Posted inଫୁରସତ

ଡାକ୍ତର ପରିବାର, ଏବେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ…

୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରଓ୍ବାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି। ଫଳରେ ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି। ୧୯୧୯ରେ ଲାଲା ଜୀବନମାଲ ସଭରଓ୍ବାଲ ଯେକି ଲାହୋରରେ ଷ୍ଟେସନ ମାଷ୍ଟର ଥିଲେ ସେ ଗାନ୍ଧିଜୀଙ୍କ ବାଣୀରେ ବେଶ୍‌ ପ୍ରଭାବିତ ହୋଇଥିଲେ। ଗାନ୍ଧିଜୀ କହିଥିଲେ ଦେଶର ଉନ୍ନତି ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ନିହାତି ଜରୁରୀ। ସେଥିପାଇଁ ସେ ଏକ ଡାକ୍ତରଖାନା ଖୋଲିବାକୁ ଚିନ୍ତା କଲେ। ଆଉ ସେ ପାକିସ୍ତାନର ଜଲାଲପୁରରେ ଏକ ହସ୍ପଟାଲ କଲେ ମଧ୍ୟ। ତା’ସହ ନିଜର ଚାରି ପୁଅକୁ ଡାକ୍ତର କରିବାକୁ ନିଷ୍ପତି ନେଲେ। ସ୍ବାଧୀନତା ପରେ ସେ ଦିଲ୍ଲୀ ଚାଲି ଆସିଲେ। ଦିଲ୍ଲୀରେ ବି ଏକ ଡାକ୍ତରଖାନା କଲେ, ଯାହାର ନାମ ଦେଲେ ‘ଜିଓ୍ବନମଲ ହସ୍ପିଟାଲ’। ଏହାପରେ ପରିବାରର ପ୍ରଥମ ଡାକ୍ତର ତାଙ୍କ ବଡ଼ ପୁଅ ବୋଧରାଜ ହେଲେ। ଆଉ ପରପିଢିର ସମସ୍ତେ ସମସ୍ତେ ଡାକ୍ତରୀ ପାଠ ପଢିବେ ତା’ର ଦାୟିତ୍ୱ ବୋଧରାଜ ନେଲେ। ଘରର ପୁଅଙ୍କ ପାଇଁ ଡାକ୍ତରୀ କନିଆ ବି ଖୋଜା ଗଲା। ଏମିତିରେ ପରିବାରର ସମସ୍ତେ ହେଲେ ଡାକ୍ତର। ଏବେ ବି ଏହି ଧାରା ବଳବତ୍ତର ଅଛି। ତେବେ ଏହି ଧାରାକୁ ଜାରି ରଖିବା ଏତେ ସହଜ ନ ଥିଲା। କାରଣ ଘରର ଜଣେ ପୁଅ ତ ମାନେଜମେଣ୍ଟ ଡିଗ୍ରି କରିବା ଆରମ୍ଭ କରିଥିଲେ। ହେଲେ ଜେଜେମା’ଙ୍କ ଚାପ ଓ ପରିବାରର ସମସ୍ତଙ୍କ ଭାବାତ୍ମକ ନିବେଦନ ତାଙ୍କୁ ମାନେଜମେଣ୍ଟ ପଢା ଛାଡି ଡାକ୍ତରୀ ପଢିବାକୁ ବାଧ୍ୟ କଲା। ଯେକି ଏବେ ଜଣେ ବଡ଼ ସର୍ଜନ ଅଛନ୍ତି। ଏହି ପରିବାର ଦ୍ୱାରା ପରିଚାଳିତ ହସ୍ପିଟାଲରେ ଟଙ୍କା ଅଭାବରୁ କାହାରି ଚିକିତ୍ସା ବନ୍ଦ କରାଯାଏ ନାହିଁ। ଉକ୍ତ ଡାକ୍ତର ପରିବାରେ ଶାଶୁ ବୋହୁର କଳହ ଦେଖିବାକୁ ମିଳେନା। ବରଂ ଶାଶୁ ବୋହୂ ନିଜ ନିଜ ରୋଗୀ ସମ୍ପର୍କରେ କଥା ହୁଅନ୍ତି। ଡାଇନିଂ ଟେବୁଲରେ ବି ପଡ଼େ ହସ୍ପିଟାଲ କଥା। ପରିବାରର ସମସ୍ତେ ରୋଗୀ ସେବା ଏତେ ନିଷ୍ଠାର ସହ କରନ୍ତି ଯେ, କରୋନାରେ ଦୁଇଜଣଙ୍କର ମୃତ୍ୟୁ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri