ମୁହଁ ଫେରାଉଛନ୍ତି ଚାଷୀ

ଭୁବନେଶ୍ୱର,୨୧।୧୨: କୃଷି ସାମଗ୍ରୀର ବଜାର ଅଭାବ, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଶୀତଳ ଭଣ୍ଡାରର ଅଭାବ, କୃଷିଯନ୍ତ୍ର ଓ ବୈଷୟିକ ସହାୟତାର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ସାମଗ୍ରୀ ସଂଗ୍ରହରେ ସମସ୍ୟା, ଚାଷୀଙ୍କୁ ଋଣ ସମେତ ବିହନ ଓ ସାର ପ୍ରଦାନରେ ଅବହେଳା ଭଳି ବିଭିନ୍ନ ସମସ୍ୟା ଯୋଗୁ ଚାଷୀମାନେ ଚାଷ କାର୍ଯ୍ୟ କରିବାକୁ ମନ ବଳାଉ ନାହାନ୍ତି। ଫଳରେ ରାଜ୍ୟରେ ଚାଷ ହେଉଥିବା ଜମିର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ବର୍ଷ ତଥ୍ୟକୁ ଦେଖିଲେ ଓଡ଼ିଶାରେ ମୋଟ ଚାଷ ଜମିର ପରିମାଣ ୨.୫୩ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଏପଟେ ସେହି ଅନୁପାତରେ ଅଣଚାଷ ଜମି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ୨୦୧୫-୧୬ରେ ରାଜ୍ୟରେ ୫.୨୪ ଲକ୍ଷ ହେକ୍ଟର ଚାଷଜମି ଖାଲି ପଡ଼ିଥିବାବେଳେ ୨୦୧୯-୨୦ରେ ୭.୭୭ ଲକ୍ଷ ହେକ୍ଟର ଚାଷ ଜମି ଖାଲି ପଡ଼ିଛି।
ରାଜ୍ୟରେ ମୋଟ ଚାଷଜମିର ପରିମାଣ ୬୧.୮୦ ଲକ୍ଷ ହେକ୍ଟର ରହିଛି। ଏହାମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚଜମି(ହାଇ ଲ୍ୟାଣ୍ଡ୍‌) ରହିଥିବା ବେଳେ ୧୭.୫୫ ଲକ୍ଷ ହେକ୍ଟର ମଧ୍ୟଭୂମି(ମିଡିୟମ୍‌ ଲ୍ୟାଣ୍ଡ୍‌) ଏବଂ ୧୫.୧୧ ଲକ୍ଷ ହେକ୍ଟର ଲୋ’ ଲ୍ୟାଣ୍ଡ୍‌ ବା ନିମ୍ନଭୂମି ରହିଛି। ଏହି ମୋଟ ଚାଷ ଜମିରୁ କ୍ରମାଗତଭାବେ ଅଣଚାଷ ଜମିର ପରିମାଣ ବୃଦ୍ଧି ପାଉଥିବା ବେଳେ ଚାଷ ଜମିର ପରିମାଣ ହ୍ରାସ ପାଉଛି। ୨୦୧୫-୧୬ରେ ୬୧.୮୦ ଲକ୍ଷ ହେକ୍ଟରରୁ ୫୬.୫୬ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥିବାବେଳେ ୨୦୧୬-୧୭ରେ ୫୬.୪୯ ଲକ୍ଷ ହେକ୍ଟରରେ ଚାଷ ହୋଇଥିଲା। ୨୦୧୭-୧୮ ବେଳକୁ ତାହା କମି ୫୪.୨୮ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିଲା। ସେହିଭଳି ୨୦୧୮-୧୯ରେ ୫୪.୪୬ ଲକ୍ଷ ହେକ୍ଟରରେ ଚାଷ କାର୍ଯ୍ୟ ହୋଇଥିବାବେଳେ ୨୦୧୯-୨୦ରେ ୫୪.୦୩ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇଛି। ଏପଟେ ଅଣଚାଷ ଜମିର ପରିମାଣ ଦେଖିଲେ ତାହା ବୃଦ୍ଧିପାଇ ୭.୭୭ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି। ୨୦୧୫-୧୬ରେ ରାଜ୍ୟରେ ୫.୨୪ ଲକ୍ଷ ହେକ୍ଟର ଚାଷ ହେଉ ନଥିବା ଚାଷଜମି ରହିଥିଲା। ୨୦୧୬-୧୭ରେ ୫.୩୧ ଲକ୍ଷ ହେକ୍ଟର ଏବଂ ୨୦୧୭-୧୮ରେ ଅଣଚାଷ ଜମି ବୃଦ୍ଧିପାଇ ୭.୫୨ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିଲା। ଏହାପରେ ୨୦୧୮-୧୯ରେ ୭.୩୪ ଲକ୍ଷ ହେକ୍ଟର ଏବଂ ୨୦୧୯-୨୦ ବେଳକୁ ୭.୭୭ ଲକ୍ଷ ହେକ୍ଟରରେ ପହଞ୍ଚତ୍ଥିବା କୃଷି ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ତେବେ ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭଲପିଂ ସୋସାଇଟିଜ୍‌(ସିଏସ୍‌ଡିଏସ୍‌) ତଥ୍ୟ ଅନୁଯାୟୀ, ଦେଶର ୭୬% ଚାଷୀ ଚାଷକାର୍ଯ୍ୟକୁ ଛାଡ଼ି ଅନ୍ୟ କୌଣସି ପେସାକୁ ଆପଣାଇବାକୁ ପ୍ରସ୍ତୁତ ଅଛନ୍ତି। ସ୍ବଳ୍ପ ରୋଜଗାର, ଅନିଶ୍ଚିତ ଭବିଷ୍ୟତ, ଚାପ ଏବଂ ଋଣଭାର ଭଳି ଏକାଧିକ କାରଣ ଯୋଗୁ ଚାଷୀମାନେ ଚାଷକାର୍ଯ୍ୟରୁ ମୁହଁ ଫେରାଇ ନେଉଛନ୍ତି। ସେହିଭଳି ୭୦ ପ୍ରତିଶତ ଚାଷୀ ପ୍ରତିବର୍ଷ ଅନିଶ୍ଚିତ ବର୍ଷା, ମରୁଡ଼ି, ରୋଗପୋକ ଆକ୍ରମଣ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ଓଡ଼ିଶାର ଚିତ୍ରକୁ ଦେଖିଲେ ପ୍ରତିବର୍ଷ ହେଉଥିବା ବନ୍ୟା ଓ ବାତ୍ୟା ଯୋଗୁ ଲକ୍ଷାଧିକ ହେକ୍ଟର ଚାଷଜମି ନଷ୍ଟ ହେଉଛି। ପ୍ରତିବର୍ଷ କ୍ଷତି ସହୁଥିବାରୁ ଲୋକେ ଆଉ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏହା ପରିବର୍ତ୍ତେ ସେମାନେ ସହରାଞ୍ଚଳରେ ଯେକୌଣସି ବୃତ୍ତି ଆପଣାଇବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାରେ ପ୍ରାୟତଃ ୧୦ ଏକରରୁ ଅଧିକ ଜମି ଥିବା ଚାଷୀମାନେ ଉପକୃତ ହେଉଛନ୍ତି। କ୍ଷୁଦ୍ର କିମ୍ବା ନାମମାତ୍ର ଓ ଭୂମିହୀନ ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ୨୦୧୫-୧୬ ଚାଷୀଗଣନା ଅନୁଯାୟୀ ଓଡ଼ିଶାରେ ୮,୮୭,୨୭୨ କ୍ଷୁଦ୍ରଚାଷୀ ଥିବାବେଳେ ୯,୦୫,୧୮୪ ଭାଗଚାଷୀ ରହିଛନ୍ତି, ଯେଉଁମାନେ ଅଧିକାଂଶ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି।
୨୦୦୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ଚାଷୀ ଓ କୃଷି ଶ୍ରମିକଙ୍କ ସଂଖ୍ୟା ମୋଟ କାର୍ଯ୍ୟକ୍ଷମ ଜନସଂଖ୍ୟାର ୬୪.୮% ଥିଲା। ହେଲେ ୨୦୧୧ ବେଳକୁ ଏହା ହ୍ରାସପାଇ ୬୧.୮୨% ହୋଇଥିଲା। ଉପକୂଳ ଓଡ଼ିଶାରେ କୃଷି ଶ୍ରମିକ ସଙ୍କଟ ସମସ୍ୟା ଯୋଗୁ ଲୋକେ ବାଧ୍ୟହୋଇ କୃଷିକାର୍ଯ୍ୟରୁ ଓହରି ଯାଉଛନ୍ତି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକାର୍ଯ୍ୟ ପ୍ରତି ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟରେ ଆସୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, କୃଷି ଋଣ ପ୍ରଦାନ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକର ଅବଦାନ ଅତି ନଗଣ୍ୟ ହୋଇଥିବାବେଳେ ସରକାର କିନ୍ତୁ ଏହି ବ୍ୟାଙ୍କରେ ଅର୍ଥ ଜମାର ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ବ୍ୟାଙ୍କ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକ ଅଛନ୍ତି। ହେଲେ ସରକାର