Posted inUncategorized

ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୯।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବାଣ ବିସ୍ଫୋରଣ ବିଭିଷିକାରେ ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ମୁଣ୍ଡ ଗଡିଛି । ସହରର ୧୨ ନଂ. ୱାର୍ଡ ଜୟିପୁରା ଗ୍ରାମର ଜୁମା ଖାନଙ୍କ ପୁଅ ପିଣ୍ଟୁ ଖାନଙ୍କ ମୃତ୍ୟୁ ହୋଇଛି। କଟକସ୍ଥ ଏସିବି ମେଡିକାଲରୁ ମୃତଦେହ ସୋମବାର କେନ୍ଦ୍ରାପଡ଼ା ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନର ଅବହେଳା ଯୋଗୁ ପିଣ୍ଟୁଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ କଫିନକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଏଡିଏମ୍‌ ପିତାମ୍ବର ସାମଲ ଦୁର୍ଘଟଣା ଜନିତ କ୍ଷତିପୂରଣ ବାବଦ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ଅନୁକମ୍ପାମୂଳକ ସହାୟତା ଯୋଜନାରେ ୪ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ମୃତଦେହ ସଂସ୍କାର ପାଇଁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ ଜିଲା ପ୍ରଶାସନକୁ ଘେରିଥିବା ସ୍ଥାନୀୟ ଲୋକ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ଲୋକଙ୍କୁ ସରକାରୀ ଚାକିରି ପାଇଁ ଅଡି ବସିଥିଲେ । ଏସମ୍ପର୍କରେ ଦାବିପତ୍ର ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ ବୋଲି ପ୍ରତିଶ୍ରୁତି ପରେ ପିଣ୍ଟୁଙ୍କ ମୃତଦେହ ସଂସ୍କାର ପାଇଁ ନିଆଯାଇଛି ।
ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସଲିମ , ହିଫଜୁର ରହେମାନ, ମୁକ୍ତାର ଖାଁ ପ୍ରମୁଖ କହିଛନ୍ତି, ଜୁମାଙ୍କ ପରିବାରରେ ୭ ଜଣ ସଦସ୍ୟ ା ସେମାନଙ୍କ ମଧ୍ୟରେ ପିଣ୍ଟୁ ହେଉଛନ୍ତି ଏକମାତ୍ର ରୋଜଗାରକ୍ଷମ । ଗତ ୨୩ ତାରିଖରେ ବାଲିଆଠାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣିି ଉତ୍ସବ ଥିଲା ।୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାକୁ ଥିବାରୁ ପିଣ୍ଟୁ ହରେକମାଲର ଏକ ଉଠା ଦୋକାନ ଖୋଲିଥିଲେ । ସନ୍ଧ୍ୟା ପ୍ରାୟ ୯ଟା ସମୟରେ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ବାଣ ପ୍ରତିଯୋଗିତା ହେଉଥିଲା। ଏହି ବାଣର ନିଆଁ ଗଚ୍ଛିତ ରହିଥିବା ବାଣ ଟ୍ରଲି ଉପରେ ପଡିବାରୁ ବିସ୍ଫୋରଣ ହୋଇଥିଲା । ଏଥିରେ ଶତାଧିକ ଆହତ ହୋଇଥିବା ବେଳେ ୪୦ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ପିଣ୍ଟୁ ଶରୀର ଏହି ବାଣ ବିସ୍ଫୋରଣରେ ପ୍ରାୟ ୭୦ ଭାଗ ପୋଡ଼ି ଯାଇଥିଲା । ପ୍ରଶାସନ ଓ ପୂଜା କମିଟିର ଅବହେଳା ଯୋଗୁ ଏହି ବିସ୍ପୋରଣ ହୋଇଥିବାରୁ ଜିଲା ପ୍ରଶାସନ ନିକଟରେ କ୍ଷତିପୂରଣ ଦାବି ହୋଇଛି। ସୂଚନାଯୋଗ୍ୟ, ଏହି ବାଣ ବିସ୍ଫୋରଣ ଘଟଣାରେ କଟକ ଜିଲା ଅସୁରେଶ୍ୱର ଗ୍ରାମର ବାଣୁଆ ଉଦୟ ଭୋଇଙ୍କ ଗତ ଶନିବାର ମୃତ୍ୟୁ ହୋଇଛି ା ଏଥିସହିତ ଜିଲା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ୩ ଜଣଙ୍କୁ ଗିରଫ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri