ଗଙ୍ଗାସାଗର ମେଳା ଶୁଭାରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଫେରିଘାଟ

ଭୋଗରାଇ,୯ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଗୁରୁବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେଉଛି। ଏଥି ନିମନ୍ତେ ମେଳାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗାସାଗର ମେଳାକୁ ୧ କୋଟିରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କ ଆଗମନ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେଠୁ ତୀର୍ଥ ଯାତ୍ରୀଙ୍କ ମେଳାକୁ ଆସିବାକୁ କୋଲକାତାର ହାଓ୍ବଡ଼ା, ବାବୁଘାଟ, ଧର୍ମତଲା, ସିଆଲଦା ରେଳଷ୍ଟେଶନରେ ତୀର୍ଥଯାତ୍ରୀ ସହ ବହୁ ସାଧୁ, ସନ୍ଥ ଓ ନାଗାସନ୍ନ୍ୟାସୀଙ୍କ ଭିଡ଼ ଜମିବାରେ ଲାଗିଛି। ନିକଟରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଅନୁପ୍ରବେଶକୁ ରୋକିବା ଲାଗି ସମୁଦ୍ରରେ ତଟରକ୍ଷୀ ବାହିନୀକୁ ସତର୍କ ରଖାଯାଇଛି। ମେଳାର ସୁରକ୍ଷା ଦୃଷ୍ଟିରୁ ଜଳ, ସ୍ଥଳ ଓ ଆକାଶ ବାହିନୀକୁ କଡ଼ାନଜର ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସାଗରମେଳା ପ୍ରବେଶପଥରେ ମେଟାଲ ଡିଟେକ୍ଟର ସହ ଲଟ ନଂ ୮, କଚୁବେରିଆ, ନାମଖାନା, ଚେମାଗଡି, ଭାରତ ସେବାଶ୍ରମ ସଂଘ ଶଙ୍କରାଚାର୍ଯ୍ୟ ଆଶ୍ରମ, କପିଳ ମୁନି ମନ୍ଦିର, ଏବଂ ଭିଆଇପି ସ୍ଥାନଗୁଡିକରେ ୧୨ ଶହ ସିସି କାମେରା, ୨୨ଟି ଡ୍ରୋନ୍‌, ୪ଟି ଜଳ ଓ ଜରୁରୀକାଳୀନ ସେବା ପାଇଁ ୧ଟି ଆକାଶ ଆମ୍ବୁଲାନ୍ସ , ୧୨ ହଜାର ପୋଲିସ, ସନ୍ଧନୀ କୁକୁର,ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ମୁତୟନ ସହିତ ସାଗରବନ୍ଧୁ ନାମିତ ୮ ଶହ ଜଣିଆ ଟିମ୍‌ ପ୍ରସ୍ତୁତ ରହି ତୀର୍ଥଯାତ୍ରୀଙ୍କୁ ସହାୟତା ଦେବେ ବୋଲି ଜିଲା ଶାସକ ସୁମିତ ଗୁପ୍ତା ସୂଚନା ଦେଇଛନ୍ତି।

ଏତଦ୍‌ବ୍ୟତୀତ କୋଲକାତାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ୨ ହଜାର ୫ ଶହ ସରକାରୀ ଓ ୨୫୦ ବେସରକାରୀ ଯାତ୍ରୀ ପରିସେବା ବସ୍‌, ସିଆଲଦାଠାରୁ କାକଦ୍ୱୀପ ନାମଖାନା ପର୍ଯ୍ୟନ୍ତ ୨୨ଟି ସ୍ବତନ୍ତ୍ର ଅତିରିକ୍ତ ଟ୍ରେନ୍‌ ଚଳାଚଳ, ମୁଡିଗଙ୍ଗା ନଦୀରୁ ଯାତ୍ରୀ ପାରିହେବା ନିମନ୍ତେ ଲଟ୍‌ ନଂ ୮ରୁ କଚୁବେରିଆ ଓ ନାମଖାନାରୁ ଚେମାଗଡ଼ି ପର୍ଯ୍ୟନ୍ତ ୩୨ ଭେସେଲ, ୧୦୦ ଭୂତଳ ଜଳ ପରିବହନ ଯାତ୍ରୀ ପରିସେବା ଲଞ୍ଚ ଯୋଗାଇ ଦିଆଯାଇଛି। ମେଳା ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୨ଟି ଉଚ୍ଚସ୍ତରୀୟ କମିଟି ଗଠନ କରି ୨ ଦିନିଆ ସମୀକ୍ଷା କରିଥିବା ବେଳେ ୧୦ ଜଣ ମନ୍ତ୍ରୀଙ୍କୁ ମେଳା ଦାୟିତ୍ୱ ଦେଇଛନ୍ତି।

ପୁଣ୍ୟାର୍ଥୀଙ୍କ ପାଇଁ ୭ଟି ଅସ୍ଥାୟୀ ହସ୍ପିଟାଲ, ୧୨ଟି ସ୍ଥାନରେ ମେଡିକାଲ ଟିମ୍‌, ୧ ଶହ ଆମ୍ବୁଲାନ୍ସ, ୧୨ ହଜାର ଶୌଚାଗାର ଓ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ହଜାରହଜାର ଅସ୍ଥାୟୀ ଘର ନିର୍ମାଣ କରାଯାଇଛି। ପ୍ରସିଦ୍ଧ ମେଳାକୁ ସ୍ବଚ୍ଛ ଓ ସତେଜ ରଖିବାନିମନ୍ତେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଙ୍ଗାସାଗରରେ କୌଣସି ତୀର୍ଥଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଲେ ପୂର୍ବବର୍ଷ ଭଳି ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତା ୧୪ ଓ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ସାଗରରେ ପୁଣ୍ୟସ୍ନାନ ଥିବାରୁ ଗଙ୍ଗାସାଗରରେ ଏବେଠୁ ଲକ୍ଷାଧିକ ପୁଣ୍ୟାର୍ଥୀଙ୍କ ସମାଗମ ହେବାରେ ଲାଗିଛି। ୯ ତାରିଖରୁ ରସଲପୁର-ମୟାଗାଲିନୀ ଲଞ୍ଚ ଯାତ୍ରୀ ଫେରିଘାଟ ସରକାରୀ ଭାବେ ବନ୍ଦ ଯୋଗୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଦୁଇ ମେଦିନୀପୁର ଜିଲାର ଲକ୍ଷାଧିକ ତୀର୍ଥଯାତ୍ରୀ ହଇରାଣ ଏବଂ ଅଧିକ ଖର୍ଚ୍ଚାନ୍ତ ହେବା ଯୋଗୁ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri