ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ ଧୁନ୍ଦି ହେଉଥିବା ଶିଶୁଠାରୁ ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମନକୁ ଟିକେ ହାଲ୍‌କା କରିବା ପାଇଁ ମଞ୍ଚ ବି ଖୋଜୁଛନ୍ତି। ଏପରିସ୍ଥଳେ ଦର୍ଶକଙ୍କୁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭେଟି ଦେବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଣ୍ଟା ଭିଡିଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି। ସ୍ଥିତି ଅନୁକୂଳ ହେଲେ ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ। ରାଜ୍ୟର ବିଭିନ୍ନ ଜିଲାରେ ମହୋତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ଏକାଡେମୀ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମଥର ଲାଗି ରାଜ୍ୟର ଉପାନ୍ତ ଅଞ୍ଚଳ ମାଲକାନଗିରି ଜିଲାରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ମେଘ ଉତ୍ସବ’। ଏଥିପାଇଁ ନଭେମ୍ବର ୧ ଓ ୨ ତାରିଖକୁ ସ୍ଥିର କରାଯାଇଛି। ଉତ୍ସବରେ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ତାଳବାଦ୍ୟ, ସୁଗମ ସଙ୍ଗୀତ ଆଦି ପରିବେଷଣ କରାଯିବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଶହେ ଜଣ କଳାକାର ଏଥିରେ ଅଂଶ ଗ୍ରହଣ କରିବେ। ସେହିପରି ଏହି ମହୋତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନ କରାଯିବ। ପୂର୍ବରୁ ଚଳିତ ମାସ ୩ ଓ ୪ ତାରିଖରେ ଏହି ଉତ୍ସବ ଆୟୋଜନ ହେବାର ଥିଲା। ପରବର୍ତ୍ତୀ ସମୟରେ ଏହାକୁ ସ୍ଥଗିତ ରଖାଯାଇଥିଲା। କେବଳ ସେତିକି ନୁହେଁ, ଆସନ୍ତା ୯ ଓ ୧୦ ତାରିଖରେ ନ୍ୟାଶନାଲ ଟ୍ରାଇବାଲ୍‌ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯିବ। ଇଷ୍ଟର୍ଣ୍ଣ ଜୋନ୍‌ କଲ୍‌ଚରାଲ୍‌ କାଉନ୍‌ସିଲ (ଇଜେଡ୍‌ସିସି)ର ମିଳିତ ଆନୁକୂଲ୍ୟରେ ବାରିପଦାର ରାଇରଙ୍ଗପୁରଠାରେ ଏହି ଦୁଇଦିନିଆ ମହୋତ୍ସବରେ ରାଜ୍ୟରୁ ୬ଟି ଓ ରାଜ୍ୟ ବାହାରରୁ ୪ଟି ଦଳ ଅଂଶ ଗ୍ରହଣ କରିବେ। ଝାଡ଼ଖଣ୍ଡର ଷଢେଇକଳା ସହିତ ପଶ୍ଚିମବଙ୍ଗର ପୁରୁଳିଆ ଛଉ, ଆସାମ ଏବଂ ପଞ୍ଜାବର ଲୋକନୃତ୍ୟ ଆଦି ଦେଖିବାକୁ ମିଳିବ। ଏଥିସହ ମୟୂରଭଞ୍ଜ, କେନ୍ଦୁଝରର ଜୁଆଙ୍ଗ, ବାଲେଶ୍ୱରରୁ ଭୂମିଆଁ ଓ ସୁନ୍ଦରଗଡରୁ ଓରାଙ୍ଗମାନେ ଲୋକନୃତ୍ୟ ପରିବେଷଣ କରିବେ। ଖୁବ୍‌ଶୀଘ୍ର ଆଉ ୨ଟି ଜିଲାରେ ଟ୍ରାଇବାଲ୍‌ ଫେଷ୍ଟିବାଲ ନେଇ ନିଷ୍ପତ୍ତି ହେବ। ସେହିପରି ୧୭ ଓ ୧୮ ତାରିଖରେ ରାଉରକେଲା ଓ ବ୍ରହ୍ମପୁରଠାରେ ଚିଲ୍‌ଡ୍ରେନ୍‌ ଥିଏଟର ଫେଷ୍ଟିଭାଲ ହେବ। ସ୍କୁଲରୁ ପିଲାଙ୍କୁ ନାଟକ ପ୍ରଶିକ୍ଷଣ ସହ ପ୍ରଦର୍ଶନ କରାଯିବ। ପରବର୍ତ୍ତୀ ସମୟରେ ବାଲେଶ୍ୱର ଜିଲାରେ ଏହି ଥିଏଟର କରିବା ନେଇ ଯୋଜନା କରାଯାଇଛି। ସେହିପରି ୨୮ ଓ ୨୯ ତାରିଖରେ ରାୟଗଡାରେ ‘ଲୋକ ନାଟକ ମହୋତ୍ସବ’ ଅନୁଷ୍ଠିତ ହେବ। ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌ କଟକଣା ମଧ୍ୟରେ ୨ଶହ ଲୋକଙ୍କ ମଧ୍ୟରେ ଆୟୋଜନ କରାଯିବ। ନଭେମ୍ବରରେ ରାଜଧାନୀ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଡିସେମ୍ବରରେ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପଠାରେ ‘ଲିଜେଣ୍ଡସ୍‌ ଅଫ୍‌ ଓଡ଼ିଶା ସିରିଜ୍‌-୧’ ପରିବେଷଣ କରାଯିବ। ଏଥିରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଧାରିତ ନାଟକ ପ୍ରଦର୍ଶନ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ସହରୀ ଭୋଟରଙ୍କ ଉପରେ ନଜର, ନିଯୁକ୍ତ ହେବେ ୱାର୍ଡ ଅଫିସର

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଥିବା ପ୍ରାୟ ସମସ୍ତ ମହାନଗର ନିଗମ, ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) କାର୍ଯ୍ୟକାଳ ସମାପ୍ତ ହୋଇଛି। କୌଣସି ପୌର ପ୍ରଶାସନରେ ନିର୍ବାଚିତ ପ୍ରତିନିଧି...

ଆଇଏଏସ୍‌ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ରାଜ୍ୟ ସରକାର ନିଲମ୍ବନ ଆଦେଶ ଉଠାଇ ଦେଇଛନ୍ତି। ତେବେ ବିଜୟଙ୍କୁ ପୁଣି ଥରେ ରାଜ୍ୟ ସରକାର ଅବସ୍ଥାପିତ...

ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ...

ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ କରି ଲୁଟ୍‌

ଭୁବନେଶ୍ୱର,୧୩୯(ସତ୍ୟଜିତ୍‌ ରାଉତ): ଦମ୍ପତିଙ୍କ ସହ ୨ ସହଯୋଗୀ ମିଶି ରଚିଥିଲେ ଆପରାଧିକ ଷଡ଼ଯନ୍ତ୍ର। ଜଣେ ଡାକ୍ତରଙ୍କୁ ଚିକିତ୍ସା ଆଳରେ ଘରକୁ ଡାକି ମାଡ଼ ମାରିବା ସହ...

୨୪ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର,୮।୭: ରାଜ୍ୟର ୧୦ରୁ ଅଧିକ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

୧୫ରୁ ଖୋଲିବ ଷଷ୍ଠ-ସପ୍ତମ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ନଭେମ୍ବର ୧୫ରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ  ସ୍କୁଲ ଖୋଲିବ। ଏନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା...

ସହର ସୀମାରେ ସଜାଗ ପୋଲିସ

ଢେଙ୍କାନାଳ ଅଫିସ, ୨୩।୩: ମହାମାରୀ କରୋନାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାକୁ ସୋମବାର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାପରେ ଜିଲା ପ୍ରଶାସନ...

Advertisement
Archives

Model This Week