ବନ୍ଦ ହୋଇପଡ଼ିଛି ଏଣ୍ଡୋସ୍କୋପି ମେଶିନ

ବ୍ରହ୍ମପୁର,୮ା୨(ସୁବାସ ଚନ୍ଦ୍ର ପାଢ଼ୀ)ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ବି ଏମକେସିଜି ମେଡିକାଳ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ପରିଲିଖିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା ବିଭିନ୍ନ କାରଣରୁ ବନ୍ଦ ରହିଛି। ଉକ୍ତ ପରୀକ୍ଷାରେ ବ୍ୟବହାର ହେଉଥିବା ମେଶିନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିବାରୁ ପରୀକ୍ଷା ବନ୍ଦ ରହିଥିବା ସୂଚନା ମିଳିଛି। ଯାହାଫଳରେ ଦୂର ଦୁରାନ୍ତରରୁ ମେଡିକାଲ ଆସୁଥିବା ରୋଗୀମାନେ ଘରୋଇ ହସପିଟାଲମୁହାଁ ହେଉଥିବା ଦେଖାଯାଉଛି। ଗରିବ ରୋଗୀମାନଙ୍କୁ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଗୁଡ଼ିକ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଏମ୍‌କେସିଜି ମେଡିକାଲ ଉପରେ ୧୦ରୁ ଉର୍ଦ୍ଧ୍ୱ ଜିଲା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶର ଅନେକ ରୋଗୀ ନିର୍ଭର କରନ୍ତି। ପ୍ରତ୍ୟେକ ଦିନ ମେଡ଼ିକାଲର ବିଭିନ୍ନ ବିଭାଗକୁ ଚିକିତ୍ସା ନିମନ୍ତେ ହଜାର ହଜାର ରୋଗୀ ଆସିଥାନ୍ତି। ସେହିପରି କର୍କଟ ଚିହ୍ନଟ, ଖାଦ୍ୟ ନାଳି ସମ୍ବନ୍ଧୀୟ ରୋଗର ପରୀକ୍ଷା, ପାକସ୍ଥଳୀରେ ରହିଥିବା ଘା’ ସମ୍ବନ୍ଧିତ ପରୀକ୍ଷା ନିମନ୍ତେ ଡାକ୍ତର ସର୍ଜରୀ ବିଭାଗର ଅଧୀନରେ ଥିବା ଏଣ୍ଡୋସ୍କୋପି କରାଇବାକୁ ପରାମର୍ଶ ଦେଇଥାନ୍ତି। ରୋଗୀଙ୍କ ଏହି ପରୀକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଣ୍ଡୋସ୍କୋପି ମେସିନ ଅଚଳ ହୋଇ ରହିଛି। ୨୦୦୬ରେ ଉକ୍ତ ମେଶିନ ସ୍ଥାପନ ହୋଇଥିଲା। ଏହା ଅତି ପୁରୁଣା ହୋଇଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ରହୁଥିବା ବେଳେ ରୋଗୀଙ୍କ ପରୀକ୍ଷା ବନ୍ଦ ରହିଛି। ଏମକେଜିରେ ପୂର୍ବରୁ ପ୍ରତ୍ୟେକ ଦିନ ୨୦ରୁ ୨୫ ଏଭଳି ପରୀକ୍ଷା ହୋଇଥିବା ବେଳେ ଗତ ନଭେମ୍ବରରୁ ଏହା ବନ୍ଦ ରହିଥିଲା। ପରେ ଏକ ନୂଆ ମେସିନ ଆସିଛି। ବିଭିନ୍ନ କାରଣରୁ ତାହା ଏବେ ଏକ ମାସ ହେଲା ଖରାପ ହୋଇ ପଡିଛି। ଯାହାଫଳରେ ଏଣ୍ଡୋସ୍କୋପି ନିମନ୍ତେ ରୋଗୀମାନେ ସହରରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ନିର୍ଭର କରିଥାନ୍ତି। ଏହାର ସୁଯୋଗ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ଗୁଡ଼ିକ ରୋଗୀଙ୍କ ଠାରୁ ପରୀକ୍ଷା ବାବଦରେ ୨୦୦୦ରୁ ୨୫୦୦ ଟଙ୍କା ନେଇଥାନ୍ତି। ଏନେଇ ଏମକେସିଜି ଅଧୀକ୍ଷକ ଡା. ସୁଚିତ୍ରା ଦାଶ କହିଛନ୍ତି, ଏଣ୍ଡୋସ୍କୋପି ମେଶିନ ବର୍ତ୍ତମାନ ଖରାପ ରହିଛି। ଏହାର ମରାମତି ପାଇଁ ଭୁବନେଶ୍ୱରରୁ ଇଞ୍ଜିନିୟରଙ୍କୁ ଡକାଯାଇଛି। ମରାମତି ପରେ ମେଶିନଟି କାର୍ଯ୍ୟକ୍ଷମ ହେବ। ରୋଗୀମାନେ ଖୁବଶୀଘ୍ର ମେଡିକାଲରେ ଉତ୍ତମ ସେବା ପାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri