ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର

ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍‌କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ଘରୁ କୌଣସି ଯୌତୁକ ନ ଆଣିବା ସହ ମୁହଁ ଦେଖାରେ କନ୍ୟାଙ୍କୁ ସେ ୧୪ ଲକ୍ଷ ଟଙ୍କାର ଏକ କାର୍‌ ଉପହାରସ୍ବରୂପ ଦେଇଛନ୍ତି।
ସୂଚନାନୁସାରେ, ନିମକା ଥାନା ସବଡିଭିଜନର ଅଗ୍ରୱାଡି ଗାଁର ବାସିନ୍ଦା ଅର୍ଜୁନଲାଲ ଚାନ୍ଦେଲିଆଙ୍କ ସାନପୁଅ ବିକାଶ ନିମକା ଥାନା ସବଡିଭିଜନର କୌରବାଲି ଗାଁର ଓମ ପ୍ରକାଶ ବୁଡାନିଆର ଝିଅ ନିର୍‌ମାଙ୍କୁ ବିବାହ କରିଛନ୍ତି। ପୁଅ ବିକାଶ ଜମ୍ମୁରେ ଭାରତୀୟ ସେନାରେ ଚାକିରି କରିଛନ୍ତି। ନିର୍‌ମା ଜଣେ ଶିକ୍ଷୟତ୍ରୀ। ବିକାଶ ଫେବୃୟାରୀ ୧୮ରେ ବିବାହ କରିଥିଲେ। ଅର୍ଜୁନଲାଲ ଚାନ୍ଦେଲିଆ ନିଜେ ଭାରତୀୟ ସେନାର ପୂର୍ବତନ ମାନ୍ୟବର କ୍ୟାପଟେନ ଭାବରେ କାର୍ଯ୍ୟ କରିଛନ୍ତି।
ପୁଅର ବିବାହରେ ଯୌତୁକ ନ ନେଇ ଅର୍ଜୁନ ଚାନ୍ଦେଲିଆ ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଥିଲେ। ଏହା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଲୋକମାନେ ଏହି ନୂତନ ଧାରାକୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି

ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍‌ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ...

ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍‌ପିଏଫ୍‌ ଯବାନ

ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ।...

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କୁ ଦେଖି ବିବାହ ପାଇଁ ମନା କଲେ ବର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ନୌ,୨୬ା୬: ଝିଅଟିକୁ ବିବାହ କରାଇବା ଯେ, କେତେ କଷ୍ଟକର ତାହା ଜଣେ ପିତା ହିଁ ବେଶ୍‌ ଭଲ ଭାବେ ଜାଣିଥାନ୍ତି। ଝିଅ ବିବାହ କିପରି ଭଲରେ...

ଭାରତରେ ରହିଛି ଦୁନିଆର ସବୁଠୁ ବଡ଼ ସ୍କୁଲ, ଗିନିଜ୍‌ ବୁକ୍‌ରେ ପାଇଛି ସ୍ଥାନ

ଆମ ଦେଶ ଭାରତରେ ଅନେକ ସ୍କୁଲ ରହିଛି। ମାତ୍ର ଏପରି ଏକ ସ୍କୁଲ ରହିଛି, ଯାହା ଦୁନିଆର ସବୁଠୁ ବଡ଼ ସ୍କୁଲ ଭାବରେ ପରିଗଣିତ। ଖାଲି...

ନୀତୀଶ-ତେଜସ୍ବୀ ମୁହାଁମୁହିଁ

ପାଟନା, ୨୮।୧୧: ନିର୍ବାଚନ ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ।...

ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ

ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର...

ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ...

ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟା ୭ରେ ଶପଥ ନେବେ ଫଡନବିସ୍‌

ମୁମ୍ବାଇ, ୩୦।୬: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟା ୭ଟାରେ ଶପଥ ନେବେ ଭାଜପା ନେତା ଦେବେନ୍ଦ୍ର ଫଡନବିସ୍‌। ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଏବଂ ଏକନାଥ...

Advertisement
Archives

Model This Week