ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା) ପୂଜା କମିଟି ପକ୍ଷରୁ ବୁଧବାର ମହା ଆଡ଼ମ୍ବରରେ ଯାତ୍ରା ସମ୍ପୂର୍ଣ୍ଣ ହୋଇଯାଇଛି। ଆଦିବାସୀଙ୍କ ନିଆରା ପର୍ବ ‘ଟୋକିମରା’ର ଅନ୍ତିମ ଦିନରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାଳିତ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ‘ରାଜା’ ଓ ‘ରାଣୀ’ ନାମକ ଦୁଇଟି ପାହାଡ଼କୁ ଦେବାଦେବୀ ରୂପେ ଆରାଧନା କରିବା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦେବାଦେବୀଙ୍କ ଆସ୍ଥାନରେ କାଳିସି ଲାଗି ହୋଇଥିଲା। ଏହି ଅବସରରେ ଦେବୀଙ୍କ କାଳିସିମାନେ ଭୟଙ୍କର କଣ୍ଟା ଦୋଳିରେ ଝୁଲିବା ସହ ‘ଝାମୁ ଯାତ୍ରା’ ସମ୍ପନ୍ନ କରିଥିଲେ। ଏହି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ପଡ଼ୋଶୀ ଜିଲା ଓ ବ୍ଲକରୁ ହଜାର ହଜାର ଭକ୍ତ ତଥା ଜନସାଧାରଣଙ୍କ ଭିଡ଼ ଜମିଥିଲା।

ତେବେ ଏଠାରେ ପୂଜା କଲେ ସମସ୍ତ ବିପଦ ଦୂର ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନେ ବଣଭୋଜିର ମଜା ମଧ୍ୟ ନେଇଥିଲେ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଓ ପତିତପାବନ କ୍ଲବ ପକ୍ଷରୁ ଗତ ୪ ବର୍ଷ ହେଲା ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ଆଦିବାସୀ ନେତା ସନାତନ ମାଝୀ, କ୍ରିଷ୍ଣା ମାଝୀ, ଜଗାକାଳିଆ ନାଏକ, ଯୁବ ନେତା ରୂକ୍ତା ମାଝୀ, ଗୁଞ୍ଜେନ ମାଝୀ, ପରମେଶ୍ବର ନାଏକ, ମହେନ୍ଦ୍ର ମାଝୀ, ବିଜେଡି ସଭାପତି କପିଳାସ ନାଏକ, ପ୍ରଫୁଲ୍ଲ ମୁଣ୍ଡଛିନା, ଭୀମସେନ ମାଝୀ, କୃଷ୍ଣ ନାଏକ ଏବଂ ପୂର୍ବତନ ସମିତି ସଭ୍ୟ ରୁକ୍ତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୃତ୍ୟ ପ୍ରତିଯୋଗିତାରେ ‘ଖଣ୍ଡୁଆଳ ବୁଢ଼ାରାଜା ଡ୍ୟାନ୍ସ ଗ୍ରୁପ (ପାଡେଲଗୁଡ଼ା)’ ପ୍ରଥମ, ‘ନୃତ୍ୟ ସ୍ମୃତି ଡ୍ୟାନ୍ସ ଗ୍ରୁପ (ବଡ଼ଛତ୍ରଙ୍ଗ)’ ଦ୍ୱିତୀୟ ଏବଂ ‘ମାଁ ଠାକୁରାଣୀ ଡ୍ୟାନ୍ସ ଗ୍ରୁପ (ମଦାଙ୍ଗଗୁଡ଼ା)’ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦାରା ପୁରସ୍କୃତ ହୋଇଛନ୍ତି। ହେଲେ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧାର ଘୋର ଅଭାବ ପରିଲକ୍ଷିତ ହେଉଛି। ଶୋଚନୀୟ ରାସ୍ତା, ବିଦ୍ୟୁତ ସଂଯୋଗର ଅଭାବ, ବିଶ୍ରାମଗାରର ଅନୁପସ୍ଥିତି ଏବଂ ମାତ୍ର ଗୋଟିଏ ନଳକୂପ ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେବାଦେବୀ ଗଛମୂଳେ ପୂଜା ପାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ଏଠାରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହୋଇପାରିନାହିଁ। ଏହି ଐତିହାସିକ ସ୍ଥଳୀର ଉପଯୁକ୍ତ ବିକାଶ ପାଇଁ ପରିବେଶ ପ୍ରେମୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ସାଂସ୍କୃତିକ ମଞ୍ଚକୁ ପ୍ରଭାତ ନାଏକ, ଅଭି ନାଏକ ଓ ଜିତେନ ନାଏକପରିଚାଳନା କରିଥିବା ବେଳେ ରାଜାରାଣୀ ପୂଜା କମିଟି ସଭାପତି କୈଳାଶ ଚନ୍ଦ୍ର ନାଏକ, ଉପ-ସଭାପତି କେଶରୀ ନାଏକ, ସମ୍ପାଦକ ରଜନୀକାନ୍ତ ମାଝୀ, ସହ-ସମ୍ପାଦକ ଉମାକାନ୍ତ ନାଏକ ଏବଂ କୋଷାଧ୍ୟକ୍ଷ ଗୌରୀଶଙ୍କର ମାଝୀ ଯାତ୍ରା ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri