ପ୍ରଭାବିତ ହେବ ପରୀକ୍ଷା: ସମୟ ପରିବର୍ତ୍ତନ ଦାବି

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଏପ୍ରିଲରୁ ରାଜ୍ୟରେ ଅସହ୍ୟ ହୋଇଛି ଖରାତାତି। ସକାଳ ୯ଟା ପରେ ଘରୁ ବାହାରିବା ବି କଷ୍ଟ ହୋଇପଡୁଛି। ଏଭଳି ସ୍ଥିତିରେ ପିଲାମାନେ କିପରି ସ୍କୁଲ ଯିବା ଆସିବା କରିବେ ତାହାକୁ ନେଇ ଚିନ୍ତା ବଢ଼ିଛି। ପୁଣି ଆଗକୁ ପରୀକ୍ଷା ରହିଛି। ତାପମାତ୍ରା ବୃଦ୍ଧି ପାଠପଢ଼ା ସହ ପରୀକ୍ଷାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହା ମେ’ ୭ ପର୍ଯ୍ୟନ୍ତ ଚାଲିବ। ସେହିପରି ଯୁକ୍ତ୨ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମେ’ ୩୧ରେ ସରିବ। ମାଟ୍ରିକ ପରୀକ୍ଷା ସକାଳ ୮ଟାରୁ ୧୦ଟା ଓ ଯୁକ୍ତ୨ ପରୀକ୍ଷା ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ହେବ। ଠିକ୍‌ ଏହି ସମୟରେ ହିଁ ତାପମାତ୍ରା ବଢ଼ିଥାଏ। ଏବେ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅଭିଭାବକ, ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଚିନ୍ତାପ୍ରକଟ କରିଛନ୍ତି। ତେଣୁ ବର୍ତ୍ତମାନ ସ୍କୁଲ ସମୟ ସହିତ ଖରାଛୁଟି ଓ ପରୀକ୍ଷା ସମୟକୁ ମଧ୍ୟ ପରିବର୍ତ୍ତନ ପାଇଁ ଦାବି ହେଉଛି।
ଏ ନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି, ତାହାକୁ ଭରଣା କରିବା ପାଇଁ ସରକାର ଖରାଛୁଟିକୁ କମାଇ ଦେବା ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ସେହି ସମୟରେ ଡହ ଡହ ଖରାରେ କ୍ଲାସ୍‌ କରିବା ମଧ୍ୟ ଅସମ୍ଭବ। ତେଣୁ ସରକାର ଆଉଥରେ ଏ ଦିଗରେ ଚିନ୍ତା କରନ୍ତୁ। ଆଗାମୀ ଦୁର୍ଗାପୂଜା ଛୁଟି ହେଉ କିମ୍ବା ଅନ୍ୟାନ୍ୟ ଛୁଟିକୁ କାଣ୍ଟଛାଣ୍ଟ କରାଯାଉ। ସେହିଭଳି ଆଗକୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ସମୟ ମଧ୍ୟ ପରିବର୍ତ୍ତନ କରାଯାଉ। ୮ଟା ପରିବର୍ତ୍ତେ ୭ଟାରୁ ଆରମ୍ଭ କରିବା ପାଇଁ ସରକାର ଯୋଜନା କରନ୍ତୁ ବୋଲି ପ୍ରକାଶ ମହାନ୍ତି ପରାମର୍ଶ ଦେଇଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ବର୍ତ୍ତମାନ ଖରା ସହି ହେଉନି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବ ଓ ତାପମାତ୍ରା ଆହୁରି ବଢ଼ିବ। ତେଣୁ ସ୍କୁଲରେ ସକାଳ ସାଢ଼େ ୬ଟାରୁ ୯ଟା ପର୍ଯ୍ୟନ୍ତ କ୍ଲାସ୍‌ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିଛୁ। ସେହିଭଳି ପରୀକ୍ଷା ସମୟ ମଧ୍ୟ ୭ଟାରୁ ଆରମ୍ଭ କରାଯାଉ ବୋଲି ଭଟ୍ଟ କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସ୍କୁଲ ସାଢ଼େ ୧୦ଟାରେ ଛୁଟି ହେଉଥିବାବେଳେ ମେ’ ୨ରୁ ଜୁନ୍‌ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ପାଠପଢ଼ା ହେବ। ସେହିଭଳି ଜୁନ୍‌ ୬ରୁ ୧୬ ତାରିଖ ଖରାଛୁଟି ଘୋଷଣା କରାଯାଇଛି। ଖରାଛୁଟି ଅବଧି ଓ ସ୍କୁଲ ପାଠପଢ଼ା ସମୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜୁନ୍‌ ବଦଳରେ ମେ’ରେ ଖରାଛୁଟି କରିବାକୁ ମଧ୍ୟ ଦାବି ହେଉଛି। ତେଣୁ ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେବା ସହ ସେମିତି ପରିସ୍ଥିତି ଆସିଲେ ବିଭାଗ ବିଚାର କରିବ ବୋଲି କହିଥିଲେ। ଏବେ ତାପମାତ୍ରା ୪୩ ଡିଗ୍ରୀ ଟପିଥିବାରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?