ମୁହଁ ଫେରାଉଛନ୍ତି ଚାଷୀ

ଭୁବନେଶ୍ୱର,୨୧।୧୨: କୃଷି ସାମଗ୍ରୀର ବଜାର ଅଭାବ, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଶୀତଳ ଭଣ୍ଡାରର ଅଭାବ, କୃଷିଯନ୍ତ୍ର ଓ ବୈଷୟିକ ସହାୟତାର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ସାମଗ୍ରୀ ସଂଗ୍ରହରେ ସମସ୍ୟା, ଚାଷୀଙ୍କୁ ଋଣ ସମେତ ବିହନ ଓ ସାର ପ୍ରଦାନରେ ଅବହେଳା ଭଳି ବିଭିନ୍ନ ସମସ୍ୟା ଯୋଗୁ ଚାଷୀମାନେ ଚାଷ କାର୍ଯ୍ୟ କରିବାକୁ ମନ ବଳାଉ ନାହାନ୍ତି। ଫଳରେ ରାଜ୍ୟରେ ଚାଷ ହେଉଥିବା ଜମିର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ବର୍ଷ ତଥ୍ୟକୁ ଦେଖିଲେ ଓଡ଼ିଶାରେ ମୋଟ ଚାଷ ଜମିର ପରିମାଣ ୨.୫୩ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଏପଟେ ସେହି ଅନୁପାତରେ ଅଣଚାଷ ଜମି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ୨୦୧୫-୧୬ରେ ରାଜ୍ୟରେ ୫.୨୪ ଲକ୍ଷ ହେକ୍ଟର ଚାଷଜମି ଖାଲି ପଡ଼ିଥିବାବେଳେ ୨୦୧୯-୨୦ରେ ୭.୭୭ ଲକ୍ଷ ହେକ୍ଟର ଚାଷ ଜମି ଖାଲି ପଡ଼ିଛି।
ରାଜ୍ୟରେ ମୋଟ ଚାଷଜମିର ପରିମାଣ ୬୧.୮୦ ଲକ୍ଷ ହେକ୍ଟର ରହିଛି। ଏହାମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚଜମି(ହାଇ ଲ୍ୟାଣ୍ଡ୍‌) ରହିଥିବା ବେଳେ ୧୭.୫୫ ଲକ୍ଷ ହେକ୍ଟର ମଧ୍ୟଭୂମି(ମିଡିୟମ୍‌ ଲ୍ୟାଣ୍ଡ୍‌) ଏବଂ ୧୫.୧୧ ଲକ୍ଷ ହେକ୍ଟର ଲୋ’ ଲ୍ୟାଣ୍ଡ୍‌ ବା ନିମ୍ନଭୂମି ରହିଛି। ଏହି ମୋଟ ଚାଷ ଜମିରୁ କ୍ରମାଗତଭାବେ ଅଣଚାଷ ଜମିର ପରିମାଣ ବୃଦ୍ଧି ପାଉଥିବା ବେଳେ ଚାଷ ଜମିର ପରିମାଣ ହ୍ରାସ ପାଉଛି। ୨୦୧୫-୧୬ରେ ୬୧.୮୦ ଲକ୍ଷ ହେକ୍ଟରରୁ ୫୬.୫୬ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥିବାବେଳେ ୨୦୧୬-୧୭ରେ ୫୬.୪୯ ଲକ୍ଷ ହେକ୍ଟରରେ ଚାଷ ହୋଇଥିଲା। ୨୦୧୭-୧୮ ବେଳକୁ ତାହା କମି ୫୪.୨୮ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିଲା। ସେହିଭଳି ୨୦୧୮-୧୯ରେ ୫୪.୪୬ ଲକ୍ଷ ହେକ୍ଟରରେ ଚାଷ କାର୍ଯ୍ୟ ହୋଇଥିବାବେଳେ ୨୦୧୯-୨୦ରେ ୫୪.୦୩ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇଛି। ଏପଟେ ଅଣଚାଷ ଜମିର ପରିମାଣ ଦେଖିଲେ ତାହା ବୃଦ୍ଧିପାଇ ୭.୭୭ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି। ୨୦୧୫-୧୬ରେ ରାଜ୍ୟରେ ୫.୨୪ ଲକ୍ଷ ହେକ୍ଟର ଚାଷ ହେଉ ନଥିବା ଚାଷଜମି ରହିଥିଲା। ୨୦୧୬-୧୭ରେ ୫.୩୧ ଲକ୍ଷ ହେକ୍ଟର ଏବଂ ୨୦୧୭-୧୮ରେ ଅଣଚାଷ ଜମି ବୃଦ୍ଧିପାଇ ୭.୫୨ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିଲା। ଏହାପରେ ୨୦୧୮-୧୯ରେ ୭.୩୪ ଲକ୍ଷ ହେକ୍ଟର ଏବଂ ୨୦୧୯-୨୦ ବେଳକୁ ୭.୭୭ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିବା କୃଷି ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ତେବେ ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭଲପିଂ ସୋସାଇଟିଜ୍‌(ସିଏସ୍‌ଡିଏସ୍‌) ତଥ୍ୟ ଅନୁଯାୟୀ, ଦେଶର ୭୬% ଚାଷୀ ଚାଷକାର୍ଯ୍ୟକୁ ଛାଡ଼ି ଅନ୍ୟ କୌଣସି ପେସାକୁ ଆପଣାଇବାକୁ ପ୍ରସ୍ତୁତ ଅଛନ୍ତି। ସ୍ବଳ୍ପ ରୋଜଗାର, ଅନିଶ୍ଚିତ ଭବିଷ୍ୟତ, ଚାପ ଏବଂ ଋଣଭାର ଭଳି ଏକାଧିକ କାରଣ ଯୋଗୁ ଚାଷୀମାନେ ଚାଷକାର୍ଯ୍ୟରୁ ମୁହଁ ଫେରାଇ ନେଉଛନ୍ତି। ସେହିଭଳି ୭୦ ପ୍ରତିଶତ ଚାଷୀ ପ୍ରତିବର୍ଷ ଅନିଶ୍ଚିତ ବର୍ଷା, ମରୁଡ଼ି, ରୋଗପୋକ ଆକ୍ରମଣ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ଓଡ଼ିଶାର ଚିତ୍ରକୁ ଦେଖିଲେ ପ୍ରତିବର୍ଷ ହେଉଥିବା ବନ୍ୟା ଓ ବାତ୍ୟା ଯୋଗୁ ଲକ୍ଷାଧିକ ହେକ୍ଟର ଚାଷଜମି ନଷ୍ଟ ହେଉଛି। ପ୍ରତିବର୍ଷ କ୍ଷତି ସହୁଥିବାରୁ ଲୋକେ ଆଉ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏହା ପରିବର୍ତ୍ତେ ସେମାନେ ସହରାଞ୍ଚଳରେ ଯେକୌଣସି ବୃତ୍ତି ଆପଣାଇବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାରେ ପ୍ରାୟତଃ ୧୦ ଏକରରୁ ଅଧିକ ଜମି ଥିବା ଚାଷୀମାନେ ଉପକୃତ ହେଉଛନ୍ତି। କ୍ଷୁଦ୍ର କିମ୍ବା ନାମମାତ୍ର ଓ ଭୂମିହୀନ ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ୨୦୧୫-୧୬ ଚାଷୀଗଣନା ଅନୁଯାୟୀ ଓଡ଼ିଶାରେ ୮,୮୭,୨୭୨ କ୍ଷୁଦ୍ରଚାଷୀ ଥିବାବେଳେ ୯,୦୫,୧୮୪ ଭାଗଚାଷୀ ରହିଛନ୍ତି, ଯେଉଁମାନେ ଅଧିକାଂଶ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି।
୨୦୦୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ଚାଷୀ ଓ କୃଷି ଶ୍ରମିକଙ୍କ ସଂଖ୍ୟା ମୋଟ କାର୍ଯ୍ୟକ୍ଷମ ଜନସଂଖ୍ୟାର ୬୪.୮% ଥିଲା। ହେଲେ ୨୦୧୧ ବେଳକୁ ଏହା ହ୍ରାସପାଇ ୬୧.୮୨% ହୋଇଥିଲା। ଉପକୂଳ ଓଡ଼ିଶାରେ କୃଷି ଶ୍ରମିକ ସଙ୍କଟ ସମସ୍ୟା ଯୋଗୁ ଲୋକେ ବାଧ୍ୟହୋଇ କୃଷିକାର୍ଯ୍ୟରୁ ଓହରି ଯାଉଛନ୍ତି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକାର୍ଯ୍ୟ ପ୍ରତି ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟରେ ଆସୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, କୃଷି ଋଣ ପ୍ରଦାନ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକର ଅବଦାନ ଅତି ନଗଣ୍ୟ ହୋଇଥିବାବେଳେ ସରକାର କିନ୍ତୁ ଏହି ବ୍ୟାଙ୍କରେ ଅର୍ଥ ଜମାର ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ବ୍ୟାଙ୍କ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକ ଅଛନ୍ତି। ହେଲେ ସରକାର କାହା ସ୍ବାର୍ଥରେ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ସହ ଏଭଳି ଚୁକ୍ତିନାମା କରିଛନ୍ତି, ସେନେଇ ଚାଷୀମାନେ ବାରମ୍ବାର ପ୍ରଶ୍ନ କରିଆସୁଛନ୍ତି। କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କହିବା ହେଲା, ବ୍ୟକ୍ତିଗତ ସମସ୍ୟା ଏବଂ ପାଣିପାଗର ଅନିୟମିତତା ଯୋଗୁ ଅନେକ ସମୟରେ ଜମି ଚାଷ ହୋଇପାରୁ ନାହିଁ। କୃଷକଙ୍କ ମଙ୍ଗଳ, ନିରନ୍ତର ଆୟ ବୃଦ୍ଧି ଓ ନିଶ୍ଚିତ ପୁଷ୍ଟି ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ସମୃଦ୍ଧି କୃଷି ନୀତି ୨୦୨୦ ପ୍ରଚଳନ କରିଛନ୍ତି। ଏହି କୃଷି ନୀତି ଆଗାମୀ ୫ବର୍ଷରେ କୃଷକଙ୍କ ଆୟ ବୃଦ୍ଧି ସହ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ବିକାଶ ପ୍ରକ୍ରିୟାକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।
ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପ୍ରହଲ୍ଲାଦ ପରିଡ଼ାଙ୍କ କହିବା ହେଲା, ଚାଷଜମି ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି କୃଷି ଶ୍ରମିକ ଅଭାବ। ସରକାର ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିବା ପରେ ଶ୍ରମିକମାନେ ଆଉ ଚାଷଜମିରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବସମ୍ବଳ ଅଭାବରୁ ଚାଷୀ କେତେକ କ୍ଷେତ୍ରରେ ଚାଷଜମି ପଡ଼ିଆ ପକାଇବାକୁ ବାଧ୍ୟ ହେଉଛି। ୨ୟରେ ସରକାରୀ ପ୍ରୋତ୍ସାହନ ଠିକଭାବେ ମିଳିପାରୁ ନାହିଁ। ଶୀତଳଭଣ୍ଡାର ଅଭାବରୁ ଚାଷୀ ତାର ଉତ୍ପାଦିତ ଶସ୍ୟ ବା ପନିପରିବାକୁ ଗଚ୍ଛିତ ରଖିପାରୁ ନାହିଁ। ଯାହାଫଳରେ ଉତ୍ପାଦନ ସମୟରେ ଶାଗମାଛ ଦରରେ ବିକ୍ରି କରି କ୍ଷତି ସହୁଛି। ବାରମ୍ବାର କ୍ଷତି ସହିବାରୁ ଅନେକ ଚାଷୀ ବିକଳ୍ପ ଚିନ୍ତା କରୁଛନ୍ତି।
ସେହିପରି ବରଗଡ଼ ଜିଲା ଗୋବିନ୍ଦପାଲିର ଚାଷୀ ଲକ୍ଷ୍ମଣ ପ୍ରଧାନଙ୍କ କହିବା ହେଲା, ବିଭିନ୍ନ କାରଣରୁ କ୍ଷତି ସହୁଥିବା କାରଣରୁ ଚାଷ ପ୍ରତି ଚାଷୀମାନେ ଧୀରେ ଧୀରେ ବିମୁଖ ହେବାରେ ଲାଗିଲେଣି। ଫଳରେ ଚାଷଜମି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆମର ଏହା ମୂଳ ଜୀବିକା ହୋଇଥିବାରୁ ଆମେ ଚାଷବାସ କରି ଆସୁଛୁ। କିନ୍ତୁ ଆମ ପରବର୍ତ୍ତୀ ପିଢ଼ି ଚାଷ କରିବେ ବୋଲି ମନେ ହେଉନାହିଁ। ଦିନକୁ ଦିନ ଉନ୍ନତ ପ୍ରଣାଳୀରେ ଚାଷ ହେଉଛି। କୃଷିକାର୍ଯ୍ୟରେ ଖର୍ଚ୍ଚ ବଢ଼ି ଚାଲିଛି। ହେଲେ କୃଷିଜାତ ଦ୍ରବ୍ୟର ଦରଦାମ ସେହି ଅନୁପାତରେ ବଢୁନାହିଁ। ଅନ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଉଥିବାବେଳେ ଚାଷୀ ତା’ର ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri