ସରିଲା କମିଶନିଂ: ୨୩ରେ ପୋଲିଂ ବୁଥ୍‌କୁ ଯିବ ଇଭିଏମ୍‌

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାରଠାରୁ ଇଭିଏମ୍‌ରେ କମିଶନିଂ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସାରିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଦୁଇଦିନ ମଧ୍ୟରେ ସମସ୍ତ ଇଭିଏମ୍‌ରେ କମିଶନିଂ ହୋଇ ପାରି ନ ଥିଲା। ଶନିବାର ହୋଲି ଥିବାରୁ ରବିବାର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୩ ତାରିଖରେ ଇଭିଏମ୍‌ଗୁଡିକ ମହାନଗରର ବିଭିନ୍ନ ବୁଥ୍‌କୁ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ମେୟର ପଦବୀରେ ୧୨ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କର୍ପୋରେଟର ପାଇଁ ୨୯୦ଜଣ ପ୍ରାର୍ଥୀ ଅଛନ୍ତି। ସମୁଦାୟ ୭୦୫ଟି ବୁଥ୍‌ରେ ଏ ନେଇ ମତଦାନ ହେବାକୁ ଯାଉଛି। ପ୍ରତି ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍‌ ଆବଶ୍ୟକ ହେବ। ତେଣୁ ୧୪୧୦ ଇଭିଏମ୍‌ ଆବଶ୍ୟକ ହେବାକୁ ଥିବାବେଳେ ଅତିରିକ୍ତ ଭାବେ ୧୦ ପ୍ରତିଶତ ଅର୍ଥାତ୍‌ ୧୪୦ଟି ଇଭିଏମ୍‌ ଆସିଥିବା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ଇଭିଏମ୍‌ ଆସିବା ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗ୍‌ରୁମ୍‌ରେ କଡ଼ା ସୁରକ୍ଷାରେ ଏହାକୁ ରଖାଯାଇଥିଲା। ପ୍ରଥମ ଦିନରେ ମେୟର ପଦବୀ ପାଇଁ ଆସିଥିବା ଇଭିଏମ୍‌ଗୁଡିକରେ କମିଶନିଂ ହୋଇଥିଲା। ତେଣୁ ୨ଦିନ ମଧ୍ୟରେ ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ନାମ, ଦଳ ଏବଂ ଚିହ୍ନକୁ ନିର୍ଭୁଲ ଭାବେ ମେଶିନ୍‌ରେ ସ୍ଥାନିତ କରାଯିବା ସହ ବାଲାଟ୍‌ ୟୁନିଟକୁ ସେଟିଂ କରାଯାଇ ପାରି ନ ଥିଲା। ଏଥିପାଇଁ ଅଧିକ ସମୟ ଲାଗିଥିଲ। ଏହି କାର୍ଯ୍ୟରେ ପ୍ରାୟ ୧୪୦ଜଣ ଅଧିକାରୀ ନିୟୋଜିତ ଥିଲେ। ସିସିଟିଭି ନଜରରେ ସମସ୍ତ କାର୍ଯ୍ୟ କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅନୁଦାନ ଆତ୍ମସାତ୍‌ ଅଭିଯୋଗ: ଲୋକାୟୁକ୍ତ ପକ୍ଷରୁ ହେବ ତଦନ୍ତ

ହାଟଡିହୀ,୧ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ସେପ୍ଟେମ୍ବର ୨ରେ ବ୍ଲକ...

ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା...

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ...

ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ହାଣିଲେ ସ୍ତ୍ରୀ

ବଲାଙ୍ଗୀର ଅଫିସ, ୧୩।୩: ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ଆକ୍ରମଣ କରିଛନ୍ତି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ...

ଅଗ୍ନିଶମ ବାହିନୀର ନାଁ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’ ହେବ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଅଗ୍ନିଶମ ବାହିନୀର ନାଁ ବଦଳି ହେବ ‘ଅଗ୍ନିଶମ ଏମର୍ଜେନ୍ସି ବିଭାଗ’। ଏଥିସହ ଏନ୍‌ଡିଆର୍‌ଏଫ୍‌ ଭଳି ଅଗ୍ନିଶମ ବାହିନୀ ମଧ୍ୟ ତ୍ୱରିତ ସେବା ପ୍ରଦାନ କରିବା...

ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସନ୍ଦିଗ୍ଧ ନାହାନ୍ତି: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହେଲେ ରକ୍ତ ପରୀକ୍ଷା ପାଇଁ ପୁଣେ ପଠାଯିବ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ...

ଆଜି ଚୂଡ଼ାନ୍ତ ହେବ ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର, ୯।୫(ବ୍ୟୁରୋ): ଶିକ୍ଷା କ୍ଷେତ୍ରକୁ କରୋନା ବ୍ୟାପକ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ମଧ୍ୟ...

ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି। ତେବେ ୭ ମୃତକଙ୍କ...

Advertisement
Archives

Model This Week