‘ଅନିଲଙ୍କ ସହ କାମ କରିବା ବେଳେ ନର୍ଭସ ଥିଲି’

ମୁମ୍ବାଇ: ଜୁନ୍‌ ୨୪ରେ ପ୍ରେକ୍ଷାଳୟରେ ‘ଜୁଗ୍‌ ଜୁଗ୍‌ ଜିଓ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବରୁଣ ଧାଓ୍ବନ, କିଆରା ଆଡଭାନୀ, ଅନିଲ କପୁର ଏବଂ ନୀତୁ କପୁରଙ୍କ ସହ ମନୀଷ ପାଲ ଏବଂ ପ୍ରଜକ୍ତା କୋଲି ମଧ୍ୟ ନଜର ଆସିଥିଲେ। ଫିଲ୍ମରେ ସୁପର ଅଭିନୟ କରି ମନୀଷ ଦର୍ଶକଙ୍କୁ ବେଶ୍‌ ଖୁସି କରିଥିଲେ। ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଫିଲ୍ମ ରିଲିଜ ହେବା ପରେ ଏବେ ମନୀଷ ପ୍ରଥମ ଥର ପାଇଁ ବରୁଣ ଧାଓ୍ବନ ଏବଂ ଅନିଲ କପୁରଙ୍କ ସହ ସ୍କ୍ରିନ ଶେୟାର କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, ଅନିଲଙ୍କ ସହ କାମ କରିବା ସମୟରେ ସେ ବହୁତ ନର୍ଭସ ଥିଲେ। କିନ୍ତୁ ବରୁଣଙ୍କ ସହ ବେଶ୍‌ ମଜା କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ଅନିଲଙ୍କ ପରି କିମ୍ବଦନ୍ତୀ ଷ୍ଟାରଙ୍କ ସହ କାମ କରିବା ମୋ’ ପକ୍ଷେ ବହୁତ କଷ୍ଟ ଥିଲା। ମୁଁ ଡରୁଥିଲି।
ବରୁଣଙ୍କ ସହ କାମ କରିବାରେ କିଛି ଅସୁବିଧା ହୋଇ ନ ଥିଲା। ବେଶ୍‌ ହସଖୁସି ସମୟ କାଟିଥିଲେ ତାଙ୍କ ସହ। ଏହି ମୁହୂର୍ତ୍ତଗୁଡ଼ିକ ତାଙ୍କ ପାଇଁ ଅଭୁଲା ବୋଲି ମନୀଷ ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri