁ ରାସ୍ତାଘାଟରେ ଅଥବା କ୍ଷେତରେ ଫସଲକୁ ଚାଷୀ ନଷ୍ଟ କରୁଛନ୍ତି। ଜିଲାରେ ସସ୍‌ ତିଆରି କାରଖାନା ପାଇଁ ଆମେ ପ୍ରୋତ୍ସାହିତ କରିପାରିବା। ମାଛ, ଛେଳି, ମେଣ୍ଢା, କୁକୁଡ଼ା ଚାଷକୁ ବ୍ୟାପକ କରାଯାଇପାରିବ। ଏଥିପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ। ସେହିପରି କେତେକ କାରଣ ଯୋଗୁ ଏହି ଜିଲାରେ କୃଷି ଏବେ ଅର୍ଥ ରୋଜଗାର ପାଇଁ ଲାଭଦାୟକ ନୁହେଁ। ଜଳ ପରିଚାଳନା ଏଠାରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଜଳସେଚନ ଓ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଦରକାର। ପଞ୍ଚାୟତ ସ୍ତରରେ କୃଷି ଉତ୍ପାଦ ସଂରକ୍ଷଣ ପାଇଁ ଅଦ୍ୟାବଧି କୌଣସି ଶୀତଳଭଣ୍ଡାର ନାହିଁ। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଏଠାରେ ସ୍ଥାପନ ହେଲେ ଯୁବବର୍ଗଙ୍କ ତାଲିମ ବ୍ୟବସ୍ଥାକୁ ସହଜ କରିହେବ। କୃଷିଜାତ ଶିଳ୍ପ ଉତ୍ପାଦର ବିକ୍ରି ପାଇଁ ମଣ୍ଡିର ଆବଶ୍ୟକତା ଅଛି। ଏବେ ରେଳପଥ ପାଇଁ ପରିବହନ ସୁବିଧା ମିଳିପାରିବ। ଜିଲା ବାହାରକୁ କୃଷି ଉତ୍ପାଦ ନ ଗଲେ ଆମ ଜିଲାର ଅର୍ଥନୀତି ସୁଧୁରିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କହିଛନ୍ତି, ଗତ ଆର୍ଥକ ବର୍ଷରେ ୧୧୨ ଓ ଚଳିତ ଆର୍ଥିକ ବର୍ଷରେ ୪୩ଟି କ୍ଷୁଦ୍ର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁୁରୀ ମିଳିଛି। ଏଥିରେ କୃଷିଭିତ୍ତିକ କୌଣସି ପ୍ରକଳ୍ପ ପାଇଁ ଆବେଦନପତ୍ର ଆସିନାହିଁ। ଜିଲା କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ବିଭିନ୍ନ ଚାଷ ପାଇଁ ତାଲିମ ପ୍ରଦାନ ହେଉଛି। ତେବେ ଜିଲାର କୌଣସି ଏକ କୃଷିଭିତ୍ତିକ ଶିଳ୍ପ ପାଇଁ ଗୋଟିଏରୁ ଦୁଇଟି ଚାଷ ପ୍ରତି ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?