ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ

Dillip Cherian

ଭବିଷ୍ୟତକୁ ଚାହିଁ ମୋଦି ସରକାର କିଛି ନୂଆ ଚିନ୍ତା କରିବାକୁ ସକ୍ଷମ ବୋଲି ଜଣାଇ ଦେବାକୁ ଚାହାନ୍ତି। ନିକଟରେ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ସକାଶେ ବ୍ୟୟ ବିଭାଗ ସଚିବ ଟି.ଭି. ସୋମନାଥନଙ୍କ ଅଧୀନରେ ଏକ ଆଭ୍ୟନ୍ତରୀଣ ଓ୍ବାର୍କିଂ ଗ୍ରୁପ୍‌ ଗଠନ କରି ଏହା ଦର୍ଶାଇଛି। ଅର୍ଥ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ଲାଗି ଓ୍ବାର୍କିଂ ଗ୍ରୁପ୍‌ କାମ କରିବ ବୋଲି କୁହାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ବ୍ୟୟ ବିଭାଗ ମଧ୍ୟରେ ସମ୍ପର୍କ ରକ୍ଷା କରିବାରେ ଆର୍ଥିକ ପରାମର୍ଶଦାତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ତେବେ ଏହି ପ୍ରସ୍ତାବିତ ସୁଧାର ବା ପରିବର୍ତ୍ତନ ଦେଶର ବ୍ୟୟ କ୍ଷମତାକୁ ନିରୀକ୍ଷଣ କରି ତ୍ୱରିତ ନୀତି ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ କରାଯାଇଛି। ଏହା ମଧ୍ୟ ଆର୍ଥିକ ପରାମର୍ଶଦାତାମାନଙ୍କୁ ଅଧିକ କ୍ଷମତା ଦେବା ସହ ମନ୍ତ୍ରଣାଳୟଗୁଡ଼ିକର ବ୍ୟୟ ନକ୍ସା ପ୍ରସ୍ତୁତ କରିବା ପାଇଁ ବାଟ ଦେଖାଇବ। ବହୁସମୟରେ ଯୋଜନାଗୁଡ଼ିକର ପରିଣାମକୁ ନେଇ ପ୍ରତ୍ୟେକ ମନ୍ତ୍ରଣାଳୟର ପ୍ରଦର୍ଶନ ଉପରେ ମୂଲ୍ୟାଙ୍କନ ହେଉଥିବାରୁ, ଆର୍ଥିକ ବ୍ୟୟ ଓ ଆର୍ଥିକ ପରାମର୍ଶଦାତାମାନଙ୍କ ଭୂମିକା ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆର୍ଥିକ ସୁଧାର ସରକାରଙ୍କ ‘ଭିଜନ ୨୦୪୭’ର ଏକ ଅଂଶ ବୋଲି ଜଣାପଡ଼ିଛି। ଏହି ମିଶନ୍‌ରେ ଭାରତକୁ ବିଶ୍ୱର ଶୀର୍ଷ ୩ଟି ଅର୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ଓ୍ବାର୍କିଂ ଗ୍ରୁପ କେବେ ତାହାର ପରାମର୍ଶ ଉପସ୍ଥାପନ କରିବ ତାହାର ସଂକେତ ଏଯାବତ ମିଳିନାହିଁ। କିନ୍ତୁ ଏଥିରେ ଆଉ ଅଧିକ ବିଳମ୍ବ ହେବାର ସମ୍ଭାବନା ନାହିଁ। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଯଥା ଶୀଘ୍ର କିଛି ଅଗ୍ରଗତି ଦେଖିବା ଲାଗି ବି ଉତ୍ସୁକତାର ସହ ଚାହଁି ବସିଛନ୍ତି।
ରାସ୍ତା ଶେଷ ହୋଇଯିବ କି
ଅନେକ ବାବୁ ରାଜନୀତିକୁ ଯାଇଛନ୍ତି ଏବଂ ସେଥିରେ ତାଙ୍କ ଯାତ୍ରା ଭଲ ରହିବା ସହ କ୍ଷମତା ମଧ୍ୟ ଉପଭୋଗ କରିଛନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ରାଜନୈତିକ ପ୍ରସିଦ୍ଧି ପାଇଥିବା ସବୁ ବାବୁମାନେ ସେହି ଚମକକୁ ଧରି ରଖିପାରନ୍ତି ନାହିଁ, ଯାହା ଏବେ ଘଟିଛି ଜନତା ଦଳ(ୟୁ) ବା ଜେଡି(ୟୁ)ର ଆର୍‌.ସି.ପି. ସିଂଙ୍କ କ୍ଷେତ୍ରରେ। ସିଂ କେନ୍ଦ୍ର କ୍ୟାବିନେଟ୍‌ର ସଦସ୍ୟ ରହିଛନ୍ତି। ଆଶା କରାଯାଉଥିଲା ଯେ, ପାର୍ଟି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ରାଜ୍ୟ ସଭାକୁ ପଠାଇବେ। କିନ୍ତୁ ରାଜ୍ୟ ସଭା ପାଇଁ ତାଙ୍କର ନାମାଙ୍କନ ହୋଇପାରିଲା ନାହିଁ। ଏହା ଯୋଗୁ ସିଂଙ୍କ ମନ୍ତ୍ରିତ୍ୱ ମଧ୍ୟ ସନ୍ଦେହ ଘେରକୁ ଚାଲିଯାଇଛି। ଆଇନ ଅନୁଯାୟୀ, ଜଣେ ମନ୍ତ୍ରୀ ଶପଥ ନେବାର ୬ ମାସ ମଧ୍ୟରେ ଲୋକ ସଭା କିମ୍ବା ଉଭୟ ଗୃହର ସଦସ୍ୟ ଦେବାକୁ ପଡ଼ିବ। ଏହା ନ ହେଲେ, ମୁଖ୍ୟତଃ ସିଂଙ୍କ କ୍ଷେତ୍ରରୁ ଏହା ବୁଝାପଡ଼ିଛି ଯେ, ତାଙ୍କୁ କ୍ୟାବିନେଟରୁ ଇସ୍ତଫା ଦେବାକୁ ପଡ଼ିବ। କିଛି ଦିନ ପୂର୍ବେ ନୀତୀଶ କୁମାରଙ୍କ ସହ ନିବିଡ଼ ସମ୍ପର୍କ ଲାଗି ସିଂ ବେଶ୍‌ ଜଣାଶୁଣା ଥିଲେ। କେନ୍ଦ୍ରରେ ନୀତୀଶ ରେଳମନ୍ତ୍ରୀ ଥିବାବେଳେ ସିଂ ତାଙ୍କ ଘରୋଇ ସଚିବ ରହିଥିଲେ। ଏହି ଘନିଷ୍ଠତା ଯୋଗୁ ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସିଂ ଅମଲାତନ୍ତ୍ରରୁ ରାଜନୀତିକୁ ଯିବା ପରେ ଜେଡି(ୟୁ)ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ବାବୁ ଓ ନେତାମାନେ ତାଙ୍କୁ ନୀତୀଶଙ୍କ ଡାହାଣ ହାତ ବୋଲି କହୁଥିଲେ ଓ ସେହି ସମୟରେ ସେ ଦୁଇ ଥର ରାଜ୍ୟ ସଭା ସଦସ୍ୟ ହୋଇପାରିଥିଲେ। ସିଂ ଏବେ ଏଭଳି ଅନୁଗ୍ରହରୁ ବଞ୍ଚିତ ହେବା ପଛର କାରଣ ୨୦୨୦ ବିଧାନସଭା ନିର୍ବାଚନ ବୋଲି କୁହାଯାଉଛି। ଏହିି ନିର୍ବାଚନରେ ଜେଡି(ୟୁ) ଏହାର ମେଣ୍ଟ ଦଳ ଭାଜପା ଠାରୁ କମ୍‌ ସିଟ୍‌ ପାଇଥିଲା। ରାଜ୍ୟସଭା ନାମାଙ୍କନ ପାଇଁ ମନା କରାଯିବାରୁ ବୁଝାପଡ଼ିଛି ଯେ, ସିଂଙ୍କ ଉଜ୍ଜ୍ୱଳ ଭାଗ୍ୟର ରାସ୍ତା ସବୁଦିନ ପାଇଁ ଶେଷ ହୋଇଯାଇପାରେ। କିନ୍ତୁ ରାଜନୀତିରେ କିଛି ନିଶ୍ଚିତତା ନାହିଁ। ହୁଏତ ଆମ ପାଇଁ ଆଉ କିଛି ବିସ୍ମୟ ଆସିପାରେ।
କଠୋର କାର୍ଯ୍ୟାନୁଷ୍ଠାନ
ଚଳିତବର୍ଷ ଶେଷ ଆଡକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଅନ୍ୟମାନଙ୍କ ତୁଳନାରେ ଅଧିକ ସକ୍ରିୟ ଜଣାପଡ଼ୁଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର ଏବଂ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। ଏହାସହ ସରକାର ସିଭିଲ ସର୍ଭ୍ୟାଣ୍ଟ ମାନଙ୍କୁ କଡ଼ା ବର୍ତ୍ତା ଦେବା ଏବଂ ସାଧାରଣରେ ପ୍ରଶାସନର ସ୍ବଚ୍ଛ ଭାବମୂର୍ତ୍ତି ଉପସ୍ଥାପନ କରିବା ପାଇଁ ଏକ ସମନ୍ବିତ ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଦିଲ୍ଲୀରୁ ମୋଦି ନେତୃତ୍ୱାଧୀନ ହାଇକମାଣ୍ଡଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାଯୋଗୁ ଜମି ଘୋଟାଲା ଓ ଅସ୍ତ୍ରଶସ୍ତ୍ର ଲାଇସେନସ୍‌ ସମ୍ପର୍କିତ ଆର୍ଥିକ ଅନିୟମିତତା ଅଭିଯୋଗରେ ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ.ରାଜେଶଙ୍କ ଉପରେ ସିବିଆଇ ଚଢାଉ କରାଯାଇଥାଇପାରେ ବୋଲି ବାବୁ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଏପ୍ରିଲରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏସ୍‌. କେ. ଲାଙ୍ଗାଙ୍କ ବିରୋଧରେ ଭୁଲ ଜମି ରେକର୍ଡ ପ୍ରସ୍ତୁତ କରିଥିବା ଅଭିଯୋଗରେ କେସ୍‌ ଦାଏର ହୋଇଥିଲା। ଏହାର ଗୋଟିଏ ମାସ ପୂର୍ବରୁ ଜଣେ ଗୁଜରାଟ କ୍ୟାଡର ଆଇଏଫ୍‌ଏସ(ଭାରତୀୟ ବନ ବିଭାଗ) ଅଧିକାରୀ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ତେବେ ସବୁ କାର୍ଯ୍ୟାନୁଷ୍ଠାନଗୁଡ଼ିକ ଆଇଏଏସ୍‌ , ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ,ବିଶେଷକରି ନିର୍ବାଚନ ବର୍ଷରେ ପଥଚ୍ୟୁତ ହେଲେ କ’ଣ ଘଟିପାରେ,ଏହି କଠୋର କାର୍ଯ୍ୟାନୁଷ୍ଠାନଗୁଡ଼ିକ ଏକ ସ୍ପଷ୍ଟ ଓ କଡ଼ା ଚେତାବନୀ ଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri