ହାତୀ ବେକରେ ପୁଣି ରେଡିଓ କଲାର

ଭୁବନେଶ୍ୱର, ୧୮।୭ (ବନ୍ଦନା ସେଠୀ):ରାଜ୍ୟରେ ହାତୀ ମୃତ୍ୟୁ ଓ ହାତୀ-ମଣିଷ ଲଢେଇ ରୋକିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଉତ୍ପାତ କରୁଥିବା ବା ଜନବସତିକୁ ଚାଲି ଆସୁଥିବା ଦୁଷ୍ଟ ହାତୀଙ୍କ ବେକରେ ରେଡିଓ କଲାରିଂ ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ଏସିଆନ୍‌ ନେଚର କଞ୍ଜରଭେଶନ ଫାଉଣ୍ଡେଶନ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିବା ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି ସୂଚନା ଦେଇଛନ୍ତି। ପୂର୍ବରୁ ଚନ୍ଦକାରେ ହେବାକୁ ଥିବା ରେଡିଓ କଲାରିଂ ପାଇଁ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ ଏବେ ତାହାକୁ ରିଭାଇଜ୍‌ କରାଯାଇଛି। ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଭାବେ ୩ଟି ହାତୀ ବେକରେ ରେଡିଓ କଲାରିଂ ଲଗାଯିବ। ମାଈ କିମ୍ବା ଦନ୍ତା ହାତୀଠାରେ ରେଡିଓ କଲାରିଂ ହେବ। ଫଳରେ ହାତୀର ଚଳପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ। ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ। ବର୍ଷା ଦିନ ସରିବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ପୋପ୍‌ଲି କହିଛନ୍ତି। ତେବେ ବନ ବିଭାଗର ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୦୨୧ରେ ଚନ୍ଦକା ଅଭୟାରଣ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ବିଭିନ୍ନ କାରଣରୁ ଏଥିରେ ସଫଳତା ମିଳିପାରି ନ ଥିଲା। ସେହିପରି ଖୋର୍ଦ୍ଧା ଜିଲାରେ ମଧ୍ୟ ବିଭିନ୍ନ କାରଣ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। କେବଳ ଓଡ଼ିଶା ନୁହେଁ, ୨୦୧୮ ଅକ୍ଟୋବରରେ ଛତିଶଗଡରେ ଆରମ୍ଭ ହୋଇଥିବା ହାତୀଙ୍କ ରେଡ଼ିଓ କଲାରିଂ ମନିଟରିଂ ସଫଳ ହୋଇପାରି ନାହିଁ। ଅନ୍ୟ ରାଜ୍ୟଗୁଡିକରେ ଏହି ଯୋଜନା ଫେଲ୍‌ ମାରୁଥିବାବେଳେ ଏହି ବ୍ୟୟବହୁଳ ପ୍ରକ୍ରିୟାକୁ ଓଡ଼ିଶାରେ କାହିଁକି ଆପଣା ଯାଉଛି ସେ ନେଇ କେତେଜଣ ବନ୍ୟପ୍ରଣୀ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।
ବିଶେଷଜ୍ଞ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ରେଡିଓ କଲାରିଂ ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟ ସାପେକ୍ଷ। ଗୋଟିଏ ରେଡିଓ କଲାରର ଦାମ୍‌ ପ୍ରାୟ ୨ଲକ୍ଷ ଟଙ୍କା ହୋଇଥିବାବେଳେ ଏହାର ସାଟେଲାଇଟ୍‌ ଟ୍ରାକ୍‌ିଂ ଓ ମିନିଟରିଂ କରିବାକୁ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଏହି ପ୍ରକ୍ରିୟାକୁ ଠିକ୍‌ ଭାବେ ଆପଣାଇବା ସହିତ ଟ୍ରାକିଂ କରିବା ଆବଶ୍ୟକ। ହାତୀ ଏକ ଚତୁର ଜୀବ ହୋଇଥିବାରୁ ସେମାନେ ବେକରେ ଲାଗିଥିବା ରେଡିଓ କଲାରିଂକୁ ଶୁଣ୍ଢରେ ଭିଡି ବାହାର କରିଦେବାର ନଜିର ପୂର୍ବରୁ ରହିଛି। ତେଣୁ ଯୋଜନାର ସଫଳତାକୁ ନେଇ ସନ୍ଦେହ ଲାଗୁଛି। ଅପରପକ୍ଷେ ଜଙ୍ଗଲ ମଧ୍ୟରେ ଫୁଟ୍‌ ପାଟ୍ରୋଲିଂ କରି ମନିଟରିଂ କରିବା ପାଇଁ ବିଭାଗ ପକ୍ଷରୁ ପ୍ରାୟ ୧ହଜାର ଲୋକ ନିୟୋଜିତ ଅଛନ୍ତି। ମାତ୍ର ସେମାନେ ଠିକ୍‌ ଭାବେ କାମ କରୁ ନ ଥିବାରୁ ଆମକୁ ଟେକ୍ନୋଲୋଜିର ସାହାରା ନେବାକୁ ପଡୁଛି ବୋଲି ବିଶ୍ୱଜିତ୍‌ କହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କେରଳ, କର୍ନାଟକ, ତାମିଲନାଡୁରେ ଅଧିକ ହାତୀ ଦେଖାଯାଇଥାନ୍ତି। ସେଠାରେ ହାତୀଙ୍କଠାରେ ଏଭଳି ରେଡିଓ କଲାରିଂ କରାଯାଉ ନ ଥିବାବେଳେ ଓଡ଼ିଶାରେ କ’ଣ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିଭଳି ସୁରେଶ ଚନ୍ଦ୍ର ମିଶ୍ର, ଶରତ ପଟ୍ଟନାୟକ, କମଳ ଲୋଚନ ପୁରୋହିତଙ୍କ ଭଳି ଅଭିଜ୍ଞ ବନ ସଂରକ୍ଷକ, ଅଧିକାରୀ ଥିବାସତ୍ତ୍ୱେ ରେଡିଓ କଲାରିଂ କରିବା ପାଇଁ ବାହାର ରାଜ୍ୟ ସହିତ ଏମ୍‌ଓୟୁ କରିବାର କୌଣସି ଯଥାର୍ଥ ନାହିଁ। ବନବିଭାଗ ଆମ ରାଜ୍ୟର ଦକ୍ଷ ବନ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରୁ। ଆମ ସମ୍ବଳ ଓ ନିଜ ଲୋକଙ୍କୁ ନେଇ କମ୍‌ ଖର୍ଚ୍ଚରେ କାମ କରାଯାଉ ବୋଲି ଶୁଭେନ୍ଦୁ କହିଛନ୍ତି। ଅପରପକ୍ଷେ ହାତୀ ବେକରେ ରେଡିଓ କଲାରିଂ ଦ୍ୱାରା ସେଫ୍ଟି ସେମିଆ ହେବାର ଆଶଙ୍କା ଥିବା ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକ କହିଛନ୍ତି। ରେଡିଓ କଲାରିଂ ଲାଗିଥିବା ବାଘ ବେକରେ ବର୍ଷା ପାଣି ପଡି ତାହା ସେଫ୍ଟିକ୍‌ ହୋଇଯିବା ଫଳରେ ତା’ର ମୃତ୍ୟୁ ହୋଇଥିବା ଖବର ନିକଟରେ ଜଣାପଡିଥିଲା। ତେଣୁ ହାତୀଙ୍କ କ୍ଷେତ୍ରରେ ଯେ ଏହା ନ ହେବ ତାହା କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ରେଡିଓ କଲାରିଂରୁ ବାହାରୁଥିବା ଫ୍ରିକ୍ୱେନ୍ସିକୁ ଟ୍ରାକ୍‌ କରି ଶିକାରୀମାନେ ହାତୀ ନିକଟରେ ପହଞ୍ଚତ୍ ମାରିଦେବା ଘଟଣାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?