ବନ୍ୟା ଉଜାଡ଼ିଲା ଜୀବିକା

ଅମ୍ବାଭୋନା,୧୭।୮(ଡି.ଏନ.ଏ): କ୍ରମାଗତ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ କଲ୍‌ମା, ସାରାଡ଼ିହି, ସରଗୁଜା ବ୍ୟାରେଜ ଏବଂ ରାୟପୁର ସ୍ଥିତ ଗାଁଗରେଲ ଡ୍ୟାମ୍‌ରୁ ମହାନଦୀକୁ ଅଧିକ ବନ୍ୟାଜଳ ଛଡ଼ାଯିବା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ୫ଦିନ ହେଲା ବରଗଡ଼ ଜିଲା ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡ଼ି, ଘୁଘୁରାପାଲି, ବେନିଆପାଲି, ବରଙ୍ଗାକୋଟ୍‌ ଆଦି ଗ୍ରାମର ତଳିଆ ଅଞ୍ଚଳରେ ଥିବା ଚାଷଜମି ଉପରେ ୫ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହୋଇଛି। ଏଥିଯୋଗୁ ଧାନ, ପରିବା ଚାଷ ଉଜୁଡ଼ି ଯାଇଛି। ତିନିଦିନ ଧରି ବନ୍ୟାଜଳ ଚିଖିଲି ଗ୍ରାମକୁ ଜଳବନ୍ଦୀ କରି ରଖିଛି। ଅନ୍ତରାଡ଼ି, ଘୁଘୁରାପାଲି ଆଦି ଗ୍ରାମର ହରିଜନ ବସ୍ତିରେ ପାଣି ମାଡ଼ି ଯାଇ ବହୁ କଚ୍ଚା ଘର, ଗୁହାଳ ଭାଙ୍ଗି ଯାଇଛି। ଗାଈଗୋରୁଙ୍କ ପାଇଁ ସଂରକ୍ଷିତ ପାଳଗଦା ବନ୍ୟାରେ ଭାସି ଯାଇଛି। ବନ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି କ୍ରମରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ସ୍ମିତ୍‌ ପି. ପରମାର୍‌, ବିଧାୟକ ସୁଶାନ୍ତ ସିଂ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଛନ୍ତି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ଜିଲାପାଳ ବାନାର୍ଜୀ ସୂଚନା ଦେଇଛନ୍ତି।
ଲୋକମାନଙ୍କ ଜୀବନ, ଜୀବିକା ଏବଂ ବଞ୍ଚତ୍ବାର ରାହାକୁ ବନ୍ୟା ଉଜାଡ଼ି ଦେଇଛି। ମତ୍ସ୍ୟଜୀବୀଙ୍କ ମାଛମରା ଜାଲ, ଡଙ୍ଗା ଭସି ଯାଇଛି। ଧାନ, ଚାଉଳ, ଗହମ, ମୁଗ, ବିରି ଆଦି ଓଦା ହୋଇ ନଷ୍ଟ ହୋଛି। ଚିଖିଲି, ଅନ୍ତରାଡି, ବେନିଆପାଲି ଗ୍ରାମରେ ବନ୍ଧ, କଟା, ଗାଡ଼ିଆ ଆଦି ସ୍ଥାନରେ ମାଛଚାଷ କରିଥିବା ଚାଷୀମାନେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ଜାଳେଣି କାଠ, ଗୋବର ଜାଳେଣି ଆଦି ବନ୍ୟାରେ ଭାସି ଯାଇଛି। ପରିବାରର ଜଣେ ଲେଖାଏଁ ଘର ଜଗି ରହିଥିବାବେଳେ ଅନ୍ୟମାନେ ବନ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି। ଗ୍ରାମରୁ ବନ୍ୟାଜଳ କମିଥିଲେ ସୁଦ୍ଧା ଏବେ ମଧ୍ୟ ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଆଗକୁ ପୁଣି ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ଉକ୍ତ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri