୩୧ ସୁଦ୍ଧା ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି

ରସୁଲପୁର,୧୫ା୩(ଡି.ଏନ.ଏ.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ। ଏହାରି ଭିତରେ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଜମାଖାତାକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟ ଡିସେମ୍ବର ୨୦୨୨ ସୁଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରତ୍ୟେକ ହିତାଧିକାରୀଙ୍କୁ ଏବିପିଏସ୍‌(ଆଧାର ବେସ୍‌ଡ ପେମେଣ୍ଟ ସିଷ୍ଟମ) ଜରିଆରେ ପୈଠ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଏହି ବ୍ୟବସ୍ଥାକୁ ଅପଡେଟ୍‌ କରିବା ଆଳରେ ହିତାଧିକାରୀଙ୍କୁ ଆବାସ ବାବଦକୁ ପ୍ରଥମ କିସ୍ତି ମିଳିବାରେ ବିଳମ୍ବ ହୋଇଆସୁଛି।
ରସୁଲପୁର ବ୍ଲକରେ ଚଳିତ ଆର୍ଥତ୍କ ବର୍ଷରେ ୨୨୬୫ଜଣ ହିତାଧିକାରୀ ଆବାସ ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ସେମାନଙ୍କର ଆଧାର ଲିଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହାସତ୍ତ୍ୱେ ବି ହିତାଧିକାରୀଙ୍କ ଜମାଖାତାକୁ ପ୍ରଥମ କିସ୍ତି ପ୍ରଦାନ କରିବାରେ ଅସୁବିଧା ଦେଖାଦେଇଛି। ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୫୯୩ ହିତାଧିକାରୀଙ୍କ ଜମାଖାତାକୁ ପ୍ରଥମ କିସ୍ତି ଯିବାରେ କେୱାଇସି ବାଧକ ସାଜିଛି। ଏହି ବର୍ଗର ହିତାଧିକାରୀମାନେ ବ୍ୟାଙ୍କରେ କେୱାଇସି ଫର୍ମ ଦାଖଲ କରି ଆକାଉଣ୍ଟକୁ ଅପଡେଟ କରିଲେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ପୈଠ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆବାସ ଯୋଜାନ ତୃଣମୂଳସ୍ତରରେ ବିବାଦୀୟ ହୋଇପଡ଼ଛି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ସ୍ବଚ୍ଛତା ରୁହନାହିଁ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହିଭଳି ବାଦ୍‌ ବିବାଦ ଭିତରେ ବ୍ଲକ ପକ୍ଷରୁ ଗଢ଼ା ଯାଇଥିବା ୩ଜଣିଆ କମିଟି ଓ ସୁପରଭିଜନ କମିଟି ପକ୍ଷରୁ ବଛା ଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରହିଛି।
ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆଧାର ବେସ୍‌ଡ ପେମେଣ୍ଟ ସିଷ୍ଟମରେ କିସ୍ତିଗୁଡିକୁ ପୈଠ ପ୍ରକ୍ରିୟା ଯୋଗୁ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ଘଟାଉଛି। ଏବେ କେୱାଇସି ଦ୍ୱନ୍ଦ୍ୱକୁ ଦୂର କରିବାକୁ ନେଇ ବ୍ଲକ ପକ୍ଷରୁ କସରତ ଆରମ୍ଭ ହୋଇଛି। ଏ ଦିଗରେ ପ୍ରତ୍ୟେକ ପଞ୍ଚାୟତରେ କେୱାଇସି ଅପଡେଟ ହୋଇ ନ ଥିବା ହିତାଧିକାରୀଙ୍କ ତାଲିକାଗୁଡ଼ିକୁ ସରପଞ୍ଚମାନଙ୍କ ଜରିଆରେ ଅବଗତ କରାଯାଉଛି। ଏହି କାର୍ଯ୍ୟକୁ ଚଳିତ ମାସ ଶେଷ ସୁଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ତାଲିକାରୁ ବାଦ୍‌ ଓ ପୂର୍ବରୁ ସରକାରୀ ଆବାସ ପାଇଁ ପାଇଥିବା କିସ୍ତି ଟଙ୍କା ଫେରାଇ ଥିବା ହିତାଧିକାରୀଙ୍କୁ କେବେ ଆବାସ ମିଳିବ ଏଯାଏ ସେ ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ ବୋଲି କୁହାଯାଉଛି। ଦ୍ୱିତୀୟ ଦଫାରେ ସମ୍ପୃକ୍ତ ବର୍ଗର ହିତାଧିକାରୀଙ୍କ ସମସ୍ୟାକୁ ବିବେଚନାକୁ ନିଆଯିବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ବିକଳ୍ପ ପନ୍ଥା ଆପଣେଇବାକୁ ସଜବାଜ ହେଉଛନ୍ତି। ଆବାସ ବଣ୍ଟନରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ବଞ୍ଚତ୍ତ ହିତାଧିକାରୀ କୋର୍ଟର ଦ୍ୱାରସ୍ଥ ହେବାର ସମ୍ଭାବନା ରହିଛି। ତେବେ ଏହି ସମସ୍ୟାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ସମାଧାନ କରିବାରେ ସଫଳ ହେଉଛନ୍ତି ତାକୁ କେବଳ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri