Posted inଫୁରସତ

ଅଜବ ପରିବାର, ରହିବାକୁ ଖୋଜୁଛନ୍ତି ଏମିତି ଘର

ସାଧାରଣତଃ ଯଦି କୌଣସି ଘରେ ଭୁତ କିମ୍ବା ପ୍ରେତ ଥିବାର ସନ୍ଦେହ ହୁଏ ଲୋକେ ସେ ଘର ଛାଡି ଅନ୍ୟତ୍ର ରହିବାକୁ ପସନ୍ଦ କରନ୍ତି। କିନ୍ତୁ ଇଂଲଣ୍ଡରେ ରହୁଥିବା ବେକ୍ସ ପାମର ଏବଂ ତାଙ୍କ ସ୍ବାମୀ ସେନ୍‌ ଯେଉଁଠାରେ ଭୂତ କିମ୍ବା ଆତ୍ମା ବାସ କରନ୍ତି ସେମିତିି ଘରେ ଖୋଜି ଖୋଜି ରହିବାକୁ ପସନ୍ଦ କରନ୍ତି। ୩ ଛୋଟ ପିଲାଙ୍କୁ ନେଇ ଏହି ଦମ୍ପତ୍ତି ଶ୍ମଶାନରେ ନିର୍ମିତ ଏକ ଭୂତ ଘରେ ରୁହନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପୁରା ପରିବାର ଭୂତମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି।
୩୮ ବର୍ଷୀୟ ବେକ୍ସ ଏବଂ ତାଙ୍କ ସ୍ବାମୀ ସେନ୍‌ ପେଶାରେ ଭୂତ ଶିକାରୀ। ଭୂତ ବାବହାରୁ ଥିବା ଭୟରେ ଯେଉଁ ଲୋକେ ଘର ଛାଡନ୍ତି ସେମାନଙ୍କୁ ଘରକୁ ଯାଇ ଭୂତ ଛଡାନ୍ତି ଏହି ଦମ୍ପତ୍ତି। ଏଥିପାଇଁ ସେମାନେ କିଛି ଉପକରଣର ସାହାଯ୍ୟ ମଧ୍ୟ ନିଅନ୍ତି। ଭୂତ ଥିବା ଘରକୁ ଯିବା, ଆତ୍ମାଙ୍କୁ ଭେଟିବା ମଧ୍ୟ ସେମାନଙ୍କର ଅଭ୍ୟାସ ବୋଲି କହନ୍ତି ବେକ୍ସ। କେବଳ ଏତିକି ନୁହେଁ, ସେମାନଙ୍କର ୧୦, ୮ ଏବଂ ୪ ବର୍ଷର ପିଲାମାନେ ମଧ୍ୟ ଭୂତମାନଙ୍କୁ ଭୟ କରନ୍ତି ନାହିଁ, ବରଂ ସେମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ବେକ୍ସ କୁହନ୍ତି, ମୋ ପିଲାମାନେ ମଧ୍ୟ ଏହିପରି ଭୂତ କୋଠରୀକୁ ଭଲ ପାଆନ୍ତି। ସେମାନେ ଆତ୍ମା, ରାତିରେ ଚାଲିବାର ଶବ୍ଦ ହେଉ ଶୁଣିକି ଆଦୌ ଭୟ କରନ୍ତି ନାହିଁ। ମୁଁ ଏବଂ ମୋର ସ୍ବାମୀ ୨୦୧୦ ମସିହାରୁ ଭୂତ ଶିକାର କରିଆସୁଛୁ। ପିଲାଦିନରୁ ମୁଁ ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି କରିଥିଲି। ମୋ ମା ତ୍ରିଶ ମଧ୍ୟ ସମାନ କାମ କରୁଥିଲେ। ସେ ଆତ୍ମା ସହିତ ରହୁଥିଲେ। ପ୍ରଥମେ ମୁଁ ଏହି ଆତ୍ମାମାନଙ୍କୁ ଦେଖି ଭୟଭୀତ ହୋଇଥିଲି କିନ୍ତୁ ପରେ ମୁଁ ଅନୁଭବ କଲି ଯେ ସେମାନେ କୌଣସି କ୍ଷତି କରନ୍ତି ନାହିଁ। ଆମର ଭୂତ ଶିକାର ବ୍ୟବସାୟ ବହୁତ ଭଲ ଚାଳିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri