Posted inଫୁରସତ

୧୨ ପିଜି ଡିଗ୍ରୀ କରିଥିବା ପ୍ରଥମ ମହିଳା

ଥିରୁଭାନନ୍ତପୁରମ୍‌: ପାଠ ପଢ଼ିବାର ପ୍ରବଳ ଆଗ୍ରହ ଥିଲେ କୌଣସି ପ୍ରକାରର ପ୍ରତିବନ୍ଧକ ବି ବାଟ ଓଗାଳିପାରେନି। ଏହାର ଏକ ଉଦାହରଣ ହେଉଛନ୍ତି ଡକ୍ଟର କେ.ଏସ୍‌. ତ୍ରିଶା। ବିଭିନ୍ନ ବିଷୟରେ ଜାଣିବା ପାଇଁ ତାଙ୍କର ଏତେ ଆଗ୍ରହ ଯେ ଏଥି ନିମନ୍ତେ ସେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଡିଗ୍ରୀ ହାସଲ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇ ସଫଳତା ହାସଲ କରିପାରିଛନ୍ତି। ଆଉ ପ୍ରତିବର୍ଷ ନୂଆ ନୂଆ କୋର୍ସ କରି ଏବେ ସେ ୧୨ଟି ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିପାରିଛନ୍ତି। ଏତେଗୁଡ଼ିଏ ପିଜି ଡିଗ୍ରୀ ହାସଲ କରିବାରେ ଏବେ ସେ ଭାରତର ପ୍ରଥମ ମହିଳା ହୋଇପାରିଛନ୍ତି।
କେରଳର ଡକ୍ଟର କେ.ଏସ୍‌ . ତ୍ରିଶା ଏବେ ୧୨ଟି ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଛନ୍ତି। ୟୁନିଭର୍ସିଟି ରେକର୍ଡ ଫୋରମରେ ତ୍ରିଶାଙ୍କୁ ଏକ ସମୟରେ ଏତେଗୁଡ଼ିଏ ଗ୍ରାଜୁଏଟ୍‌ ଏବଂ ଡିପ୍ଲୋମା ସାର୍ଟିଫିକେଟ୍‌ କୋର୍ସ କରିଥିବା ପ୍ରଥମ ମହିଳା ଘୋଷିତ କରାଯାଇଛି। ତ୍ରିଶା ଇଂଲିଶ, ସଂସ୍କୃତ, ସଙ୍ଗୀତର ତିନୋଟି ବିଭାଗ, ଭାରତନାଟ୍ୟମ୍‌, ଯୋଗ, ସୋସିଓଲୋଜି ଏବଂ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ୍‌ ଭଳି ବିଭିନ୍ନ ବିଷୟରେ ପିଜି ଡିଗ୍ରୀ ହାସଲ କରିଛନ୍ତି। ତ୍ରିଶା ୩୦ ବର୍ଷ ହେଲାଣି କାଲିକଟ ଗାର୍ଲସ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷକଭାବେ ପାଠ ପଢାଉଛନ୍ତି। ଏହା ସହିତ ସେ ବାବୁରାଜ ମେମୋରିଆଲ ମ୍ୟୁଜିକାଲ ଏକାଡେମୀରେ ପ୍ରିନ୍ସିପାଲଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ସହିତ ଏସବୁ ଡିଗ୍ରୀ ହାସଲ ନିମନ୍ତେ ପାଠପଢା ଶେଷ କରି ସଫଳତା ହାସଲ କରିଛନ୍ତି ଏବଂ ଏକ ଉପନ୍ୟାସ ତଥା ଏକ କବିତା ପୁସ୍ତକ ବି ରଚନା କରିଛନ୍ତି। ଏହା ସହିତ ସେ ବିଭିନ୍ନ ଅନୁଷ୍ଠାନରେ ସ୍ବତନ୍ତ୍ର ଦାୟିତ୍ୱ ବି ତୁଲାଉଛନ୍ତି। ତେବେ ପାଠ ପଢ଼ି ବିଭିନ୍ନ ବିଷୟରେ ଡିଗ୍ରୀ ହାସଲ କରିବା ପାଇଁ ତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିଲା। ତେଣୁ ସେ ଗୋଟିଏ ପରେ ଗୋଟିଏ କୋର୍ସ ନିମନ୍ତେ ପାଠ ପଢ଼ି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri