ଏ ଫର୍ମକୁ ଚାପି ଦେଇ ଦୁର୍ନୀତି ଅଣାୟତ୍ତ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ବିଷାକ୍ତ ମଦ ତିଆରି ହେଉ ବା ବିକ୍ରୀ କରିବା ଯେପରି ଏକ ଗର୍ହିତ ଅପରାଧ, ସେହିଭଳି ମଦ ବିକ୍ରୀ ନାମରେ ବିପୁଳ ଟଙ୍କା ରାଜସ୍ବ ଅତ୍ମସାତ୍‌ କରିବା ମଧ୍ୟ ଗୁରୁତର ଦେଶଦ୍ରୋହ କାର୍ଯ୍ୟ। ସରକାର ଅବକାରୀ ବିଭାଗକୁ ରାଜସ୍ବ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି, ଅନ୍ୟପଟେ ରାଜସ୍ବ ଧାର୍ଯ୍ୟ ମୁତାବକ ସଂଗ୍ରହ ତ ହୋଇଯାଏ ହେଲେ ରାଜସ୍ବ ଲୁଣ୍ଠନ ହୁଏ ଅନ୍ୟବାଟରେ ବୋଲି ଅଭିଯୋଗ ହେଉଛି। ପ୍ରତିବର୍ଷ ଅକ୍ଟୋବରରେ ପାଳନ ହେଉଥିବା ଫର୍ମ-ଏ ନୋଟିସକୁ ଯାଜପୁର ଜିଲା ଅବକାରୀ ବିଭାଗ ଲୋକଙ୍କ ବିରୋଧ ଭୟରେ ଜାଣିଶୁଣି ଚାପି ଦେଉଛି। ଏହାଦ୍ୱାରା ମଦ ଦୋକାନ ଉପରେ ସାଧାରଣ ଲୋକଙ୍କ ମତାମତକୁ ଅବକାରୀ ବିଭାଗ ଦବେଇ ଦେଉଛି। ଫଳରେ ଯାଜପୁର ଜିଲାରେ ବେଆଇନ ମଦ ଦୋକାନ ସହ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଚାନ୍ଦା ବଢିବାରେ ଲାଗିଥିବାବେଳେ ଲୋକଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ଜିଲାରେ ଅବକାରୀ ଆଇନ ୩୪ ଧାରାକୁ ଉଲ୍ଲଂଘନ କରି ଜାତୀୟ ରାଜପଥ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ସାଂସ୍କୃତିକ ଅନୁଷ୍ଠାନ, ବ୍ୟାଙ୍କ ଆଦି ଅନୁଷ୍ଠାନ ପାଖରେ ୫୮ଟି ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି।

ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଉପରେ ନକରାମତ୍କ ପ୍ରଭାବ ପଡୁଥିବାବେଳେ ଅବକାରୀ ଓ ପୋଲିସ ବିିଭାଗ କେବଳ ଲୋକ ଦେଖାଣିଆ ଚଢାଉ କରି ନିଜର ଟାର୍ଗେଟ ପୂରଣ କରିବାରେ ବ୍ୟସ୍ତ ରହୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଓଡ଼ିଶା ଅବକାରୀ ଅଧିନିୟମ ୨୦୦୮ ଏବଂ ଓଡ଼ିଶା ଅବକାରୀ ନିୟମ ୨୦୧୭ ଦ୍ୱାରା ରାଜ୍ୟ ଅବକାରୀ ପ୍ରଶାସନ ପରିଚାଳିତ ହେଉଛି। ଏହା ମଦ ବିକ୍ରୟ, ଉତ୍ପାଦନ ଏବଂ ଯୋଗାଣକୁ ନିୟନ୍ତ୍ରଣ କରିଥାଏ। ଓଡ଼ିଶା ସରକାର ୨୦୦୦ ନଭେମ୍ବରରେ କମ୍ପାନୀ ଅଧିନିୟମ ୧୯୫୬ ଆଧାରରେ ଏକ କମ୍ପାନୀ ଭାବରେ ଓଡ଼ିଶା ପାନୀୟ ନିଗମ ଲିମିଟେଡ (ଓଏସ୍‌ବିସିଏଲ୍‌) ପ୍ରତିଷ୍ଠା କରିଥିଲେ। ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌), ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫ୍‌ଏମ୍‌ଏଫ୍‌ଏଲ୍‌), ବିଅର ଓ ଦେଶୀ ମଦ(ସିଏଲ୍‌) ବଣ୍ଟନ ଓ ଯୋଗାଣ ବ୍ୟବସ୍ଥାରେ ସ୍ବଚ୍ଛତା ସହିତ ସେଗୁଡିକର ଗୁଣବତ୍ତା ଉପରେ ନିୟନ୍ତ୍ରଣ ରଖିବା ଓଏମ୍‌ବିସିଏଲ୍‌ର ମୂଳ ଉଦ୍ଦେଶ୍ୟ ଥିଲା। ହେଲେ ମଦ ଉତ୍ପାଦ ଓ ଯୋଗାଣ ଇତ୍ୟାଦି କ୍ଷେତ୍ରରେ ଏଯାଏ ସ୍ବଚ୍ଛତା ଅବଲମ୍ବନ ହୋଇ ପାରି ନ ଥିବା ଗତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲାରେ ଫର୍ମ-ଏ ନୋଟିସକୁ ଅବକାରୀ ବିଭାଗ ଠିକ୍‌ ଭାବେ ଜନସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶ କରୁନାହିଁ। ଫଳରେ ଏହି ଫର୍ମ ଜରିଆରେ ଲୋକଙ୍କ ମତ ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ। ମଦ ବ୍ୟବସାୟୀଙ୍କ ସହିତ ସଲାସୁତୁରା କରି ଅବକାରୀ କର୍ତ୍ତୃପକ୍ଷ ମଦ ଦୋକାନ ପାଇଁ ଥିବା ନିୟମକୁ ଉଲ୍ଲଂଘନ କରୁଛନ୍ତି। ଫଳରେ ମଦ ଦୋକାନଗୁଡିକ ଯେକୌଣସି ସ୍ଥାନରେ ବି ଖୋଲି ଯାଉଛି। ଏଥିଯୋଗୁ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପୃକ୍ତ ଅଞ୍ଚଳରେ ମଦ ଦୋକାନ ରହିବ କି ନାହିଁ ସେଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଫର୍ମ-ଏ ନୋଟିସ ଜାରି କରାଯାଇଥାଏ। ପ୍ରତିବର୍ଷ ଅକ୍ଟୋବରରେ ଏହି ପ୍ରକ୍ରିୟା ପାଳନ କରିବା ଅବକାରୀ ବିଭାଗ ପାଇଁ ବୈଧାନିକ ବ୍ୟବସ୍ଥା ରହିଛି। ଲୋକଙ୍କ ଦ୍ୱାରା ଫର୍ମ-ଏ ମଞ୍ଜୁର ହେବାପରେ ମଦ ବିକ୍ରୀ ପାଇଁ ଫର୍ମ-ବିରେ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ। ଚଳିତବର୍ଷ ଅକ୍ଟୋବର ସରିବାକୁ ଆଉ ମାତ୍ର ୫ ଦିନ ବାକି ରହିଛି। ମାତ୍ର ଏହି ନୋଟିସକୁ ଅବକାରୀ ବିଭାଗ ନିଜ ଫାଇଲ ଭିତରେ ସୀମିତ ରଖିଛି। ଫଳରେ ଏଭଳି ଏକ ବ୍ୟବସ୍ଥା ବାବଦରେ ସାଧାରଣ ଲୋକଙ୍କ ସାମାନ୍ୟତମ ଧାରଣା ରହୁନାହିଁ। ଏହି ନୋଟିସ ଜାରି ହେବାପରେ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ନିର୍ବାହୀ ଅଧିକାରୀମାନଙ୍କୁ ଲୋକଙ୍କ ଗୋଚରାର୍ଥେ ଦିଆଯାଇଥାଏ। ହେଲେ ଗଣ ମାଧ୍ୟମରେ ଏହି ନୋଟିସ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ବିିଭିନ୍ନସ୍ତରରେ ତାହାକୁ ଚାପି ଦିଆଯାଉଛି। ଜିଲାରେ ୪୨ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଚାଲିଛି। ସେହିପରି ୫୮ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଥିବାବେଳେ ୧୭ଟି ଆସ୍କାପଟି ଦେଶୀମଦ ଦୋକାନ ରହିଛି। ଆଗାମୀ ଦିନରେ ଆହୁରି ଦେଶୀ/ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି। ମଦ ଦୋକାନ ମାଲିକମାନେ ଅଧିକ ବିକ୍ରୀ ଆଶା ରଖି ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳକୁ ମଦ ଯୋଗାଣ କରୁଛନ୍ତି। ଜିଲାର ଧର୍ମଶାଳା, ବିଞ୍ଝାରପୁର, ବରି, ଦଶରଥପୁର ବ୍ଲକ ଅଞ୍ଚଳର ଗଳିକନ୍ଦିରେ ବଦ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ନୂତନ ମଦ ଦୋକାନଗୁଡିକ ଖୋଲାଗଲେ ସେହି ଫର୍ମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବାକି ପୁରୁଣା ମଦ ଦୋକାନଗୁଡିକ ସଂକ୍ରାନ୍ତରେ ଅନ୍‌ଲାଇନରେ ଏ-ଫର୍ମ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?