Posted inଖେଳ

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର ନେବା ପରେ ପୁଣି ୩୮ ବର୍ଷ ବୟସରେ କ୍ରିକେଟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବୋଥା ଅଷ୍ଟ୍ରେଲିଆରେ ଚଳିତ ବର୍ଷର ବିଗ ବ୍ୟାସ ଲିଗ (ବିବିଏଲ)ରେ ଖେଳିବେ। ସେ ହୋବର୍ଟ ହରିକାନ୍ସ ଦଳ ପାଇଁ ଖେଳିବେ। ବୋଥା ଏବେ ଅଷ୍ଟ୍ରେଲିଆର ଟାସମାନିଆ ଦଳର କୋଚ। ନିକଟରେ ହୋବର୍ଟ ହରିକାନ୍ସ ତାରକା ସ୍ପିନର ସନ୍ଦୀପ ଲାମିଚାନେ କରୋନା ସଂକ୍ରମିତ ହୋଇଥିଲେ। ତେଣୁ ସେ ଚଳିତ ବର୍ଷ ବିଗ ବ୍ୟାସରେ ଖେଳି ପାରିବେ ନାହିଁ। ଏଭଳି ପରିସ୍ଥିତିରେ ହୋବର୍ଟଙ୍କ ଦଳରେ ୟୋହାନ ବୋଥା ମଧ୍ୟ ସାମିଲ ହୋଇଥିଲେ। ବିଶେଷ କଥା ହେଉଛି ବୋଥା ୨୦୧୬ ମସିହାରେ ଅଷ୍ଟ୍ରେଲିଆର ନାଗରିକତ୍ୱ ପାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଖେଳୁଥିବା ଏକାଦଶରେ ଘରୋଇ କ୍ରିକେଟର ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହାପୂର୍ବରୁ ବୋଥା ବିଗ ବସରେ ସିଡନୀ ସିକ୍ସର୍ସ ପାଇଁ ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ମଧ୍ୟ ରହିଛନ୍ତି। ଗତ ବର୍ଷ ଜାନୁଆରୀରେ ବିଗ ଫାଇନାଲରେ ହୋବର୍ଟ ସିଡନୀ ସିକ୍ସର୍ସଙ୍କୁ ପରାସ୍ତ କରିବା ପରେ ହଠାତ୍‌ ଅବସର ଘୋଷଣା କରିଥିଲେ ବୋଥା। ଏବେ ଅବସରରୁ ଫେରିବା ପ୍ରଶ୍ନରେ ବୋଥା କହିଛନ୍ତି ଯେ ସେ ବର୍ତ୍ତମାନ ଅପେକ୍ଷା ଅଧିକ ଫିଟ ଅଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୫ ଟି ଟେଷ୍ଟ, ୭୮ଟି ଏକଦିବସୀୟ ଏବଂ ୪୦ ଟି -୨୦ ଖେଳି ବୋଥା ଜଣେ ଶକ୍ତିଶାଳୀ ଅଫ ସ୍ପିନର ତଥା ଲୋୟର ଅର୍ଡରର ଭଲ ବ୍ୟାଟ୍ସମ୍ୟାନ। ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ସେ ୪.୫୭ ହାରରେ ୬୬ଟି ଏକଦିବସୀୟରେ ୬୪ ୱିକେଟ ନେଇଥିଲେ। ତାଙ୍କ କ୍ୟାରିଅରରେ ବୋଥାଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ ଉଠିଥିଲା। ୨୦୦୯ରେ ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri