ଏକଚ୍ଛତ୍ରବାଦର ପତନ

ଜାସେକ୍‌ ରୋଷ୍ଟୋସ୍କି

 

ଅକ୍ଟୋବର ୧୫ (ରବିବାର)ରେ ଶେଷ ହୋଇଥିବା ପୋଲାଣ୍ଡ ସଂସଦୀୟ ନିର୍ବାଚନରେ ଏକଚ୍ଛତ୍ରବାଦୀ ଶାସକ ଦଳ ଲ ଆଣ୍ଡ୍‌ ଜଷ୍ଟିସ(ପିଆଇଏସ୍‌)ର ଶୋଚନୀୟ ପରାଜୟ ଘଟିଛି। ଗଣତନ୍ତ୍ର ସପକ୍ଷବାଦୀ ବିରୋଧୀଦଳଗୁଡ଼ିକ ୫୩.୫% ଭୋଟ ପାଇଥିବାବେଳେ ପିଆଇଏସ୍‌ ପାଇଛି ମାତ୍ର ୩୫.୪%। ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜୋ ବାଇଡେନ୍‌ ଜିତିବା ପରଠାରୁ ପାଶ୍ଚାତ୍ୟରେ ଏକଚ୍ଛତ୍ରବାଦୀ ନେତାଙ୍କର ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପରାଜୟ। ପ୍ରଶ୍ନ ହେଉଛି, ଏହି ପ୍ରକାର ପରାଜୟ ପୋଲାଣ୍ଡ, ୟୁରୋପ ଏବଂ ଅନ୍ୟ ଗଣତନ୍ତ୍ରଗୁଡ଼ିକୁ କି ଶିକ୍ଷା ଦେଇପାରେ। ୨୦୨୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଭଳି ପୋଲାଣ୍ଡ ନିର୍ବାଚନରେ ଭୋଟ ହାର ଥିଲା ୭୪%, ଯାହା ୧୯୮୯ରେ ବାମବାଦର ପତନ ପରେ ସବୁଠୁ ଅଧିକ। ୨୦୧୯ରେ ଏହା ଥିଲା ୬୨%। ପୂର୍ବ ନିର୍ବାଚନ ତୁଳନାରେ ପିଆଇଏସ୍‌ ତାହାର ମୋଟ ଭୋଟର ସଂଖ୍ୟା ବଢ଼ାଇବାରେ ବିଫଳ ହୋଇଥିବାବେଳେ ୩ଟି ଗଣତାନ୍ତ୍ରିକ ବିରୋଧୀ ଦଳ ମେଣ୍ଟ ସେମାନଙ୍କ ଭୋଟର ସଂଖ୍ୟା ୩୦ ଲକ୍ଷକୁ ବୃଦ୍ଧି କରିପାରିଛନ୍ତି। ବ୍ୟବସ୍ଥା ଦୃଷ୍ଟିରୁ ନିର୍ବାଚନ ଯଦିଓ ମୁକ୍ତ ଥିଲା ତଥାପି ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ ନ ଥିଲା। ପିଆଇଏସ୍‌ ସପକ୍ଷରେ ଅବୈଧ ଭାବେ ଅତ୍ୟଧିକ କାର୍ଯ୍ୟ କରାଯାଇଥିଲା ଯାହା ହଙ୍ଗେରୀର ଏକଚ୍ଛତ୍ରବାଦୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କୁ ଗର୍ବିତ କରିଥାଇପାରେ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ଅଭିଯାନରେ ସରକାର ନିୟନ୍ତ୍ରଣାଧୀନ ଟିଭି ଚ୍ୟାନେଲ ପିଆଇଏସ୍‌ର କାର୍ଯ୍ୟକ୍ରମଗୁଡ଼ିକୁ ଦିନରାତି ଲଗାତର ପ୍ରସାରଣ କରିଥିଲା। ଏହି ସମୟରେ ପିଆଇଏସ୍‌ ପ୍ରଚାର ଅଭିଯାନ ବିଜ୍ଞାପନ ବାବଦରେ ଯାହା ଖର୍ଚ୍ଚ କରିଥିଲା ପ୍ରମୁଖ ସରକାରୀ ସଂସ୍ଥା ସହ ରାଷ୍ଟ୍ରାୟତ୍ତ କମ୍ପାନୀ ସବୁ ତାହାଠାରୁ ଯଥେଷ୍ଟ ବେଶି ବ୍ୟୟ କରିଥିଲେ।
କିନ୍ତୁ ହଙ୍ଗେରୀ ପରି ପୋଲାଣ୍ଡର ବୃହତ୍‌ କେବୁଲ-ନ୍ୟୁଜ୍‌ ଚ୍ୟାନେଲ,ଟିଭିଏନ୍‌୨୪ (ଯାହାର ମାଲିକ ଆମେରିକାର ଡିସ୍‌କଭରି କମ୍ପାନୀ) ସ୍ବାଧୀନ ରହିଲା ଏବଂ ପୋଲାଣ୍ଡର ବିଲିୟନେୟାରଙ୍କ ମାଲିକାନାରେ ଥିବା ଅନ୍ୟ ଏକ ମଧ୍ୟମ ଆକାରର ଚ୍ୟାନେଲ ସରକାର ପକ୍ଷରେ ଥାଇ ବି ବିବିଧ ଖବର ପ୍ରସାରଣ କଲା। ଏହି ସମୟରେ ଅଧିକାଂଶ ଇଣ୍ଟରନେଟ୍‌ ଏବଂ ପ୍ରିଣ୍ଟ ମିଡିଆ ସ୍ବାଧୀନ ରହିଲେ। ପିଆଇଏସ୍‌ ସପକ୍ଷରେ ପ୍ରଚାର କରିବା ଲାଗି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରୁ ଅଧିକାଂଶକୁ କିଣିନିଆଗଲା। ଏଣୁ ଏହିସବୁ ଘଟଣାରୁ କି ଶିକ୍ଷା ମିଳେ। ପ୍ରଥମରେ ଯେତେ ଅଧିକ ସମୟ ଏକଚ୍ଛତ୍ରବାଦୀ ଶାସନ ରହିବ ତାହାକୁ ହଟାଇବା ସେତିକି କଷ୍ଟକର। କାରଣ ଯେଉଁମାନେ କ୍ଷମତାରେ ରହନ୍ତି ସେମାନେ ସ୍ବାଧୀନ ଭାବେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକର କ୍ଷମତା ଏବଂ ସ୍ବାଧୀନ ଗଣମାଧ୍ୟମର ସ୍ବାଧୀନତାକୁ ଧୀରେ ଧୀରେ ଶେଷ କରିିଦିଅନ୍ତି। ହଙ୍ଗେରୀ ଓ ତୁର୍କୀରେ ସମାନ ପ୍ରକାର ବିପରୀତ ସ୍ଥିତି ଘଟିବାର ସୁଯୋଗ ରହିଛି, ଯେଉଁଠାରେ ଏକଚ୍ଛତ୍ରବାଦୀ ଶାସକମାନେ ଏକ ଦଶନ୍ଧିରୁ ଅଧିକ ହେଲା କ୍ଷମତାରେ ରହିଛନ୍ତି।
ଦ୍ୱିତୀୟତଃ, ସମାନୁପାତିକ ପ୍ରତିନିଧିତ୍ୱ ଆଧାରିତ ନିର୍ବାଚନ ପଦ୍ଧତି (ଯାହା ପୋଲାଣ୍ଡରେ ଅଛି)ରେ ଏକଚ୍ଛତ୍ରବାଦୀ ଦଳଗୁଡ଼ିକ ‘ଫାଷ୍ଟ ପାଷ୍ଟ ଦି ପୋଷ୍ଟ’ ବା ସାଧାରଣ ବହୁମତକୁ ନେଇ ନେତା କିମ୍ବା ଦଳର ଚୟନ ପ୍ରକ୍ରିୟା (ଯାହା ହଙ୍ଗେରୀ ଓ ତୁର୍କୀରେ ହୋଇଥାଏ) ତୁଳନାରେ ପ୍ରାଧାନ୍ୟ ବିସ୍ତାର କରିବା କଷ୍ଟକର। କିନ୍ତୁ ପୋଲାଣ୍ଡରେ ଅନିୟମିତତାର କିଛି ସୁଯୋଗ ଥିବାରୁ ପିଆଇଏସ୍‌ ମାତ୍ର ୩୫% ଭୋଟ ପାଇ ସେଜ୍‌ମ୍‌ ବା ନିମ୍ନ ସଦନର ୪୨% ସିଟ୍‌ ଜିତିଲା। ଏହା ନିଶ୍ଚିତ ବିଜୟ ପାଇ ଯଥେଷ୍ଟ ନ ଥିଲା। ଅପରପକ୍ଷରେ ହଙ୍ଗେରୀରେ, ଓର୍ବାନ ସବୁଠୁ ଅଧିକ ବହୁମତ ହାସଲ କରିଥିଲେ, ଯାହା ସମ୍ବିଧାନ ସଂଶୋଧନ କରିିବା ଲାଗି ଯଥେଷ୍ଟ। ସେ ମୋଟ ଭୋଟର ସଂଖ୍ୟାର ପାଖାପାଖି ଅଧା ପାଇଥିଲେ। ଅଧିକନ୍ତୁ, ଫାଷ୍ଟ ପାଷ୍ଟ ଦି ପୋଷ୍ଟ ନିର୍ବାଚନ ପଦ୍ଧତି ଭୋଟରଙ୍କୁ ଧ୍ରୁବୀକୃତ କରି ନିର୍ବାଚନ ଜିତିବାରେ ଗୋଟିଏ କିମ୍ବା ଉଭୟ ପକ୍ଷ ପାଇଁ ଅତ୍ୟାବଶ୍ୟକ ମନେହୁଏ। ଏହାର ଅର୍ଥ ହେଉଛି ଯଦି ଏଭଳି ବ୍ୟବସ୍ଥାରେ ଏକଚ୍ଛତ୍ରବାଦୀମାନେ ଏକ ପ୍ରମୁଖ ଦଳର ନିୟନ୍ତ୍ରଣ ହାସଲ କରନ୍ତି, ତେବେ ସେମାନେ ବହୁ ଦଶନ୍ଧି ଧରି ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରନ୍ତି, ଯାହା ଏବେ ଆମେରିକାରେ ଘଟିବାକୁ ଯାଉଥିବା ଜଣାପଡ଼ିଛି।
ପିଆଇଏସ୍‌ର ପରାଜୟ ପଛର ଏକ ମୁଖ୍ୟ କାରଣ ହେଲା ଥାର୍ଡ ଓ୍ବେ ପାର୍ଟି। ଏହା ଏକ ଦଳ ଯାହା ଗଣତାନ୍ତ୍ରିକ ଦୃଷ୍ଟିରୁ ଉଦାରବାଦୀ ରକ୍ଷଣଶୀଳ ଦଳଗୁଡ଼ିକର ନେତୃତ୍ୱ ନେଉଛି। ଏହା ସେଜ୍‌ମ୍‌ର ୬୫% ଆସନ ଜିତିଲା। ଚିନ୍ତା କରନ୍ତୁ, ଆମେରିକାରେ ଯଦି ଗୋଟିଏ ଦଳ ନେତୃତ୍ୱ ନେଇଥାଆନ୍ତା ତେବେ ସେଠାକାର ରାଜନୀତି ଭିନ୍ନ ହୋଇଥାଆନ୍ତା। ଉଦାହରଣ ସ୍ବରୂପ, ୱୟୋମିଙ୍ଗର ଦୃଢ ରକ୍ଷଣଶୀଳ ପୂର୍ବତନ କଂଗ୍ରେସର ମହିଳା ସଦସ୍ୟା ଲିଜ୍‌ ଚେନ୍ନୀ ଯିଏ ଟ୍ରମ୍ପଙ୍କୁ ବିରୋଧକରି ବହିଷ୍କୃତ ହୋଇଥିଲେ, ସେ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭରେ ୬୦ଟି ଆସନ ଅକ୍ତିଆର କରିଥିଲେ।
ଏକଚ୍ଛତ୍ରବାଦ ବିପର୍ଯ୍ୟୟରୁ ଯଦି ଆମେ ଗଣତନ୍ତ୍ରକୁ ରକ୍ଷା କରିବା ଲାଗି ଚାହୁଁ ତେବେ ଆମକୁ ନିର୍ବାଚନ ପଦ୍ଧତିକୁ ଯଥାସମ୍ଭବ ସମାନୁପାତିକ କରିବାକୁ ହେବ। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ତାହା କରିବାକୁ ପଡ଼ିବ। ୨୦୧୫ରେ କେବଳ ୩୮% ଭୋଟ ପାଇ ପିଆଇଏସ୍‌ ସଂଖ୍ୟାଧିକ ସଂସଦୀୟ ଆସନ ଜିତିଥିଲା। ଏହା ଘଟିିବାର କାରଣ ଥିଲା ସଂସଦର ଆବଶ୍ୟକ ପ୍ରବେଶ ସୀମ ଯାହା ଥିଲା ତାହା ସବୁ ଦଳକୁ ବଞ୍ଚିତ କରିଥିଲା ଯେଉଁମାନେ ମୋଟରେ ୧୬%ରୁ କମ୍‌ ଭୋଟ ପାଇଥିଲେ। ଜର୍ମାନୀରେ ସମାନୁପାତିକ ପ୍ରତିନିଧିତ୍ୱ ପଦ୍ଧତିରେ ନାଜିଙ୍କୁ ବହୁମତ ପାଇବାରେ ବାଧକ ହୋଇଥିଲା। କେବଳ ରିଚ୍‌ଷ୍ଟାଗ୍‌ ଅଗ୍ନିକାଣ୍ଡ ପରେ ଅବୈଧ ଭାବେ ସେମାନେ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିଥିଲେ। ଆଗକୁ ଗଣତନ୍ତ୍ର ସପକ୍ଷବାଦୀ ଶକ୍ତିଗୁଡ଼ିକ ଆମେରିକାରେ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ପାଇଁ ସ୍ବର ଉତ୍ତୋଳନ କରିବା ଉଚିତ। ସେହିଭଳି ପୋଲାଣ୍ଡରେ ସଂସଦରେ ପ୍ରବେଶ ସୀମାକୁ ମୂଳ ରୂପରୁ କମ୍‌ କରି ୧% କରିବା ଉଚିତ।
ତୃତୀୟ ଶିକ୍ଷା ହେଉଛି ଗଣତନ୍ତ୍ର ସମର୍ଥକ ଶକ୍ତି କେବଳ ଭୋଟରଙ୍କୁ ବିବିଧତା ପ୍ରଦାନକରି ମତଦାନ ବୃଦ୍ଧି କରିବା ଆବଶ୍ୟକ। ସେଥିପାଇଁ ପୋଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଡୋନାଲ୍ଡ ଟସ୍କ ଚଳିତ ବର୍ଷ ନିରନ୍ତର ୮ ମାସ ଧରି ପ୍ରଚାର କରିଥିଲେ । ପିଆଇଏସ୍‌ର ଗଡ଼ ଭାବେ ଜଣାଶୁଣା ଗ୍ରାମୀଣ ଅଞ୍ଚଳରେ ପ୍ରତି ସପ୍ତାହରେ ୩-୪ଟି ସାଧାରଣ ସଭା ଆୟୋଜନ କରିଥିଲେ। ଅପରପକ୍ଷେ ଥାର୍ଡ ୱେ ଅସନ୍ତୁଷ୍ଟମାନଙ୍କ ପ୍ରତି କିଛି ମାତ୍ରାରେ କୋହଳ ଭାବ ପ୍ରଦର୍ଶନ କରିଥିବାବେଳେ ଟସ୍କ ଗଣତନ୍ତ୍ର ସମର୍ଥକଙ୍କୁ ଭାବଗତ ପ୍ରତିକ୍ରିୟା ପାଇଁ ଆହ୍ବାନ ଦେଇଥିଲେ।
ଶେଷରେ ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଗଣତନ୍ତ୍ରକୁ ଆଧାରକରି ଗଢ଼ି ଉଠୁଥିବା ଏକଚ୍ଛତ୍ରବାଦ ବିପଦର ଛାୟା ପାଶ୍ଚାତ୍ୟକୁ ଢାଙ୍କି ରହିଛି। ସେଠାରେ ଗଣତାନ୍ତ୍ରିକ ପ୍ରତିକ୍ରିୟା ମଧ୍ୟ ସମାନ ଭାବରେ ବ୍ୟାପକ ହେବା ଆବଶ୍ୟକ। ୟୁରୋପରେ, ପୋଲାଣ୍ଡର ନୂତନ ସରକାର ହଙ୍ଗେରୀରେ ନିୟମ ଉଲ୍ଲଂଘନ ବିରୋଧରେ ୟୁରୋପୀୟ ସଂଘ (ଇୟୁ) ପ୍ରମୁଖ କାର୍ଯ୍ୟାନୁଷ୍ଠାନକୁ ଅସ୍ବୀକାର କରି ଓର୍ବାନଙ୍କୁ ପିଆଇଏସ୍‌ ଦେଇଥିବା ସୁରକ୍ଷା ଢାଲକୁ ଦୂର କରିବା ଆବଶ୍ୟକ। ୟୁରୋପୀୟ ସଂଘ ଚୁକ୍ତିନାମାର ଧାରା ୭ ଅନୁଯାୟୀ ଓର୍ବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ ନ କରି ପୁନର୍ଜୀବିତ କରାଯିବା ଉଚିତ ଏବଂ ଯେପର୍ଯ୍ୟନ୍ତ ହଙ୍ଗେରୀ ଠିକ୍‌ ଭାବରେ କାର୍ଯ୍ୟ କରୁଥିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପୁନଃ ସ୍ଥାପିତ ନ କରିଛି ସେ ଯାଏ ତାକୁ ଇୟୁ ମତଦାନ ଅଧିକାରରୁ ବାଦ୍‌ ଦେବା ଉଚିତ। ଏପରିକି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହାର ପରିଣାମ ଦେଖାଯିବା ଦରକାର।
ପୋଲାଣ୍ଡର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ
ଓ ଅର୍ଥ ମନ୍ତ୍ରୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର...

