Posted inଜାତୀୟ

ଭାରତରେ ପ୍ରଥମ ବିରଳ ବ୍ଲଡ୍‌ଗ୍ରୁପ୍‌

ଅହମ୍ମଦାବାଦ, ୧୫ା୭:ଗୁଜରାଟର ରାଜକୋଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଶରୀରରେ ଏକ ପ୍ରକାର ବିରଳ ବ୍ଲଡ୍‌ଗ୍ରୁପ୍‌ ଚିହ୍ନଟ ହୋଇଛି। ଏହା ‘ଇଏମ୍‌ଏମ୍‌ ନେଗେଟିଭ୍‌’ ଭାବେ ଜଣା। ଅନ୍ୟ ୪ ବ୍ଲଡ୍‌ ଗ୍ରୁପ୍‌ ଏ, ବି, ଓ, ଏବିଠାରୁ ଏହା ସମ୍ପୂର୍ଣ୍ଣ ଅଲଗା। ପୂର୍ବରୁ ବିଶ୍ୱରେ ମାତ୍ର ୯ ଜଣ ‘ଇଏମ୍‌ଏମ୍‌ ନେଗେଟିଭ୍‌’ ବ୍ଲଡ୍‌ଗ୍ରୁପ୍‌ର ହୋଇଥିବାବେଳେ ଗୁଜରାଟର ସମ୍ପୃକ୍ତ ବ୍ୟକ୍ତି ଏହି ବର୍ଗର ୧୦ମ ବ୍ୟକ୍ତି ହୋଇଛନ୍ତି। ସେ ହୃତପିଣ୍ଡଜନିତ ରୋଗରେ ମଧ୍ୟ ପୀଡ଼ିତ ବୋଲି ଜଣାଯାଇଛି। ଇଏମ୍‌ଏମ୍‌ ରକ୍ତ କୋଷିକାରେ ଥିବା ଏକ ପ୍ରକାର ଆଣ୍ଟିଜେନ୍‌। ସମ୍ପୃକ୍ତ ବୃଦ୍ଧଙ୍କ ରକ୍ତରେ ଇଏମ୍‌ଏମ୍‌ ନ ଥିବାରୁ ଇଣ୍ଟରନ୍ୟାଶନାଲ ସୋସାଇଟି ଅଫ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ(ଆଇଏସ୍‌ବିଟି) ଏହି ବ୍ଲଡ୍‌ ଗ୍ରୁପ୍‌କୁ ଇଏମ୍‌ଏମ୍‌ ନେଗେଟିଭ୍‌ ଭାବେ ଚିହ୍ନଟ କରିଛି।
ମଣିଷ ଶରୀରରେ ଏ, ବି, ଓ, ଆର୍‌ଏଚ୍‌ ଏବଂ ଡଫିକୁ ମିଶାଇ ୪୨ ପ୍ରକାରର ବ୍ଲଡ୍‌ ସିଷ୍ଟମ ରହିଥାଏ। କିନ୍ତୁ ସାଧାରଣରେ ମଣିଷ ବ୍ଲଡ୍‌ଗ୍ରୁପ୍‌କୁ ୪ ଭାଗରେ ବିଭକ୍ତ କରାଯାଇଥାଏ। ଇଏମ୍‌ଏମ୍‌ ନେଗେଟିଭ୍‌ ୪୨ତମ ବ୍ଲଡ୍‌ ଗ୍ରୁପ୍‌ ସିଷ୍ଟମ। ଏହି ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ରକ୍ତରେ ଇଏମ୍‌ଏମ୍‌ ହାଇ-ଫ୍ରିକ୍ୱେନ୍ସି ଆଣ୍ଟିଜେନ୍‌ ଅଭାବ ରହିଥାଏ। ଇଏମ୍‌ଏମ୍‌ ନେଗେଟିଭ୍‌ ରକ୍ତ ଥିବା ବ୍ୟକ୍ତିମାନେ ଅନ୍ୟକୁ ରକ୍ତଦାନ କରିପାରି ନ ଥାନ୍ତି କିମ୍ବା ଆବଶ୍ୟକବେଳେ ଅନ୍ୟ କାହାର ରକ୍ତ ଗ୍ରହଣ କରିପାରି ନ ଥାନ୍ତି। ରାଜକୋଟର ଏହି ବ୍ୟକ୍ତି ଜଣକ ହୃଦ୍‌ଘାତର ଶିକାର ହେବା ପରେ ଅହମ୍ମଦାବାଦରେ ଚିକିତ୍ସିତ ହେଉଛନ୍ତି। ହାର୍ଟ ସର୍ଜରି ପାଇଁ ତାଙ୍କର ରକ୍ତ ଆବଶ୍ୟକ ପଡ଼ିଥିବାବେଳେ ପରୀକ୍ଷାରୁ ଏହି ବ୍ଲଡ୍‌ଗ୍ରୁପ୍‌ କଥା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?