ଫିକା ଫିକା ବଡ଼ଦିନ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ):ମଧ୍ୟରାତ୍ରିରୁ ପ୍ରଭୁ ଯିଶୁଙ୍କ ଧରାବତରଣ ହୋଇଛି॥ ଆଜି ସମଗ୍ର ବିଶ୍ୱ ବଡ଼ଦିନ ପାଳୁଛି। ହେଲେ କୋଭିଡ୍‌ କଟକଣା ଯୋଗୁ ଏଥର ଉତ୍ସବ ଫିକା ପଡ଼ିଛି। ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଚର୍ଚ୍ଚରେ ନାହିଁ କୋଳାହଳ, ଅବା ଉତ୍ସବର ମାହୋଲ। କେଉଁଠି ଅଳ୍ପକିଛି ସାଜସଜ୍ଜା ହୋଇଛି ତ ଆଉ କେଉଁଠି ହୋଇନି ପ୍ରଭୁ ଯିଶୁଙ୍କ ମଧ୍ୟରାତ୍ରି ଜନ୍ମୋତ୍ସବ ଓ ପ୍ରାର୍ଥନା ସଭା। କେବଳ ଶୁକ୍ରବାର ସକାଳେ ସତ୍ୟନଗରସ୍ଥିତ ଚର୍ଚ୍ଚରେ ସକାଳ ୭ଟା ୩୦ରୁ ସାମୂହିକ ପ୍ରାର୍ଥନା ଆରମ୍ଭ ହେବ। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଯୀଶୁଙ୍କ ଜନ୍ମଦିନ ବିଏମ୍‌ସିର ଗାଇଡ୍‌ଲାଇନ୍‌ ଅନୁସାରେ ପାଳନ କରାଯିବ। ସେହିଭଳି ଭୁବନେଶ୍ୱରକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନ୍‌ର ୧୪୦ଜଣ ଲେଖାଏ ଶ୍ରଦ୍ଧାଳୁଙ୍କୁ ପ୍ରାର୍ଥନା ପାଇଁ ଚର୍ଚ୍ଚରେ ଅନୁମତି ଦିଆଯିବ। ଚର୍ଚ୍ଚରେ ମାତ୍ର ୫ ଘଣ୍ଟା ପାଇଁ କାର୍ଯ୍ୟକ୍ରମ ହେବ। କିନ୍ତୁ ଚର୍ଚ୍ଚ ପରିସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଫାଦର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୟୁନିଟ-୪ ଚର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କେବଳ ଅନ୍‌ଲାଇନ ମାଧ୍ୟମରେ ବଡ଼ଦିନ ପୂଜାର୍ଚ୍ଚନା ଓ ସେଲିବ୍ରେଶନ ହେବ। ପ୍ରତିବର୍ଷ ବଡ଼ଦିନରେ ଏଠାରେ ବଡ଼ବଡ଼ କାର୍ଯ୍ୟକ୍ରମ ହୋଇଥାଏ। ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ଥିବାରୁ କମ୍‌ସଂଖ୍ୟକ କର୍ମଚାରୀରେ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା କଷ୍ଟକର ହୋଇପଡିବ। ତେଣୁ ୨୪ ଓ ୨୫ ତାରିଖ ଚର୍ଚ୍ଚକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ଟପିଲା ‘ମୋ ପ୍ରତିଭା’ ଆବେଦନ

ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍‌...

ଭୂତଳ ଜଳକୁ ମିଳିବ ବଳ

ଭୁବନ, ୨୩।୭(ଡି.ଏନ୍‌.ଏ.) ସହରାଞ୍ଚଳରେ ଫିଟିବ କର୍ମନିୟୋଜନର ମାର୍ଗ। ବଢ଼ିବ ଶ୍ରମଜୀବୀଙ୍କ ରୋଜଗାର। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ମହିଳା, ସମସ୍ତଙ୍କ ଜୀବିକା ସୁନିଶ୍ଚିତ କରାଯିବ। ସେମାନଙ୍କ ଜୀବନଧାରଣ...

୧୫ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ବଳୟ ଏବେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ପରିବ୍ୟାପ୍ତ ହୋଇ...

ଆଜି କେନ୍ଦୁଝରରେ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ

ଭୁବନେଶ୍ବର,୧୮।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ...

ମହାନଦୀ ସେତୁରୁ ଖସିପଡ଼ି ଶ୍ରମିକଙ୍କ ଜୀବନଗଲା

ପୁରୁଣାକଟକ,୫।୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲୋଇ ନିକଟ ମହାନଦୀରେ ନିର୍ମାଣାଧୀନ ସେତୁ ଉପରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ...

ଧୋଇଗଲା ଡାଇଭର୍ସନ ଓ୍ବେ: ୫୯ ନଂ. ଏନ୍‌ଏଚ୍‌ରେ ଯାନବାହନ ଚଳାଚଳ ଠପ୍‌

ତୁମୁଡ଼ିବନ୍ଧ,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧରେ ଲଗାଣ ବର୍ଷା ଯୋଗୁ ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ମୁଣ୍ଡିଗଡ଼ ଓ ମଣ୍ଡଳପଦରଠାରେ...

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର,୧।୨(ବ୍ୟୁରୋ): କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇ ଶାନ୍ତିସ୍ତୂପ ଧଉଳି ପାହାଡ଼ର ପାଦ ଦେଶରେ ଅନୁଷ୍ଠିତ ହେବ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ। ଆସନ୍ତା ଫେବୃୟାରୀ ୭ରୁ...

ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର...

Advertisement
Archives

Model This Week