ବାପ-ଝିଅଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭଦ୍ରକ ଅଫିସ, ୧୬।୭: ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ରକରି ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ ଗୁରୁତର ବାପ ଝିଅ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ଗ୍ରାମର ଲକ୍ଷ୍ମଣ ମିଶ୍ର ଓ ତାଙ୍କ ଝିଅ ମିନତିଙ୍କୁ ଆକ୍ରମଣ କରାଯାଇଛି। ଏ ନେଇ ଲକ୍ଷ୍ମଣଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା (ନଂ.୨୮୩/୨୧) ରୁଜୁ ହୋଇଛି। ଆକ୍ରମଣକାରୀଙ୍କ ପକ୍ଷରୁ କେତେଜଣ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଗ୍ରାମର ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବଶତ୍ରୁତା ଲାଗି ରହିଥିଲା। ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଲକ୍ଷ୍ମଣ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟର ୨ ବିଚାରପତିଙ୍କ ଶପଥ ଗ୍ରହଣ

କଟକ ଅଫିସ,୧୦।୬: ଓଡିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଆଜି ଶପଥ...

ବଜ୍ରପାତରେ ଦମ୍ପତି ସମେତ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୬ା୭ (ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଏକ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଢେଙ୍କାନାଳରେ ଆରମ୍ଭ ହେବ ଶିକ୍ଷାଭିତ୍ତିକ ପାଇଲଟ ପ୍ରୋଜେକ୍ଟ: ‘ବାଙ୍କା’ରେ ଭିତ୍ତିଭୂମି ପରଖିଲା ଶିକ୍ଷା ବିଭାଗ ଟିମ୍‌

ଢେଙ୍କାନାଳ ଅଫିସ, ୨୮।୬- ଶିକ୍ଷାକ୍ଷେତ୍ରରେ ପଛରେ ପଡ଼ିଛି ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ମାଟ୍ରିକ୍‌ ପରୀକ୍ଷାରେ ଜିଲାର ପ୍ରଦର୍ଶନ ରାଜ୍ୟସ୍ତରରେ ଆଖିଦୃଶିଆ ହୋଇପାରିନାହିଁ। ଶିକ୍ଷା କ୍ଷେତ୍ରରେ ଲାଗି...

କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍‌ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ...

ବାଲି ଚୋରା ଚାଲାଣ ନ ରୋକିଲେ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୩୧।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ତହସିଲ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ...

ନାବାଳିକାଙ୍କୁ ଶିକ୍ଷକଙ୍କ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ...

ପନ୍ଦରମାଇଲି ଗାଁକୁ ସୁରକ୍ଷା ଦେଉଛି ହେନ୍ତାଳବଣ

ମହାକାଳପଡ଼ା,୬ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଶାଳ ହେନ୍ତାଳ ଜଙ୍ଗଲ ବିପର୍ଯ୍ୟୟର ସୁରକ୍ଷା ପାଚେରୀ ଭାବେ ଛିଡ଼ା ହୋଇଛି। ଏହାର ସୁରକ୍ଷା ଜରୁରୀ...

Advertisement
Archives

Model This Week