Posted inଫୁରସତ

ଡାକ୍ତର ପରିବାର, ଏବେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ…

୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରଓ୍ବାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି। ଫଳରେ ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି। ୧୯୧୯ରେ ଲାଲା ଜୀବନମାଲ ସଭରଓ୍ବାଲ ଯେକି ଲାହୋରରେ ଷ୍ଟେସନ ମାଷ୍ଟର ଥିଲେ ସେ ଗାନ୍ଧିଜୀଙ୍କ ବାଣୀରେ ବେଶ୍‌ ପ୍ରଭାବିତ ହୋଇଥିଲେ। ଗାନ୍ଧିଜୀ କହିଥିଲେ ଦେଶର ଉନ୍ନତି ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ନିହାତି ଜରୁରୀ। ସେଥିପାଇଁ ସେ ଏକ ଡାକ୍ତରଖାନା ଖୋଲିବାକୁ ଚିନ୍ତା କଲେ। ଆଉ ସେ ପାକିସ୍ତାନର ଜଲାଲପୁରରେ ଏକ ହସ୍ପଟାଲ କଲେ ମଧ୍ୟ। ତା’ସହ ନିଜର ଚାରି ପୁଅକୁ ଡାକ୍ତର କରିବାକୁ ନିଷ୍ପତି ନେଲେ। ସ୍ବାଧୀନତା ପରେ ସେ ଦିଲ୍ଲୀ ଚାଲି ଆସିଲେ। ଦିଲ୍ଲୀରେ ବି ଏକ ଡାକ୍ତରଖାନା କଲେ, ଯାହାର ନାମ ଦେଲେ ‘ଜିଓ୍ବନମଲ ହସ୍ପିଟାଲ’। ଏହାପରେ ପରିବାରର ପ୍ରଥମ ଡାକ୍ତର ତାଙ୍କ ବଡ଼ ପୁଅ ବୋଧରାଜ ହେଲେ। ଆଉ ପରପିଢିର ସମସ୍ତେ ସମସ୍ତେ ଡାକ୍ତରୀ ପାଠ ପଢିବେ ତା’ର ଦାୟିତ୍ୱ ବୋଧରାଜ ନେଲେ। ଘରର ପୁଅଙ୍କ ପାଇଁ ଡାକ୍ତରୀ କନିଆ ବି ଖୋଜା ଗଲା। ଏମିତିରେ ପରିବାରର ସମସ୍ତେ ହେଲେ ଡାକ୍ତର। ଏବେ ବି ଏହି ଧାରା ବଳବତ୍ତର ଅଛି। ତେବେ ଏହି ଧାରାକୁ ଜାରି ରଖିବା ଏତେ ସହଜ ନ ଥିଲା। କାରଣ ଘରର ଜଣେ ପୁଅ ତ ମାନେଜମେଣ୍ଟ ଡିଗ୍ରି କରିବା ଆରମ୍ଭ କରିଥିଲେ। ହେଲେ ଜେଜେମା’ଙ୍କ ଚାପ ଓ ପରିବାରର ସମସ୍ତଙ୍କ ଭାବାତ୍ମକ ନିବେଦନ ତାଙ୍କୁ ମାନେଜମେଣ୍ଟ ପଢା ଛାଡି ଡାକ୍ତରୀ ପଢିବାକୁ ବାଧ୍ୟ କଲା। ଯେକି ଏବେ ଜଣେ ବଡ଼ ସର୍ଜନ ଅଛନ୍ତି। ଏହି ପରିବାର ଦ୍ୱାରା ପରିଚାଳିତ ହସ୍ପିଟାଲରେ ଟଙ୍କା ଅଭାବରୁ କାହାରି ଚିକିତ୍ସା ବନ୍ଦ କରାଯାଏ ନାହିଁ। ଉକ୍ତ ଡାକ୍ତର ପରିବାରେ ଶାଶୁ ବୋହୁର କଳହ ଦେଖିବାକୁ ମିଳେନା। ବରଂ ଶାଶୁ ବୋହୂ ନିଜ ନିଜ ରୋଗୀ ସମ୍ପର୍କରେ କଥା ହୁଅନ୍ତି। ଡାଇନିଂ ଟେବୁଲରେ ବି ପଡ଼େ ହସ୍ପିଟାଲ କଥା। ପରିବାରର ସମସ୍ତେ ରୋଗୀ ସେବା ଏତେ ନିଷ୍ଠାର ସହ କରନ୍ତି ଯେ, କରୋନାରେ ଦୁଇଜଣଙ୍କର ମୃତ୍ୟୁ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri