ଭଙ୍ଗାହେଲା ମଟନ ହୋଟେଲ

ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍‌ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ହୋଟେଲକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ବୁଲ୍‌ଡୋର ଚଲାଇ ଭାଙ୍ଗି ଦିଆଯାଇଛି।
ବିଏମ୍‌ସି ପକ୍ଷରୁ ଛୋଟ ବଡ଼ ହୋଟେଲ ଓ ଦୋକାନ ଉପରେ ଚଢାଉ କରି ସ୍ବଚ୍ଛତା ସହ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ବୁଧବାର ବିଏମ୍‌ସିର ଖାଦ୍ୟ ନିରାପତ୍ତା ଟିମ୍‌ କିଶୋର ଭାଇନା ହୋଟେଲରେ ଯାଞ୍ଚ ସମୟରେ ସେଠାରୁ ବାସି କଙ୍କଡ଼ା, ଏକ୍ସପାରୀ ସସ୍‌, ଫୁଡ୍‌ କଲର ଜବତ କରିଥିଲ। ସେହିପରି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖି ରେଜିଷ୍ଟ୍ରେଶନ୍‌ ରଦ୍ଦ ସହ ସିଲ୍‌ କରାଯାଇ ଥିଲା। ମାତ୍ର ବିଏମ୍‌ସିର ନାଲି ଆଖିକୁ ଖାତିର୍‌ ନ କରି ଗୁରୁବାର ସ୍ବାଭାବିକ ଭାବେ ହୋଟେଲ ଖୋଲାଯାଇଥିଲା। ହୋଟେଲ୍‌ ସିଲ୍‌ ପରେ ବିନା ଅନୁମତିରେ କିପରି ବ୍ୟବସାୟ ଚାଲିଲା, ଏନେଇ ବିଏମ୍‌ସିର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠିଥିଲା। ଶୁକ୍ରବାର ଏହାର ଜବାବ ଦେଇଥିଲା ବିଏମ୍‌ସି। ସରକାରୀ ଜମି ଉପରେ ସମ୍ପୃକ୍ତ ହୋଟେଲ ରହିଥିବା ଜାଣିବା ପରେ ବିଏମ୍‌ସି ଓ ବିଡିଏର ମିଳିତ ଟିମ୍‌ ସଙ୍ଗେ ସଙ୍ଗେ ବୁଲ୍‌ଡୋଜର ବୁଲାଇ ହୋଟେଲ୍‌କୁ ଭଙ୍ଗା ଯାଇଥିଲା। ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କାହାକୁ ଟାର୍ଗେଟ କରାଯାଉନାହଁି। ସ୍ବଚ୍ଛତା, ପରିମଳ, ଟ୍ରାଫିକ୍‌ ସମସ୍ୟା, ଜବରଦଖଲ, ଫୁଡ୍‌ ଲାଇସେନ୍ସ କିମ୍ବା ଟ୍ରେଡ୍‌ ଲାଇସେନ୍ସ ନ ଥିବା ସଂସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଦୂରଦର୍ଶନ ଅଫିସ୍‌ ନିକଟ ରାସ୍ତା କଡ଼ରେ ଥିବା ଏହି ହୋଟେଲ ଜବରଦଖଲ ସହିତ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କଠାରୁ ବହୁ ପୂର୍ବରୁ ଅଭିଯୋଗ ଆସୁଥିଲା। ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ନୋଟିସ୍‌ ଦିଆଯାଇଥିଲେ ବି ସେ ଏହାର ଖିଲାପ କରିଥିଲେ। ଯେ କେହି ନିୟମ ଖିଲାପ କରିବେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଏହି ସବୁ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ଜାଣନ୍ତୁ କାହାକୁ କେତେ

ଭୁବନେଶ୍ୱର,୨୦।୭(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରେଡିଓଗ୍ରାଫର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି। ଏନେଇ ସୋମବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ...

ରାଜ୍ୟର ଏସବୁ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ସମେତ ରାଜ୍ୟର ୧୩ଟି ଜିଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା...

ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା...

୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି।...

କରୋନା ପାଇଁ ବନ୍ଦ ହେଲା ‘ରାଜଧାନୀ ପ୍ରତିଷ୍ଠା ଦିବସ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର ରାଜଧାନୀ ପ୍ରତିଷ୍ଠା ଦିବସ। ହେଲେ କରୋନା ଯୋଗୁ ରାଜ୍ୟବାପୀ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏହି ଦିବସକୁ ପାଳନ ନ କରିବାକୁ ରାଜଧାନୀ...

CORONAVIRUS UPDATE: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍‌: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତି ବାଲେଶ୍ୱରର ବୋଲି ରାଜ୍ୟ ସୂଚନା ଓ ଲୋକ...

ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା

ଅନୁଗୋଳ ଅଫିସ,୧।୪ ୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି...

ଗହଣା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଚୋରି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜଧାନୀରେ ରାତି ଅସୁରକ୍ଷିତ ହୋଇପଡ଼ିଲାଣି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ରାତିରେ ଯାଉଥିବା ଲୋକଙ୍କୁ ଲୁଟିବା ସହ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି। ଏହି...

Advertisement
Archives

Model This Week