କାହା ସ୍ବାର୍ଥରେ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ସହ ଏଭଳି ଚୁକ୍ତିନାମା କରିଛନ୍ତି, ସେନେଇ ଚାଷୀମାନେ ବାରମ୍ବାର ପ୍ରଶ୍ନ କରିଆସୁଛନ୍ତି। କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କହିବା ହେଲା, ବ୍ୟକ୍ତିଗତ ସମସ୍ୟା ଏବଂ ପାଣିପାଗର ଅନିୟମିତତା ଯୋଗୁ ଅନେକ ସମୟରେ ଜମି ଚାଷ ହୋଇପାରୁ ନାହିଁ। କୃଷକଙ୍କ ମଙ୍ଗଳ, ନିରନ୍ତର ଆୟ ବୃଦ୍ଧି ଓ ନିଶ୍ଚିତ ପୁଷ୍ଟି ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ସମୃଦ୍ଧି କୃଷି ନୀତି ୨୦୨୦ ପ୍ରଚଳନ କରିଛନ୍ତି। ଏହି କୃଷି ନୀତି ଆଗାମୀ ୫ବର୍ଷରେ କୃଷକଙ୍କ ଆୟ ବୃଦ୍ଧି ସହ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ବିକାଶ ପ୍ରକ୍ରିୟାକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।
ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପ୍ରହଲ୍ଲାଦ ପରିଡ଼ାଙ୍କ କହିବା ହେଲା, ଚାଷଜମି ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି କୃଷି ଶ୍ରମିକ ଅଭାବ। ସରକାର ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିବା ପରେ ଶ୍ରମିକମାନେ ଆଉ ଚାଷଜମିରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବସମ୍ବଳ ଅଭାବରୁ ଚାଷୀ କେତେକ କ୍ଷେତ୍ରରେ ଚାଷଜମି ପଡ଼ିଆ ପକାଇବାକୁ ବାଧ୍ୟ ହେଉଛି। ୨ୟରେ ସରକାରୀ ପ୍ରୋତ୍ସାହନ ଠିକଭାବେ ମିଳିପାରୁ ନାହିଁ। ଶୀତଳଭଣ୍ଡାର ଅଭାବରୁ ଚାଷୀ ତାର ଉତ୍ପାଦିତ ଶସ୍ୟ ବା ପନିପରିବାକୁ ଗଚ୍ଛିତ ରଖିପାରୁ ନାହିଁ। ଯାହାଫଳରେ ଉତ୍ପାଦନ ସମୟରେ ଶାଗମାଛ ଦରରେ ବିକ୍ରି କରି କ୍ଷତି ସହୁଛି। ବାରମ୍ବାର କ୍ଷତି ସହିବାରୁ ଅନେକ ଚାଷୀ ବିକଳ୍ପ ଚିନ୍ତା କରୁଛନ୍ତି।
ସେହିପରି ବରଗଡ଼ ଜିଲା ଗୋବିନ୍ଦପାଲିର ଚାଷୀ ଲକ୍ଷ୍ମଣ ପ୍ରଧାନଙ୍କ କହିବା ହେଲା, ବିଭିନ୍ନ କାରଣରୁ କ୍ଷତି ସହୁଥିବା କାରଣରୁ ଚାଷ ପ୍ରତି ଚାଷୀମାନେ ଧୀରେ ଧୀରେ ବିମୁଖ ହେବାରେ ଲାଗିଲେଣି। ଫଳରେ ଚାଷଜମି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆମର ଏହା ମୂଳ ଜୀବିକା ହୋଇଥିବାରୁ ଆମେ ଚାଷବାସ କରି ଆସୁଛୁ। କିନ୍ତୁ ଆମ ପରବର୍ତ୍ତୀ ପିଢ଼ି ଚାଷ କରିବେ ବୋଲି ମନେ ହେଉନାହିଁ। ଦିନକୁ ଦିନ ଉନ୍ନତ ପ୍ରଣାଳୀରେ ଚାଷ ହେଉଛି। କୃଷିକାର୍ଯ୍ୟରେ ଖର୍ଚ୍ଚ ବଢ଼ି ଚାଲିଛି। ହେଲେ କୃଷିଜାତ ଦ୍ରବ୍ୟର ଦରଦାମ ସେହି ଅନୁପାତରେ ବଢୁନାହିଁ। ଅନ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଉଥିବାବେଳେ ଚାଷୀ ତା’ର ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?