ଆକର୍ଷଣ ସାଜିବ ରୁଷିଆର ଷ୍ଟେଟ୍‌ ହର୍‌ମିଟେଜ୍‌ ସଂଗ୍ରହାଳୟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ହାତରେ ଆଉ ମାତ୍ର କେଇଟା ଦିନ। ମା’ଙ୍କୁ ସାଦରରେ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅନ୍ୟମାନଙ୍କଠାରୁ କିଛି ନିଆରା କରି ଦେଖାଇବା ପାଇଁ ସମସ୍ତ ପୂଜା କମିଟି ସଦସ୍ୟ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଝାରପଡ଼ା ଦୁର୍ଗାପୂଜା ସମିତି ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଆକୃତିର ତୋରଣ ନିର୍ମାଣରେ ଲାଗିଛନ୍ତି। ପ୍ରତିବର୍ଷ ଏହି ପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ବେଶ୍‌ ଆକର୍ଷିତ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କ ନିକଟରେ ଆଦୃତ ହୋଇଆସୁଛି। ତେବେ ଚଳିତବର୍ଷ ସମିତି ପକ୍ଷରୁ ଦୁର୍ଗାପୂଜା ଦ୍ୱାଦଶ ବର୍ଷରେ ପଦାର୍ପଣ କରିଛି। ପୂଜା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ବଜେଟ ରହିଛି। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭିନ୍ନ ଧରଣର ତୋରଣ ପ୍ରସ୍ତୁତ କରୁଛି ସମିତି। ରୁଷିଆର ସେଣ୍ଟ୍‌ ପିଟର୍ସବଗ୍‌ ସହରର ଷ୍ଟେଟ୍‌ ହର୍‌ମିଟେଜ୍‌ ସଂଗ୍ରହାଳୟରେ ଆବିର୍ଭୂତା ହେବେ ମା’ ଦଶଭୁଜା। ବାଉଁଶ, କାଠବିଟ୍‌, ପ୍ଲାଏ, ଫାଇବର, ସନପ୍ୟାକ୍‌, ୟୁନିଫୋମ୍‌, ରଙ୍ଗିନ କାଚ ଆଦିର ବ୍ୟବହାର କରି ତୋରଣ ନିର୍ମାଣ କରାଯିବ। ଏହାର ଉଚ୍ଚତା ପ୍ରାୟ ୮୫ ଫୁଟ୍‌ ଓ ଚଉଡା ୧୫୦ ଫୁଟ ରହିବ। ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରିଙ୍କ ସହ ୫୦ଜଣ ସହଯୋଗୀ କାରିଗର ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ଥିବାବେଳେ ଭିତର ପଟେ ୪ଟି ପ୍ରସ୍ଥାନ ପଥ ରହିବ। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ସମିତି ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୨ଫୁଟ ରହିବ। କଟକ ଗୋଡ଼ିସାହିର କାରିଗର ମାନସ ରଞ୍ଜନ ବେହେରା ମୂର୍ତ୍ତି ନିର୍ମାଣ କରିବାକୁ ଥିବାବେଳେ କଟକ କାରିଗର ବିଶ୍ୱଜିତ୍‌ ଦାସଙ୍କ ଦ୍ୱାରା ୨୦ଫୁଟ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ ତିଆରି କରାଯିବ। ମା’ ଦୁର୍ଗାଙ୍କୁ ରୁପା ମୁକୁଟ ସହ ପାର୍ଶ୍ୱ ଦେବଦେବୀମାନଙ୍କୁ ମଧ୍ୟ ରୁପା ଅଳଙ୍କାରରେ ସଜାଯିବ। ସେହିପରି ଦଶମୀ ସନ୍ଧ୍ୟାରେ ୪୦ ଫୁଟ ଉଚ୍ଚତାର ରାବଣ ପୋଡି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହେବ। ଷଷ୍ଠୀରେ ଭଜନ ସନ୍ଧ୍ୟା, ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀ ୪ଦିନ ଧରି ସନ୍ଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ କରାଯିବ। ଏଥିସହ ମୀନା ବଜାର ଏବଂ ବିଭିନ୍ନ ଦୋଳିର ବ୍ୟବସ୍ଥା କରାଯିବ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ସହାୟତାରେ ପୂଜା କମିଟିର ୩ଶହ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ୨୦ଟି ସିସିଟିଭି କ୍ୟାମେରା ଲାଗିବା ସହ ମଣ୍ଡପର ସମସ୍ତ ଦୃଶ୍ୟକୁ ୩ଟି ଭିଡିଓ କ୍ୟାମେରା ଓ ଜିମି କ୍ୟାମେରା ମାଧ୍ୟମରେ ପ୍ଲାଜ୍‌ମା ଓ ୨ଟି ଏଲ୍‌ଇଡି ପ୍ୟାନେଲ୍‌ ଦ୍ୱାରା ପ୍ରସାରିତ କରାଯିବ। ଅନୂ୍ୟନ ୨୦ଟି ଓ୍ବାକିଟକି ମାଧ୍ୟମରେ ଯୋଗାଯୋଗ ରକ୍ଷା ସହ ଟ୍ରାଫିକ୍‌ ବ୍ୟବସ୍ଥାରେ ସ୍ବେଚ୍ଛାସେବୀ ସହାୟତା କରିବେ। ସେହିଭଳି ବିଭିନ୍ନ ସ୍ଥାନରେ ୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ମଣ୍ଡପ ପୂର୍ବରୁ ୪ ଚକିଆ ଓ ୨ଚକିଆ ଯାନଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri