Posted inଜାତୀୟ

ମହାକାଶ ଯିବ ମହିଳା ରୋବୋ

ଚନ୍ଦୟାନ-୩ର ସଫଳତା ପରେ ମହାକାଶ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଗଗନୟାନ ମିଶନର ଟ୍ରାଏଲ୍‌ ହେବ। ଏଥିରେ ସ୍ପେସ୍‌କୁ ଏକ ଫିମେଲ ରୋବୋ ‘ବ୍ୟୋମମିତ୍ର’କୁ ପଠାଯିବ। ଏହି ମିଶନ ସଫଳ ହେଲେ ମହାକାଶକୁ ମାନବ ପ୍ରେରଣ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀ,୨୭ା୮ଭାରତ ଏହାର ଗଗନୟାନ ମିଶନରେ ମହାକାଶକୁ ଏକ ଫିମେଲ୍‌ ରୋବୋ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର ଏହା ଘୋଷଣା କରିଛନ୍ତି। ମହାକାଶକୁ ମାନବ ପଠାଇବା ପାଇଁ ଗଗନୟାନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେବେ କୋଭିଡ୍‌ ମହାମାରୀ ଯୋଗୁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି। ଏବେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହାର ପ୍ରଥମ ପରୀକ୍ଷାମୂଳକ ମିଶନ ପାଇଁ ଯୋଜନା ହୋଇଛି। ମହାକାଶଯାତ୍ରୀମାନଙ୍କୁ ସ୍ପେସ୍‌କୁ ପଠାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ଫେରାଇ ଆଣିବା ସେହିଭଳି ଗୁରୁତ୍ୱପୂର୍ଣ୍ଣ ବୋଲି ଜିତେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଗଗନୟାନର ଦ୍ୱିତୀୟ ମିଶନରେ ଫିମେଲ୍‌ ରୋବୋକୁ ମହାକାଶକୁ ପଠାଯିବ। ଉକ୍ତ ରୋବୋ ସମସ୍ତ ମାନବ କାର୍ଯ୍ୟକଳାପ କରିବ। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଗଗନୟାନ କାର୍ଯ୍ୟକ୍ରମ ପାଇଁ ଆମେ ଆଗେଇବୁ। ଏଥିପାଇଁ ଅର୍ବିଟାଲ ମଡ୍ୟୁଲ୍‌ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପରୀକ୍ଷାମୂଳକ ଅଭିଯାନ ପାଇଁ ସେଗୁଡ଼ିକୁ କମିଶନ କରାଯାଇଛି ଏବଂ ଲଞ୍ଚ୍‌ପ୍ୟାଡ୍‌ ବଢ଼ାଇବା କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ଇସ୍ରୋ ଚୂଡ଼ାନ୍ତ ମାନବ ମିଶନ ପୂର୍ବରୁ ଦୁଇଥର ମାନବ ସଦୃଶ ବ୍ୟୋମମିତ୍ରଙ୍କୁ ନେଇ ମିଶନ କରିବାକୁ ଯୋଜନା କରିଛି। ଏହା ୨୦୨୪ କିମ୍ବା ୨୦୨୫ରେ ହେବ। ଗଗନୟାନ ମିଶନ ସଫଳ ହେଲେ ମହାକାଶକୁ ମାନବ ପଠାଇବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ। ପୂର୍ବରୁ ଆମେରିକା, ରୁଷିଆ ଏବଂ ଚାଇନା ହ୍ୟୁମ୍ୟାନ୍‌ ସ୍ପେସ୍‌ଫ୍ଲାଇଟ୍‌ ମିଶନରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri