‘ଭୁଲ୍‌ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର

ମୁମ୍ବାଇ: ସମ୍ପ୍ରତି ହିନ୍ଦୀ ସିନେମାର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅନ୍ୟତମ। କାର୍ତ୍ତିକ ତାଙ୍କର ଅଭିନୟ ଓ ଲୁକ୍‌ ମାଧ୍ୟମରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ଶେଷ ଥର ପାଇଁ ସେ ‘ଚନ୍ଦୁ ଚାମ୍ପିୟନ୍‌’ ଫିଲ୍ମରେ ନଜରକୁ ଆସିଥିଲେ। ବକ୍ସ ଅଫିସ୍‌ରେ ଏହି ଫିଲ୍ମ ବିଶେଷ ସଫଳତା ପାଇ ନ ଥିଲେ ମଧ୍ୟ କାର୍ତ୍ତିକଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏବେ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଭୁଲ୍‌ ଭୁଲୈୟା ୩’ ପାଇଁ ତାଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ବୁଧବାର କାର୍ତ୍ତିକ ଇନ୍‌ଷ୍ଟଗ୍ରାମରେ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଏକ ବଡ଼ କବାଟ ଦୃଶ୍ୟମାନ ହେଉଛି, ଯେଉଁଥିରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ କାର୍ତ୍ତିକ ଏକ ମଜାଦାର କ୍ୟାପ୍‌ଶନ୍‌ ମଧ୍ୟ ଲେଖିଛନ୍ତି। ଚଳିତ ଦୀପାବଳିରେ ‘ଭୁଲ୍‌ ଭୁଲୈୟା ୩’ର ଦ୍ୱାର ଖୋଲିବ ବୋଲି ଏହି ପୋଷ୍ଟ’ର କ୍ୟାପ୍‌ଶନରେ କାର୍ତ୍ତିକ ଲେଖିଛନ୍ତି।
ତେବେ ଦୀପାବଳି ଅବସରରେ ଆସନ୍ତା ନଭେମ୍ବର ୧ରେ ଅଜୟ ଦେବଗନ୍‌ଙ୍କ ‘ସିଙ୍ଘମ୍‌ ଏଗେନ୍‌’ ଓ କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲୈୟା ୩’ ଏକସଙ୍ଗେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ‘ଭୁଲ୍‌ ଭୁଲୈୟା ୩’ରେ
କାର୍ତ୍ତିକଙ୍କ ସହ ଅଭିନେତ୍ରୀ ତୃପ୍ତି ଡିମ୍ରି ଏବଂ ବିଦ୍ୟା ବଲାନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ‘ଟି-ସିରିଜ୍‌ ଫିଲ୍ମସ୍‌’ ପକ୍ଷରୁ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଥିବା ବେଳେ ଅନିସ୍‌ ବଜମି ଏହାର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri