୭ ଦିନରେ ଧରାହେଲାଣି ୧୦୯୬ ସ୍କୁଲ ଗାଡ଼ି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସ୍କୁଲପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟ ଗାଡିଗୁଡ଼ିକର ଫିଟ୍‌ନେସ୍‌ ଉପରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି। ସେଥିଲାଗି କିଛିଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସ୍କୁଲ ବସ୍‌ଗୁଡ଼ିକ ଉପରେ ଜୋର୍‌ଦାର ଚଢ଼ାଉ କରାଯାଉଛି। ଗତ ୭ ଦିନ ମଧ୍ୟରେ ୧୦୯୬ ସ୍କୁଲ ଗାଡ଼ି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ବୋଲି ପରିବହନ ଓ ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।
ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସଞ୍ଜୟ କହିଛନ୍ତି, ଦଣ୍ଡିତ ହୋଇଥିବା ୧୦୯୬ ଗାଡ଼ି ମଧ୍ୟରୁ ଫିଟ୍‌ନେସ ସାର୍ଟିଫିକେଟ ବିନା ୮୨୦ଟି ଗାଡ଼ି ଚାଲୁଥିଲା। ସେହିପରି ୩୮୭ ଗାଡ଼ିର ବୈଧ ଅନୁମତି ନାହିଁ। ଏହାସହ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ। ସେ ଆହୁରି କହିଛନ୍ତି, ସ୍କୁଲ ପିଲାଙ୍କ ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଛାତ୍ରୀଛାତ୍ରଙ୍କ ଅସୁବିଧା ପାଇଁ ସମ୍ପୃକ୍ତ ସ୍କୁଲ ବସ୍‌ ଚାଳକ ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ ହେବେ। ସେହିପରି ବିଦ୍ୟାଳୟଗୁଡ଼ିକୁ ଏସ୍‌ଟିଏ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକର ଫିଟ୍‌ନେସ ଉପରେ ଗୁରୁତ୍ୱ ଦେବା ସହ ସମସ୍ତ ମୋଟର ଯାନ ନିୟମ ପାଳନ କରିବା ପାଇଁ ନିବେଦନ କରାଯାଇଛି। ଗାଡ଼ି ଚଳାଇବା ପାଇଁ ଡ୍ରାଇଭରମାନଙ୍କ ବୈଧ ଲାଇସେନ୍ସ ଅଛି ନା ନାହିଁ ତାହା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି।
ଏହିସବୁ ଯାଞ୍ଚ ପ୍ରକ୍ରିୟା ୨୭ରେ ଶେଷ ହେବା ପରେ ୨୮ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟ୍‌ନେସ, ପରମିଟ୍‌, ବୀମା ଆଦିର ଯାଞ୍ଚ କରାଯାଉଛି। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ। ବିଶେଷକରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍‌ଟିଏ ଗୁରୁତ୍ୱ ଦେଇଛି। ରାଜ୍ୟର ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନ ଥିବା ଗାଡ଼ି ଛୋଟ ପିଲାମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି, ଯେଉଁଥିଲାଗି ଅନେକ ସମୟରେ ବହୁ ଗାଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା,…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

୧୦୦ ବର୍ଷ ପରେ ଏଥର ନବରାତ୍ରିରେ ଦୁର୍ଲଭ ଯୋଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଚଳିତବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧, ୨୦୨୬ରେ କଳସ ସ୍ଥାପନ ସହିତ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୯ରେ ଶେଷ ହେବ। ଅକ୍ଟୋବର ୨୦ରେ ବିଜୟାଦଶମୀ ବା…

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri