ବନ୍ଦ ହୋଇପଡ଼ିଛି ଏଣ୍ଡୋସ୍କୋପି ମେଶିନ

ବ୍ରହ୍ମପୁର,୮ା୨(ସୁବାସ ଚନ୍ଦ୍ର ପାଢ଼ୀ)ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ବି ଏମକେସିଜି ମେଡିକାଳ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ପରିଲିଖିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା ବିଭିନ୍ନ କାରଣରୁ ବନ୍ଦ ରହିଛି। ଉକ୍ତ ପରୀକ୍ଷାରେ ବ୍ୟବହାର ହେଉଥିବା ମେଶିନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିବାରୁ ପରୀକ୍ଷା ବନ୍ଦ ରହିଥିବା ସୂଚନା ମିଳିଛି। ଯାହାଫଳରେ ଦୂର ଦୁରାନ୍ତରରୁ ମେଡିକାଲ ଆସୁଥିବା ରୋଗୀମାନେ ଘରୋଇ ହସପିଟାଲମୁହାଁ ହେଉଥିବା ଦେଖାଯାଉଛି। ଗରିବ ରୋଗୀମାନଙ୍କୁ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଗୁଡ଼ିକ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଏମ୍‌କେସିଜି ମେଡିକାଲ ଉପରେ ୧୦ରୁ ଉର୍ଦ୍ଧ୍ୱ ଜିଲା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶର ଅନେକ ରୋଗୀ ନିର୍ଭର କରନ୍ତି। ପ୍ରତ୍ୟେକ ଦିନ ମେଡ଼ିକାଲର ବିଭିନ୍ନ ବିଭାଗକୁ ଚିକିତ୍ସା ନିମନ୍ତେ ହଜାର ହଜାର ରୋଗୀ ଆସିଥାନ୍ତି। ସେହିପରି କର୍କଟ ଚିହ୍ନଟ, ଖାଦ୍ୟ ନାଳି ସମ୍ବନ୍ଧୀୟ ରୋଗର ପରୀକ୍ଷା, ପାକସ୍ଥଳୀରେ ରହିଥିବା ଘା’ ସମ୍ବନ୍ଧିତ ପରୀକ୍ଷା ନିମନ୍ତେ ଡାକ୍ତର ସର୍ଜରୀ ବିଭାଗର ଅଧୀନରେ ଥିବା ଏଣ୍ଡୋସ୍କୋପି କରାଇବାକୁ ପରାମର୍ଶ ଦେଇଥାନ୍ତି। ରୋଗୀଙ୍କ ଏହି ପରୀକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଣ୍ଡୋସ୍କୋପି ମେସିନ ଅଚଳ ହୋଇ ରହିଛି। ୨୦୦୬ରେ ଉକ୍ତ ମେଶିନ ସ୍ଥାପନ ହୋଇଥିଲା। ଏହା ଅତି ପୁରୁଣା ହୋଇଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ରହୁଥିବା ବେଳେ ରୋଗୀଙ୍କ ପରୀକ୍ଷା ବନ୍ଦ ରହିଛି। ଏମକେଜିରେ ପୂର୍ବରୁ ପ୍ରତ୍ୟେକ ଦିନ ୨୦ରୁ ୨୫ ଏଭଳି ପରୀକ୍ଷା ହୋଇଥିବା ବେଳେ ଗତ ନଭେମ୍ବରରୁ ଏହା ବନ୍ଦ ରହିଥିଲା। ପରେ ଏକ ନୂଆ ମେସିନ ଆସିଛି। ବିଭିନ୍ନ କାରଣରୁ ତାହା ଏବେ ଏକ ମାସ ହେଲା ଖରାପ ହୋଇ ପଡିଛି। ଯାହାଫଳରେ ଏଣ୍ଡୋସ୍କୋପି ନିମନ୍ତେ ରୋଗୀମାନେ ସହରରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ନିର୍ଭର କରିଥାନ୍ତି। ଏହାର ସୁଯୋଗ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ଗୁଡ଼ିକ ରୋଗୀଙ୍କ ଠାରୁ ପରୀକ୍ଷା ବାବଦରେ ୨୦୦୦ରୁ ୨୫୦୦ ଟଙ୍କା ନେଇଥାନ୍ତି। ଏନେଇ ଏମକେସିଜି ଅଧୀକ୍ଷକ ଡା. ସୁଚିତ୍ରା ଦାଶ କହିଛନ୍ତି, ଏଣ୍ଡୋସ୍କୋପି ମେଶିନ ବର୍ତ୍ତମାନ ଖରାପ ରହିଛି। ଏହାର ମରାମତି ପାଇଁ ଭୁବନେଶ୍ୱରରୁ ଇଞ୍ଜିନିୟରଙ୍କୁ ଡକାଯାଇଛି। ମରାମତି ପରେ ମେଶିନଟି କାର୍ଯ୍ୟକ୍ଷମ ହେବ। ରୋଗୀମାନେ ଖୁବଶୀଘ୍ର ମେଡିକାଲରେ ଉତ୍ତମ ସେବା ପାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri