ଆକର୍ଷଣ ସାଜିବ ରୁଷିଆର ଷ୍ଟେଟ୍‌ ହର୍‌ମିଟେଜ୍‌ ସଂଗ୍ରହାଳୟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ହାତରେ ଆଉ ମାତ୍ର କେଇଟା ଦିନ। ମା’ଙ୍କୁ ସାଦରରେ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅନ୍ୟମାନଙ୍କଠାରୁ କିଛି ନିଆରା କରି ଦେଖାଇବା ପାଇଁ ସମସ୍ତ ପୂଜା କମିଟି ସଦସ୍ୟ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଝାରପଡ଼ା ଦୁର୍ଗାପୂଜା ସମିତି ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଆକୃତିର ତୋରଣ ନିର୍ମାଣରେ ଲାଗିଛନ୍ତି। ପ୍ରତିବର୍ଷ ଏହି ପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ବେଶ୍‌ ଆକର୍ଷିତ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କ ନିକଟରେ ଆଦୃତ ହୋଇଆସୁଛି। ତେବେ ଚଳିତବର୍ଷ ସମିତି ପକ୍ଷରୁ ଦୁର୍ଗାପୂଜା ଦ୍ୱାଦଶ ବର୍ଷରେ ପଦାର୍ପଣ କରିଛି। ପୂଜା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ବଜେଟ ରହିଛି। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭିନ୍ନ ଧରଣର ତୋରଣ ପ୍ରସ୍ତୁତ କରୁଛି ସମିତି। ରୁଷିଆର ସେଣ୍ଟ୍‌ ପିଟର୍ସବଗ୍‌ ସହରର ଷ୍ଟେଟ୍‌ ହର୍‌ମିଟେଜ୍‌ ସଂଗ୍ରହାଳୟରେ ଆବିର୍ଭୂତା ହେବେ ମା’ ଦଶଭୁଜା। ବାଉଁଶ, କାଠବିଟ୍‌, ପ୍ଲାଏ, ଫାଇବର, ସନପ୍ୟାକ୍‌, ୟୁନିଫୋମ୍‌, ରଙ୍ଗିନ କାଚ ଆଦିର ବ୍ୟବହାର କରି ତୋରଣ ନିର୍ମାଣ କରାଯିବ। ଏହାର ଉଚ୍ଚତା ପ୍ରାୟ ୮୫ ଫୁଟ୍‌ ଓ ଚଉଡା ୧୫୦ ଫୁଟ ରହିବ। ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରିଙ୍କ ସହ ୫୦ଜଣ ସହଯୋଗୀ କାରିଗର ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ଥିବାବେଳେ ଭିତର ପଟେ ୪ଟି ପ୍ରସ୍ଥାନ ପଥ ରହିବ। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ସମିତି ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୨ଫୁଟ ରହିବ। କଟକ ଗୋଡ଼ିସାହିର କାରିଗର ମାନସ ରଞ୍ଜନ ବେହେରା ମୂର୍ତ୍ତି ନିର୍ମାଣ କରିବାକୁ ଥିବାବେଳେ କଟକ କାରିଗର ବିଶ୍ୱଜିତ୍‌ ଦାସଙ୍କ ଦ୍ୱାରା ୨୦ଫୁଟ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ ତିଆରି କରାଯିବ। ମା’ ଦୁର୍ଗାଙ୍କୁ ରୁପା ମୁକୁଟ ସହ ପାର୍ଶ୍ୱ ଦେବଦେବୀମାନଙ୍କୁ ମଧ୍ୟ ରୁପା ଅଳଙ୍କାରରେ ସଜାଯିବ। ସେହିପରି ଦଶମୀ ସନ୍ଧ୍ୟାରେ ୪୦ ଫୁଟ ଉଚ୍ଚତାର ରାବଣ ପୋଡି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହେବ। ଷଷ୍ଠୀରେ ଭଜନ ସନ୍ଧ୍ୟା, ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀ ୪ଦିନ ଧରି ସନ୍ଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ କରାଯିବ। ଏଥିସହ ମୀନା ବଜାର ଏବଂ ବିଭିନ୍ନ ଦୋଳିର ବ୍ୟବସ୍ଥା କରାଯିବ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ସହାୟତାରେ ପୂଜା କମିଟିର ୩ଶହ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ୨୦ଟି ସିସିଟିଭି କ୍ୟାମେରା ଲାଗିବା ସହ ମଣ୍ଡପର ସମସ୍ତ ଦୃଶ୍ୟକୁ ୩ଟି ଭିଡିଓ କ୍ୟାମେରା ଓ ଜିମି କ୍ୟାମେରା ମାଧ୍ୟମରେ ପ୍ଲାଜ୍‌ମା ଓ ୨ଟି ଏଲ୍‌ଇଡି ପ୍ୟାନେଲ୍‌ ଦ୍ୱାରା ପ୍ରସାରିତ କରାଯିବ। ଅନୂ୍ୟନ ୨୦ଟି ଓ୍ବାକିଟକି ମାଧ୍ୟମରେ ଯୋଗାଯୋଗ ରକ୍ଷା ସହ ଟ୍ରାଫିକ୍‌ ବ୍ୟବସ୍ଥାରେ ସ୍ବେଚ୍ଛାସେବୀ ସହାୟତା କରିବେ। ସେହିଭଳି ବିଭିନ୍ନ ସ୍ଥାନରେ ୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ମଣ୍ଡପ ପୂର୍ବରୁ ୪ ଚକିଆ ଓ ୨ଚକିଆ ଯାନଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?