ଆଦିବାସୀଙ୍କ ପ୍ରିୟ କାଇଚଟଣିି

କେନ୍ଦୁଝର,୨୯ା୧୧:ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇଚଟଣି ସମେତ ଢେଙ୍କାନାଳ ଜିଲାର ମଗ୍‌ଜି ଲଡୁ ଓ କେନ୍ଦ୍ରାପଡ଼ା ଜିଲାର ରସାବଳି ତଥା ଅନ୍ୟ ତିନୋଟି ସାମଗ୍ରୀକୁ ମିଳିବ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ୍‌। ଏ ନେଇ ଓୟୁଏଟି ପକ୍ଷରୁ ଆବେଦନକୁ ଗ୍ରହଣ କରି ବିସ୍ତୃତ ସମୀକ୍ଷା କରିବା ପାଇଁ ଆସନ୍ତା ଡିସେମ୍ବର ୬ ରେ ଜିଆଇ ପଞ୍ଜୀକରଣ ସଂସ୍ଥା, ଚେନ୍ନାଇ ପକ୍ଷରୁ ଏକ ଟିମ୍‌ ଓଡ଼ିଶା ଆସୁଛନ୍ତି। କାଇ ଚଟଣି ଆଦିବାସୀଙ୍କ ପ୍ରମୁଖ ଖାଦ୍ୟ ସହ ଜଡ଼ିତ ଥିବାରୁ ଏ ନେଇ ବନବାସୀଙ୍କ ମହଲରେ ଉତ୍ସାହ ଦେଖାଯାଇଛି।
ବା କୁରୁକୁଟିଚଟଣି ବିଶେଷତଃ ଆଦିବାସୀ ବହୁଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରଚଳନ ଅଧିକ ରହିଛି। ଆଦିବାସୀଙ୍କ ପରମ୍ପରା ସହିତ ଏହା ବହୁ ଆଗରୁ ରହିଛି। ଏହାକୁ ଆଦିବାସୀମାନେ ବଣଜଙ୍ଗଲରୁ ସଂଗ୍ରହ କରି ଖାଇବା ସହ ବିକ୍ରି କରି ଚଳନ୍ତି। ବିଶେଷ କରି ବର୍ଷା ଓ ଶୀତଋତୁରେ ଏହା ଅଧିକ ମିଳିଥାଏ। ଏହି ଦିନରେ କାଇ ବା କୁରୁକୁଟିମାନେ ଜଙ୍ଗଲରେ ଶାଳ, କୁସୁମ ଆଦି ଗଛରେ ପତ୍ରକୁ ବାନ୍ଧି ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ସ୍ଥାନୀୟ ଲୋକେ ଭାତ କୁହନ୍ତି। ବନବାସୀମାନେ ଉକ୍ତ ବସାକୁ ଆଣି ସେଥିରୁ ଅଣ୍ଡା ଓ କୁରୁକୁଟିକୁ ଅଲଗା କରି ରାନ୍ଧି ଖାଇଥାନ୍ତି। ବିଶେଷ କରି ସେଥିରେ ଲଙ୍କା, ଲୁଣ ମିଶାଇ ଚଟଣି କରି ଗରମ ବା ପଖାଳ ଭାତରେ ଖାଆନ୍ତି। ଆଜିକାଲି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଏହାର ଚାହିଦା ରହିଛି। ଏଣୁ ରାସ୍ତାଘାଟରେ ଏହାକୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି। ଏଥିରେ ନିଆରା ସ୍ବାଦ ଥିବା ବେଳେ ଔଷଧୀୟ ଗୁଣ ଭରି ରହିଛି। ବିଶେଷ କରି ପେଟ ରୋଗ ପାଇଁ ଏହା ଉପାଦେୟ ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏହାକୁ ଏବେ ସବୁ ବର୍ଗର ଲୋକ ଖାଉଛନ୍ତି। ଏଣୁ ଏହାକୁ ଜିଆଇ ମାନ୍ୟତା ମିଳିଲେ ନିଶ୍ଚିତ ଭାବରେ ଅଞ୍ଚଳ ପାଇଁ ଖୁସିର ବିଷୟ ହେବ ବୋଲି ଗବେଷକ ଡ. କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। କାଇ ସଂଗ୍ରହକାରୀ ଗୋବିନ୍ଦ ମୁଣ୍ଡା କୁହନ୍ତି, ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ପିଲା ଦିନରୁ ଆମେ ଖାଇ ଆସୁଛୁ। ଏହା ସଂଗ୍ରହ କରିବା କଷ୍ଟକର। ସେମାନଙ୍କ ବସାକୁ ଭାଙ୍ଗିଲେ ସେମାନେ କାମୁଡ଼ିଥାନ୍ତି। ଅନେକ ସମୟରେ ଏହା ଦ୍ୱାରା ଅସୁସ୍ଥ ହୋଇପଡ଼ନ୍ତି ବୋଲି ସେ କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri