ଶୁଭଶ୍ରୀଙ୍କ ରାଜନୀତିରେ ପ୍ରବେଶ ନେଇ ଭାଜପାରେ କନ୍ଦଳ

ସମ୍ବଲପୁର,୩୦ା୧(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ବିଧାନସଭା ନିର୍ବାଚନରେ ଶୁଭଶ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବା ପରେ ସେ ଜୟନାରାୟଣଙ୍କ ପରିବାରଠାରୁ ଦୂରତ୍ୱ ରକ୍ଷା କରିଛନ୍ତି। ଏ କଥା ଜଣାପଡ଼ିବା ପରେ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ଓ ଧର୍ମପତ୍ନୀ ଫୋନ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ନେଇ ଜିଲା ରାଜନୀତି ସରଗରମ ହୋଇଉଠିଛି।
ଯୋଗୁ ଜୟନାରାୟଣ ପାଖାପାଖି ବର୍ଷେ ହେଲା ସମ୍ବଲପୁର ଆସିପାରି ନ ଥିବା ବେଳେ ଅଧିକାଂଶ ସମୟ ଭୁବନେଶ୍ୱରରେ ହିଁ ରହୁଛନ୍ତି। ଏହାକୁ ନେଇ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମ୍ବଲପୁରରେ ଭାଜପା ସଙ୍ଗଠନ କହିଲେ ଜୟନାରାୟଣଙ୍କୁ ବୁଝାଏ। ତେବେ ତାଙ୍କ ସ୍ବାସ୍ଥ୍ୟଗତ କାରଣରୁ ଆଗାମୀ ନିର୍ବାଚନରେ ହୁଏତ ସେ ପ୍ରତିଦ୍ୱନ୍ଦ୍ୱିତା କରି ନ ପାରନ୍ତି ବୋଲି ଆଲୋଚନା ହେଉଛି। ସେଥିପାଇଁ ସମ୍ବଲପୁରରେ ଦଳ ଜୟନାରାୟଣଙ୍କ ବିକଳ୍ପ ସନ୍ଧାନରେ ରହିଛିି। ତାଙ୍କ ସହମତି ଭିତ୍ତିରେ ଦଳ ଅନ୍ୟ କାହାକୁ ଟିକେଟ ଦେବା ନେଇ ଆଲୋଚନା ହେଉଛି। ଏଠାରେ ଜୟନାରାୟଣଙ୍କ ଝିଅ କିମ୍ବା ଧର୍ମପତ୍ନୀଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ଗତ ୨୩ ତାରିଖରେ ପ୍ରଥମ କରି ଶୁଭଶ୍ରୀ ଭୁବନେଶ୍ୱରରୁ ଆସି ସମ୍ବଲପୁରର ଦଳୀୟ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପରୋକ୍ଷରେ ନିଜର ପ୍ରାର୍ଥତ୍ତ୍ୱ ନେଇ ଇସାରା ଦେଇଥିଲେ। ଶୁଭଶ୍ରୀ ସମ୍ବଲପୁର ଆସିବା ପରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ଫୋନ୍‌ କରି ଭେଟିବାକୁ କହିବା ସହ ସହରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତାଙ୍କୁ ସାଙ୍ଗରେ ନେବାକୁ କହିଥିଲେ। ତେବେ ଦଳୀୟ ନିର୍ଦ୍ଦେଶ ନ ଥିବାରୁ ଶୁଭଶ୍ରୀଙ୍କୁ ସାଥିରେ କାର୍ଯ୍ୟକ୍ରମକୁ ନେବାକୁ କୁଆଡ଼େ ଅନ୍ନପୂର୍ଣ୍ଣା ମନା କରିଥିଲେ। ଏହାପରେ ଜୟନାରାୟଣ ମିଶ୍ରଙ୍କ ପତ୍ନୀ ଫୋନ୍‌ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶୁଭଶ୍ରୀ ଦେଖିବାକୁ ଗଲେ ଅନ୍ନପୂର୍ଣ୍ଣାଙ୍କ ଝିଅ ବୟସର ହୋଇଥିବା ସତ୍ତ୍ବେ ତାଙ୍କୁ ନମସ୍କାର କରିବାକୁ କୁଆଡ଼େ ଜୟନାରାୟଣଙ୍କ ପତ୍ନୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ମନା କରିଦେବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅନ୍ନପୂର୍ଣ୍ଣା ଗଣମାଧ୍ୟମକୁ କହିଛନ୍ତି। ଏହାର ପ୍ରତିବାଦରେ ଅନ୍ନପୂର୍ଣ୍ଣା ଜିଲା ସଭାନେତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ପରୋକ୍ଷରେ ସେ ଜୟନାରାୟଣଙ୍କ ପରିବାରବାଦକୁ ବିରୋଧ କରିଥିବା ଚର୍ଚ୍ଚା ହେଉଛି।
ଗତ ଅଢ଼େଇ ଦଶନ୍ଧି ଧରି ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ତଥା ଜୟନାରାୟଣଙ୍କ ସବୁଠୁ ବଡ଼ ଅନୁଗତ ଭାବେ ଜଣାଶୁଣା ଥିଲେ। ବର୍ତ୍ତମାନ ଉପରଲିଖିତ ଘଟଣା କର୍ମୀ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଶୁଭଶ୍ରୀଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧିପାଉଥିବା ଦୃଷ୍ଟିରୁ ଦଳୀୟ ନେତୃବର୍ଗଙ୍କ ପକ୍ଷରୁ ଏହାକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା। ସୋମବାର ଦଳୀୟ କାର୍ଯ୍ୟାଳୟରେ ଜିଲା ସଭାପତିଙ୍କ ଉପସ୍ଥିତିରେ ଅନ୍ନପୂର୍ଣ୍ଣା ଖବରଦାତା ସମ୍ମିଳନୀ କରି ପଦ ଛାଡ଼ିଥିଲେ ମଧ୍ୟ ଦଳରେ ରହିଥିବା କହିଛନ୍ତି। ସେ ଭାଜପାର ଚାରିଥର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିବାରୁ ଦଳୀୟ ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲ କହିଛନ୍ତି, ଅନ୍ନପୂର୍ଣ୍ଣା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏଯାଏ ତାହା ଗ୍ରହଣ କରାଯାଇନାହିଁ। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗତ ୫ବର୍ଷ ମଧ୍ୟରେ ଜୟନାରାୟଣ ସମ୍ବଲପୁରରେ କ୍ବଚିତ ଦେଖା ଦେଇଥିବା ବେଳେ ସାଂସଦ ମଧ୍ୟ ନିଖୋଜ ଥିବା ନେଇ ବାରମ୍ବାର ଚର୍ଚ୍ଚା ହୋଇଆସିଛି। ଏହି ପରିପ୍ରେକ୍ଷୀରେ ଜିଲା ଭାଜପାରେ ପରିବାରବାଦକୁ ନେଇ ଜୟନାରାୟଣଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ଭିତରେ ଝଡ଼ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?