ପ୍ରେରଣା ଓ ପ୍ରତାରଣା

ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ...

ପର ପାଇଁ ଜିଇବାର ସୁଖ

ଆମେ ସଭିଏଁ ନିଜ ପାଇଁ ଜିଇବାରେ ଏତେ ବ୍ୟସ୍ତ ଓ ଅଭ୍ୟସ୍ତ ଯେ ଆମ ଜୀବନ ପରିସର ବାହାରେ ଅନ୍ୟ କାହା ଜୀବନର ଦୁଃଖଯନ୍ତ୍ରଣା ବୁଝିବାକୁ...

ନାମ ନୁହେଁ ମାନ

ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍‌ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍‌ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ...

ଏଇ ଭାରତରେ

କାର୍‌ କିମ୍ବା ବସ୍‌ ଭିତରେ ଏସି ଲାଗିବା ସାଧାରଣ କଥା। କିନ୍ତୁ ଟ୍ରାକ୍ଟରରେ ଏସି, ଶୁଣି ତାଜୁବ ଲାଗିବା ସ୍ବାଭାବିକ। ଏହା କରିଦେଖାଇଛନ୍ତି ଯୁବ ଚାଷୀ...

ଫିକା ପଡ଼ିଯାଉଛି ପର୍ବପର୍ବାଣି

ଡ. ଅନ୍ତର୍ଜିତା ନାୟକ ବହୁ ଧର୍ମ ଏବଂ ବିବିଧ ସଂସ୍କୃତିର ଦେଶ ଭାରତରେ ବର୍ଷସାରା ଅଗଣିତ ପର୍ବ ପାଳନ କରାଯାଏ। ଫସଲ ଅମଳ ହେଉ, ବସନ୍ତର...

ଆଗାମୀ ଓଡ଼ିଶା ବଜେଟର ଆର୍ଥିକ ଦିଗ

ନଟବର ଖୁଣ୍ଟିଆ ବିଜୁ ଜନତା ଦଳ (ବିଜେଡି) ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ କ୍ରମାନ୍ବୟରେ ୨୦୦୦ ମସିହାରୁ ପାଞ୍ଚ ପାଞ୍ଚଟା ନିର୍ବାଚନ ଜିଣି ୨୦୨୪ ପର୍ଯ୍ୟନ୍ତ ୨୪...

ଆମେ ଶ୍ରେୟ ଦେଉନା

ଭାରତୀୟଙ୍କର ଅନ୍ୟ କାହାରିକୁ ଶ୍ରେୟ ଦେବାର ଚରିତ୍ର ଅଧିକାଂଶ ସମୟରେ ଦେଖିବାକୁ ମିଳେ ନାହିଁ। ଆମର ପୁରାଣଶାସ୍ତ୍ରରେ ରାବଣଙ୍କ ଭାଇ ବିଭୀଷଣଙ୍କୁ ଶ୍ରେୟ ଦେବା ପରିବର୍ତ୍ତେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri