Posted inଜାତୀୟ

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ଜଣେ ପୂର୍ବତନ ବ୍ୟବସାୟିକ ସହଯୋଗୀ ମହାମାରୀ ମୁକାବିଲା ସମ୍ପର୍କିତ ସାମଗ୍ରୀର ସର୍ବାଧିକ ଲୋଭନୀୟ ଅର୍ଡର ପାଇଥିଲେ। ବିଶ୍ୱଶର୍ମାଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟବସାୟୀ ଘନଶ୍ୟାମ ଧନୁକାଙ୍କ କମ୍ପାନୀ ଏବଂ ରିଙ୍କିଙ୍କ ମାଲିକାନାରେ ଥିବା ଜେସିବି ଇଣ୍ଡଷ୍ଟ୍ରିଜ୍‌କୁ ରାଜ୍ୟର ଭାଜପା ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ବୋଲି ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ଏନ୍‌ଏଚ୍‌ଏମ୍‌ରୁ ମିଳିଥିବା ଆର୍‌ଟିଆଇ ତଥ୍ୟାନୁସାରେ ୨୦୨୦ ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯିବା ପରେ ଗୁଆହାଟୀ ବ୍ୟବସାୟୀ ରାଜୀବ ବୋରା ପିପିଇ କିଟ୍ସ ଯୋଗାଇବା ପାଇଁ ଆସାମ ସରକାରଙ୍କଠାରୁ ସବୁଠୁ ବଡ଼ କଣ୍ଟ୍ରାକ୍ଟ ପାଇଥିଲେ। ଅର୍ଡର ଆନେକ୍ସଚର୍‌ ଅନୁସାରେ ଏଜିଲ୍‌ ଆସୋସିଏଟ୍ସ ସେହି ବର୍ଷ ଏପ୍ରିଲ ୧୦ରେ ଏନ୍‌ଏଚ୍‌ଏମ୍‌କୁ ୧୦,୦୦୦ ପିପିଇ କିଟ୍ସ ଯୋଗାଇ ଦେଇଥିଲା।
ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ସ୍ବାସ୍ଥ୍ୟ ବିଭାଗ ପ୍ରକୃତ ମୂଲ୍ୟଠାରୁ ଅଧିକ ୯୯୦ ଟଙ୍କାରେ ପିପିଇ କିଟ୍ସ ମଗାଇଥିଲେ। ବିଶ୍ୱଶର୍ମାଙ୍କ ସ୍ତ୍ରୀଙ୍କ ମାଲିକାନାରେ ଥିବା ଜେସିବି ଇଣ୍ଡଷ୍ଟ୍ରିଜ୍‌ ଏବଂ ତାଙ୍କ ପରିବାରର ବ୍ୟବସାୟିକ ସହଯୋଗୀ ଘନଶ୍ୟାମ ଧାନୁକାଙ୍କ ମିଡ୍‌ଟାଇମ୍‌ ହେଲ୍‌ଥକେୟାର ଏହି ଅର୍ଡର ପାଇଥିଲେ, ଯେତେବେଳେ କି ଏନ୍‌ଏଚ୍‌ଏମ୍‌କୁ ଅନ୍ୟ ଏକ କମ୍ପାନୀ ମାତ୍ର ୬୦୦ ଟଙ୍କାରେ ପିପିଇ କିଟ୍ସ ଯୋଗାଇଥିଲା। ରିପୋର୍ଟ ଅନୁଯାୟୀ ଏଜିଲ୍‌ ଆସୋସିଏଟ୍ସକୁ କିଟ୍ସ ପିଛା ୨,୨୦୫ ଟଙ୍କାରେ ଅର୍ଡର କରାଯାଇଥିଲା। କିନ୍ତୁ ଓ୍ବାର୍କ ଅର୍ଡରରେ ଏହାର ମୂଲ୍ୟ ୨,୨୦୦ ଟଙ୍କା ବୋଲି ଉଲ୍ଲେଖ ରହିଛି। ଏଜିଲ୍‌ ଆସୋସିଏଟ୍ସ ମାଲିକ ରାଜୀବ ବୋରା ବର୍ତ୍ତମାନ ଡିଜିଟେକ୍‌ ମିଡିଆ ଆଣ୍ଡ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି। ୨୦୦୯ ମସିହା ପର୍ଯ୍ୟନ୍ତ ରିଙ୍କି ଏବଂ ରାଜୀବଙ୍କ ସ୍ତ୍ରୀ ଅଞ୍ଜନା ବୋରା ଏହି କମ୍ପାନୀର ପ୍ରତିଷ୍ଠାତା ସହନିର୍ଦ୍ଦେଶିକା ଥିଲେ। ୨୦୦୯ରେ ରିଙ୍କି କମ୍ପାନୀ ଛାଡ଼ିବା ପରେ ରାଜୀବ ଓ ତାଙ୍କ ସ୍ତ୍ରୀ ଏହାର ନିର୍ଦ୍ଦେଶକ ହୋଇଥିବା କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର ଦସ୍ତାବିଜରୁ ଜଣାପଡ଼ିଛି।
କୋଲକାତାରେ ରହୁଥିବା ଡିଜିଟେକ୍‌ର କେତେଜଣ ନିବେଶକଙ୍କ ପରିଚୟ ଆର୍‌ବିଏସ୍‌ ରିଟେଲର୍ସ (ବର୍ତ୍ତମାନ ବଶିଷ୍ଠ ରିଟେଲର୍ସ) ସହ ରହିଛି। ହିମନ୍ତଙ୍କ ପୁଅ ନନ୍ଦିଲ ବିଶ୍ୱଶର୍ମା ଏହି ରିଟେଲର୍ସ ସଂସ୍ଥାର ଜଣେ ବଡ଼ ଅଂଶୀଦାର ହୋଇଥିବାବେଳେ ଘନଶ୍ୟାମଙ୍କ ବାପା ଅଶୋକ ଧାନୁକା ଏହାର ନିର୍ଦ୍ଦେଶକ ଅଛନ୍ତି। ଡିଜିଟେକ୍‌ର ନିବେଶକମାନେ ପଦ୍ମାବତୀ ଟ୍ରେଡର୍ସ (ଇଣ୍ଡିଆ) ପ୍ରା.ଲିଃ.ରେ ସେମାନଙ୍କ ପୁଞ୍ଜି ଖଟାଇଥିବା ମନେକରାଯାଉଛି। ଏହି କମ୍ପାନୀରେ ଧାନୁକା ବାପପୁଅ ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଓ ବାପା ସ୍ବର୍ଗତ କୈଳାସ ନାଥଶର୍ମା କମ୍ପାନୀର ଡାଇରେକ୍ଟର ଥିଲେ।

୧ ଟଙ୍କା ବି ନେଇନି: ରିଙ୍କି ଭୂୟାଁଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସହ ଜଡ଼ିତ ୩ଟି କମ୍ପାନୀକୁ କୋଭିଡ୍‌-୧୯ ମହାମାରୀ ବେଳେ ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣ ଯୋଗାଣ ପାଇଁ ଅର୍ଡର ଦିଆଯାଇଥିବା ବିଷୟକୁ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁାଶର୍ମା ଖଣ୍ଡନ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗ ଉପରେ ଖବରଦାତାମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ରିଙ୍କି କହିଥିଲେ, ଏହା ଏକ ଭିତ୍ତିହୀନ ଖବର। ୨୦୨୦ ମାର୍ଚ୍ଚରେ ମହାମାରୀ ଆସିବାବେଳେ ଆସାମରେ ଗୋଟିଏ ହେଲେ ପିପିଇ କିଟ୍ସ ନ ଥିଲା। ସେ ବ୍ୟକ୍ତିଗତ ଭାବେ କେତେକ ବ୍ୟବସାୟିକ ସଂସ୍ଥାକୁ ଯାଇ ପ୍ରାୟ ୧୫୦୦ ପିପିଇ କିଟ୍ସ ଏନ୍‌ଏଚ୍‌ଏମ୍‌-ଆସାମକୁ ଯୋଗାଣ କରାଇଥିଲେ। ତେବେ ସେ ଏଥିରୁ ୧ ଟଙ୍କା ବି ଲାଭ ନେଇନାହାନ୍ତି ବୋଲି ରିଙ୍କି କହିଛନ୍ତି।

ସିବିଆଇ ତଦନ୍ତ ଦାବିକଲେ ବିରୋଧୀ

ପିପିଇ କିଟ୍ସ ଏବଂ ହ୍ୟାଣ୍ଡ ସାନିଟାଇଜର କିଣା ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ, ରାଇଜୋର ଦଳ ଏବଂ ଆସାମ ଜାତୀୟ ପରିଷଦ ସିବିଆଇ ତଦନ୍ତ ଦାବି କରିଛନ୍ତି। ଆସାମ କଂଗ୍ରେସ ସଭାପତି ଭୂପେନ୍‌ କୁମାର ବୋରା କହିଛନ୍ତି, ଆସାମର ଜନତା ଲକ୍‌ଡାଉନ୍‌ ବେଳେ ଦୁର୍ଦ୍ଦଶା ଭୋଗୁଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ତାଙ୍କ ପରିବାର ପିପିଇ କିଟ୍ସ ବ୍ୟବସାୟ ଚଳାଇଥିଲେ। ବଜାର ଦରଠାରୁ ୬୫% ଅଧିକ ମୂଲ୍ୟରେ ଅର୍ଡର ଦିଆଯାଇଥିଲା। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ। ସେହିପରି ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ବିଶ୍ୱଶର୍ମାଙ୍କ ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ ବୋଲି କହିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତାମାନେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ ଦାବିରେ ଗୁଆହାଟୀରେ ପିପିଇ କିଟ୍ସ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri