ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୯(ବ୍ୟୁରୋ):  ବହୁ କୋଟି ଟଙ୍କାର କ୍ୟୁ ନେଟ୍‌ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନ୍ୟତମ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ପଟିଆ ମାରୁତି ଭିଲାର ଏମ୍‌ଆଇଜି-୧୦ରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୩୭)। ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦-ବି’ ରେ ମାମଲା ନଂ-୧୭/୨୦ ରୁଜୁ କରି କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଛି।
ସୂଚନା ଅନୁଯାୟୀ, ମଲ୍ଟି ଲେଭଲର କ୍ୟୁ ନେଟ୍‌ କମ୍ପାନୀ ହଂକଂରେ ପଞ୍ଜୀକୃତ ହୋଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଭାରତକୁ ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ନାମ ସଂସ୍ଥା ଉକ୍ତ କମ୍ପାନୀକୁ ଫ୍ରାଞ୍ଚାଇଚ୍‌ ଭାବେ ଆଣିଥିଲା। ଓଡ଼ିଶାରେ ଉକ୍ତ କମ୍ପାନୀର ଉଚ୍ଚପଦପଦବୀରେ ରହି କାର୍ଯ୍ୟ କରୁଥିବା ଚନ୍ଦନ କୁମାର ମହାଲିକ, ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାନ୍ତି ଏବଂ ଅନ୍ୟମାନେ ବେଆଇନ ଭାବେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଲୋଭନୀୟ ସ୍କିମ୍‌ ଜରିଆରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଦେବା ସହ ଚେନ୍‌ ସିଷ୍ଟମ କରି ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ। ଲୋଭରେ ପଡ଼ି ଟଙ୍କା ଜମା କରିଥିବା ଲୋକେ ପରବର୍ତ୍ତୀ ସମୟରେ ଚୁକ୍ତି ଅନୁସାରେ କିଛି ବି ପାଇ ନ ଥିଲେ। ଏ ନେଇ ୧.୨ କୋଟି ଜମା କରି ଠକେଇର ଶିକାର ହୋଇଥିବା ୩୧ଜଣ ବ୍ୟକ୍ତି ୨୦୧୭ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ସଂସ୍ଥା ଭାରତରୁ ୫ ହଜାର କୋଟି ଟଙ୍କା ଠକେଇ କରିଥିବା ଜଣାପଡିଥିଲା। ୨୦୧୯ ଅକ୍ଟୋବର ୧ରେ କମ୍ପାନୀର ନିର୍ଦ୍ଦେଶକ ଓ ଅନ୍ୟ ପଦପଦବୀରେ ଥିବା ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଲିକ ଗିରଫ ହୋଇଥିଲେ। ହେଲେ ପ୍ରଶାନ୍ତ କୁମାର ମହାନ୍ତି ଫେରାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଦୁଇ ଦୁଇଟି ଲଘୁଚାପ: ଲାଗି ରହିବ ୧୦ ଦିନ ବର୍ଷା

ଭୁବନେଶ୍ୱର,୧୯।୯(ବ୍ୟୁରୋ: ବଙ୍ଗୋପସାଗରକୁ ଲଗାତାର ଆସୁଛି ଦୁଇ ଦୁଇଟି ଲଘୁଚାପ । ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ସେଣ୍ଟର...

ବିଜେଡି ଜିଲା ସଭାପତି ଓ ଧର୍ମଗଡ ବିଧାୟକଙ୍କ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଲୋକାର୍ପଣ ନେଇ ସୂଚନା

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା...

ଗତ ଦଶନ୍ଧିରେ ଦାରିଦ୍ର୍ୟ ୨୪% କମିଛି

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ନାବାର୍ଡ ଅଧ୍ୟକ୍ଷ ଜି. ଆର୍‌....

ଡେଙ୍ଗୁରା ପିଟି ଚେତାବନୀ

ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ...

ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା...

ଘୂର୍ଣ୍ଣିବଳୟ:୨ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି...

ଅଧାରେ ଥିଲା, ପୁଣି କାମ ଆରମ୍ଭ

କଟକ ଅଫିସ,୨୪ା୬: ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଛାତ୍ରୀ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ...

Advertisement
Archives

Model This Week