ଶୁଭଶ୍ରୀଙ୍କ ରାଜନୀତିରେ ପ୍ରବେଶ ନେଇ ଭାଜପାରେ କନ୍ଦଳ

ସମ୍ବଲପୁର,୩୦ା୧(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ବିଧାନସଭା ନିର୍ବାଚନରେ ଶୁଭଶ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବା ପରେ ସେ ଜୟନାରାୟଣଙ୍କ ପରିବାରଠାରୁ ଦୂରତ୍ୱ ରକ୍ଷା କରିଛନ୍ତି। ଏ କଥା ଜଣାପଡ଼ିବା ପରେ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ଓ ଧର୍ମପତ୍ନୀ ଫୋନ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ନେଇ ଜିଲା ରାଜନୀତି ସରଗରମ ହୋଇଉଠିଛି।
ଯୋଗୁ ଜୟନାରାୟଣ ପାଖାପାଖି ବର୍ଷେ ହେଲା ସମ୍ବଲପୁର ଆସିପାରି ନ ଥିବା ବେଳେ ଅଧିକାଂଶ ସମୟ ଭୁବନେଶ୍ୱରରେ ହିଁ ରହୁଛନ୍ତି। ଏହାକୁ ନେଇ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମ୍ବଲପୁରରେ ଭାଜପା ସଙ୍ଗଠନ କହିଲେ ଜୟନାରାୟଣଙ୍କୁ ବୁଝାଏ। ତେବେ ତାଙ୍କ ସ୍ବାସ୍ଥ୍ୟଗତ କାରଣରୁ ଆଗାମୀ ନିର୍ବାଚନରେ ହୁଏତ ସେ ପ୍ରତିଦ୍ୱନ୍ଦ୍ୱିତା କରି ନ ପାରନ୍ତି ବୋଲି ଆଲୋଚନା ହେଉଛି। ସେଥିପାଇଁ ସମ୍ବଲପୁରରେ ଦଳ ଜୟନାରାୟଣଙ୍କ ବିକଳ୍ପ ସନ୍ଧାନରେ ରହିଛିି। ତାଙ୍କ ସହମତି ଭିତ୍ତିରେ ଦଳ ଅନ୍ୟ କାହାକୁ ଟିକେଟ ଦେବା ନେଇ ଆଲୋଚନା ହେଉଛି। ଏଠାରେ ଜୟନାରାୟଣଙ୍କ ଝିଅ କିମ୍ବା ଧର୍ମପତ୍ନୀଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ଗତ ୨୩ ତାରିଖରେ ପ୍ରଥମ କରି ଶୁଭଶ୍ରୀ ଭୁବନେଶ୍ୱରରୁ ଆସି ସମ୍ବଲପୁରର ଦଳୀୟ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପରୋକ୍ଷରେ ନିଜର ପ୍ରାର୍ଥତ୍ତ୍ୱ ନେଇ ଇସାରା ଦେଇଥିଲେ। ଶୁଭଶ୍ରୀ ସମ୍ବଲପୁର ଆସିବା ପରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ଫୋନ୍‌ କରି ଭେଟିବାକୁ କହିବା ସହ ସହରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତାଙ୍କୁ ସାଙ୍ଗରେ ନେବାକୁ କହିଥିଲେ। ତେବେ ଦଳୀୟ ନିର୍ଦ୍ଦେଶ ନ ଥିବାରୁ ଶୁଭଶ୍ରୀଙ୍କୁ ସାଥିରେ କାର୍ଯ୍ୟକ୍ରମକୁ ନେବାକୁ କୁଆଡ଼େ ଅନ୍ନପୂର୍ଣ୍ଣା ମନା କରିଥିଲେ। ଏହାପରେ ଜୟନାରାୟଣ ମିଶ୍ରଙ୍କ ପତ୍ନୀ ଫୋନ୍‌ ଯୋଗେ ଅନ୍ନପୂର୍ଣ୍ଣାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶୁଭଶ୍ରୀ ଦେଖିବାକୁ ଗଲେ ଅନ୍ନପୂର୍ଣ୍ଣାଙ୍କ ଝିଅ ବୟସର ହୋଇଥିବା ସତ୍ତ୍ବେ ତାଙ୍କୁ ନମସ୍କାର କରିବାକୁ କୁଆଡ଼େ ଜୟନାରାୟଣଙ୍କ ପତ୍ନୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ମନା କରିଦେବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅନ୍ନପୂର୍ଣ୍ଣା ଗଣମାଧ୍ୟମକୁ କହିଛନ୍ତି। ଏହାର ପ୍ରତିବାଦରେ ଅନ୍ନପୂର୍ଣ୍ଣା ଜିଲା ସଭାନେତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ପରୋକ୍ଷରେ ସେ ଜୟନାରାୟଣଙ୍କ ପରିବାରବାଦକୁ ବିରୋଧ କରିଥିବା ଚର୍ଚ୍ଚା ହେଉଛି।
ଗତ ଅଢ଼େଇ ଦଶନ୍ଧି ଧରି ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ତଥା ଜୟନାରାୟଣଙ୍କ ସବୁଠୁ ବଡ଼ ଅନୁଗତ ଭାବେ ଜଣାଶୁଣା ଥିଲେ। ବର୍ତ୍ତମାନ ଉପରଲିଖିତ ଘଟଣା କର୍ମୀ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଶୁଭଶ୍ରୀଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧିପାଉଥିବା ଦୃଷ୍ଟିରୁ ଦଳୀୟ ନେତୃବର୍ଗଙ୍କ ପକ୍ଷରୁ ଏହାକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା। ସୋମବାର ଦଳୀୟ କାର୍ଯ୍ୟାଳୟରେ ଜିଲା ସଭାପତିଙ୍କ ଉପସ୍ଥିତିରେ ଅନ୍ନପୂର୍ଣ୍ଣା ଖବରଦାତା ସମ୍ମିଳନୀ କରି ପଦ ଛାଡ଼ିଥିଲେ ମଧ୍ୟ ଦଳରେ ରହିଥିବା କହିଛନ୍ତି। ସେ ଭାଜପାର ଚାରିଥର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିବାରୁ ଦଳୀୟ ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲ କହିଛନ୍ତି, ଅନ୍ନପୂର୍ଣ୍ଣା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏଯାଏ ତାହା ଗ୍ରହଣ କରାଯାଇନାହିଁ। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗତ ୫ବର୍ଷ ମଧ୍ୟରେ ଜୟନାରାୟଣ ସମ୍ବଲପୁରରେ କ୍ବଚିତ ଦେଖା ଦେଇଥିବା ବେଳେ ସାଂସଦ ମଧ୍ୟ ନିଖୋଜ ଥିବା ନେଇ ବାରମ୍ବାର ଚର୍ଚ୍ଚା ହୋଇଆସିଛି। ଏହି ପରିପ୍ରେକ୍ଷୀରେ ଜିଲା ଭାଜପାରେ ପରିବାରବାଦକୁ ନେଇ ଜୟନାରାୟଣଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ଭିତରେ ଝଡ଼ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri