ଆଦିବାସୀଙ୍କ ପ୍ରିୟ କାଇଚଟଣିି

କେନ୍ଦୁଝର,୨୯ା୧୧:ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇଚଟଣି ସମେତ ଢେଙ୍କାନାଳ ଜିଲାର ମଗ୍‌ଜି ଲଡୁ ଓ କେନ୍ଦ୍ରାପଡ଼ା ଜିଲାର ରସାବଳି ତଥା ଅନ୍ୟ ତିନୋଟି ସାମଗ୍ରୀକୁ ମିଳିବ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ୍‌। ଏ ନେଇ ଓୟୁଏଟି ପକ୍ଷରୁ ଆବେଦନକୁ ଗ୍ରହଣ କରି ବିସ୍ତୃତ ସମୀକ୍ଷା କରିବା ପାଇଁ ଆସନ୍ତା ଡିସେମ୍ବର ୬ ରେ ଜିଆଇ ପଞ୍ଜୀକରଣ ସଂସ୍ଥା, ଚେନ୍ନାଇ ପକ୍ଷରୁ ଏକ ଟିମ୍‌ ଓଡ଼ିଶା ଆସୁଛନ୍ତି। କାଇ ଚଟଣି ଆଦିବାସୀଙ୍କ ପ୍ରମୁଖ ଖାଦ୍ୟ ସହ ଜଡ଼ିତ ଥିବାରୁ ଏ ନେଇ ବନବାସୀଙ୍କ ମହଲରେ ଉତ୍ସାହ ଦେଖାଯାଇଛି।
ବା କୁରୁକୁଟିଚଟଣି ବିଶେଷତଃ ଆଦିବାସୀ ବହୁଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରଚଳନ ଅଧିକ ରହିଛି। ଆଦିବାସୀଙ୍କ ପରମ୍ପରା ସହିତ ଏହା ବହୁ ଆଗରୁ ରହିଛି। ଏହାକୁ ଆଦିବାସୀମାନେ ବଣଜଙ୍ଗଲରୁ ସଂଗ୍ରହ କରି ଖାଇବା ସହ ବିକ୍ରି କରି ଚଳନ୍ତି। ବିଶେଷ କରି ବର୍ଷା ଓ ଶୀତଋତୁରେ ଏହା ଅଧିକ ମିଳିଥାଏ। ଏହି ଦିନରେ କାଇ ବା କୁରୁକୁଟିମାନେ ଜଙ୍ଗଲରେ ଶାଳ, କୁସୁମ ଆଦି ଗଛରେ ପତ୍ରକୁ ବାନ୍ଧି ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ସ୍ଥାନୀୟ ଲୋକେ ଭାତ କୁହନ୍ତି। ବନବାସୀମାନେ ଉକ୍ତ ବସାକୁ ଆଣି ସେଥିରୁ ଅଣ୍ଡା ଓ କୁରୁକୁଟିକୁ ଅଲଗା କରି ରାନ୍ଧି ଖାଇଥାନ୍ତି। ବିଶେଷ କରି ସେଥିରେ ଲଙ୍କା, ଲୁଣ ମିଶାଇ ଚଟଣି କରି ଗରମ ବା ପଖାଳ ଭାତରେ ଖାଆନ୍ତି। ଆଜିକାଲି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଏହାର ଚାହିଦା ରହିଛି। ଏଣୁ ରାସ୍ତାଘାଟରେ ଏହାକୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି। ଏଥିରେ ନିଆରା ସ୍ବାଦ ଥିବା ବେଳେ ଔଷଧୀୟ ଗୁଣ ଭରି ରହିଛି। ବିଶେଷ କରି ପେଟ ରୋଗ ପାଇଁ ଏହା ଉପାଦେୟ ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏହାକୁ ଏବେ ସବୁ ବର୍ଗର ଲୋକ ଖାଉଛନ୍ତି। ଏଣୁ ଏହାକୁ ଜିଆଇ ମାନ୍ୟତା ମିଳିଲେ ନିଶ୍ଚିତ ଭାବରେ ଅଞ୍ଚଳ ପାଇଁ ଖୁସିର ବିଷୟ ହେବ ବୋଲି ଗବେଷକ ଡ. କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। କାଇ ସଂଗ୍ରହକାରୀ ଗୋବିନ୍ଦ ମୁଣ୍ଡା କୁହନ୍ତି, ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ପିଲା ଦିନରୁ ଆମେ ଖାଇ ଆସୁଛୁ। ଏହା ସଂଗ୍ରହ କରିବା କଷ୍ଟକର। ସେମାନଙ୍କ ବସାକୁ ଭାଙ୍ଗିଲେ ସେମାନେ କାମୁଡ଼ିଥାନ୍ତି। ଅନେକ ସମୟରେ ଏହା ଦ୍ୱାରା ଅସୁସ୍ଥ ହୋଇପଡ଼ନ୍ତି ବୋଲି ସେ କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri